ଢେଙ୍କାନାଳ: ଦକ୍ଷିଣକାଳୀ ମନ୍ଦିର ନିକଟରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଠାବ । ଅର୍ଦ୍ଧ ନଗ୍ନ ଅବସ୍ଥାରେ ରାସ୍ତାକଡ ଡ୍ରେନ ପାଖରୁ ମୃତଦେହକୁ ଉଦ୍ଧାର କରାଯାଇଛି । ମୃତଦେହର ବିଭିନ୍ନ ସ୍ଥାନରେ କ୍ଷତ ବିକ୍ଷତ ହୋଇଥିବାବେଳେ ଘଟଣାସ୍ଥଳରୁ ବାଡି, ପାଣି ବୋତଲ ଓ ଟିଫିନ ପଡିଥିବାର ମଧ୍ୟ ଦେଖିବାକୁ ମିଳିଛି । ଆଜି ସକାଳୁ ମୃତଦେହ ପଡିଥିବାର ଦେଖି ସ୍ଥାନୀୟ ଅଞ୍ଚଳରେ ଚହଳ ସୃଷ୍ଟି କରିଥିବାବେଳେ ମୃତକଙ୍କ ପରିଚୟ ମିଳିପାରି ନାହିଁ ।
ସେପଟେ, ପାରିପାର୍ଶ୍ବିକ ସ୍ଥିତିକୁ ଅନୁଧ୍ୟାନ କଲେ ଏହା ହତ୍ୟାକାଣ୍ଡ କିମ୍ବା ଅଜଣା ଗାଡି ଧକ୍କାରେ ମୃତ୍ୟୁ ହୋଇଥାଏ ପରେ ବୋଲି ସନ୍ଦେହ କରାଯାଉଛି । ଅନ୍ୟପଟେ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ