ETV Bharat / state

ବିକଶିତ ଭାରତ ସଂକଳ୍ପ ଯାତ୍ରା ଯୋଗଦେଲେ ଧର୍ମେନ୍ଦ୍ର, କେନ୍ଦ୍ର ସରକାରଙ୍କ ଜନକଲ୍ୟାଣ ଯୋଜନା ସମ୍ପର୍କରେ ଲୋକଙ୍କୁ କଲେ ସଚେତନ

Viksit Bharat Sankalp Yatra in Dhenkanal: ଢ଼େଙ୍କାନାଳକୁ ଅକାଂକ୍ଷୀ ଜିଲ୍ଲା ଭାବେ ଗ୍ରହଣ କରି ପ୍ରଧାନମନ୍ତ୍ରୀ ମୋଦି ଜିଲ୍ଲାର ବିକାଶ ପାଇଁ ଗ୍ୟାରେଣ୍ଟି ଦେଇଛନ୍ତି । ସବୁଠି ମୋଦିଙ୍କ ବିକାଶର ବାର୍ତ୍ତା ପହଞ୍ଚାଇବା ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ର ଲକ୍ଷ୍ୟ ହୋଇଛି ବୋଲି ସୋମବାର ପରଜଙ୍ଗ ବ୍ଲକ କୁଆଲୋରେ ଆୟୋଜିତ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ରେ ସାମିଲ ହେବା ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଅଧିକ ପଢ଼ନ୍ତୁ

viksit bharat sankalp yatra in Dhenkanal

author img

By ETV Bharat Odisha Team

Published : Dec 25, 2023, 9:23 PM IST

viksit bharat sankalp yatra in Dhenkanal

ଢେଙ୍କାନାଳ: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଢେଙ୍କାନାଳ ଗ୍ରସ୍ତ । ଅପରାହ୍ନରେ ପରଜଙ୍ଗ ବ୍ଲକ କୁଆଁଳେ ଠାରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗ ଦେଇଥିଲେ । ଏହି ଅବସରରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜଣ କଲ୍ୟାଣ ଯୋଜନା ସମ୍ପର୍କରେ ଜନ ସାଧାରଣଙ୍କୁ ସଚେତନତା କରାଇଥିଲେ ଧର୍ମେନ୍ଦ୍ର । ସବୁଠି ମୋଦିଙ୍କ ବିକାଶର ବାର୍ତ୍ତା ପହଞ୍ଚାଇବା ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ର ଲକ୍ଷ୍ୟ ବୋଲି କହିଥିଲେ ଧର୍ମେନ୍ଦ୍ର ।

ଧର୍ମେନ୍ଦ୍ରଙ୍କୁ ପିଟିରି ଛକ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ସଭାସ୍ଥଳକୁ ଯାଇଥିଲେ । କୁଆଁଳେ ସ୍ଥିତ ଅଷ୍ଟଶମ୍ଭୁ ମନ୍ଦିର ଦର୍ଶନ କରିଥିଲେ । ପରେ ବିଭିନ୍ନ ବ୍ୟାଙ୍କ ଓ ଡାକ ବିଭାଗ ପକ୍ଷରୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କିତ ପ୍ରଦର୍ଶିତ ଷ୍ଟଲ ଗୁଡିକ ବୁଲି ଦେଖିଥିଲେ । ଏହି ଅବସରରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରାର ସାଧାରଣ ସଭାରେ ଯୋଗ ଦେଇ ଉପସ୍ଥିତ ଜଣ ସଧାରାନଙ୍କୁ ବିକଶିତ ଭାରତ ସକଳ୍ପ ନେଇ ଶପଥ ପାଠ କରାଇଥିଲେ । ଉପସ୍ଥିତ ଜଣ ସଧାରାଣଙ୍କୁ ଉଦ୍ବୋଧନ ଦେଇ ଧର୍ମେନ୍ଦ୍ର କହିଥିଲେ, "କେନ୍ଦ୍ରରେ ପ୍ରଧାନ ମନ୍ତ୍ରୀ ମାନ୍ୟବର ନରେନ୍ଦ୍ର ମୋଦି ସାଢ଼େ ୯ ବର୍ଷ ଶାସନ କାଳରେ ଯାହା କୁହନ୍ତି ତାହା କରନ୍ତି । ଜନସଧାରଙ୍କ କଲ୍ୟାଣ ଓ ବିକାଶ ପାଇଁ ଏହି ମୋଦି ଗ୍ୟାରେଣ୍ଟି ରଥ ଆଜି ଆମ ଅଞ୍ଚଳକୁ ଆସିଛି । ଅଞ୍ଚଳର ବିକାଶ ନିଶ୍ଚିତ । ଦେଶରେ ଚାଷୀମାନଙ୍କ ପାଇଁ କିଷାନ ନିଧି ଯୋଜନା ପ୍ରଣୟନ କରାଯିବ । ଗରିବ ଲୋକଙ୍କଉ ସ୍ୱାଭିମାନର ପ୍ରତୀକ ଭାବେ ଜନ ଧନ ଖାତା ଯୋଜନାରେ ରାଜ୍ୟରେ ୭ ଲକ୍ଷ ଲୋକ ଉପକୃତ ହୋଇପାରିଛନ୍ତି । ଗରିବ ଓ ବାସହରା ଲୋକଙ୍କ ମନର କଥା ବୁଝିପାରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟରେ ୮୦ ହଜାରରୁ ଉର୍ଦ୍ଧ୍ବ ପରିବାର ଉପକୃତ ହୋଇପାରିଛନ୍ତି ।"

ଧର୍ମେନ୍ଦ୍ର ଏହା ମଧ୍ୟ କହିଥିଲେ, "ନରେନ୍ଦ୍ର ମୋଦି ଗରିବ ଲୋକମାନଙ୍କ ମୁହଁରେ ଆହାର ଦେବାକୁ ପ୍ରଧାନମନ୍ତ୍ରୀ ଖାଦ୍ୟ ସୁରକ୍ଷା ଯୋଜନାରେ ଦେଇ ମୁଣ୍ଡ ପିଛା ୫ କେଜି ମାଗଣା ଚାଉଳ ଯୋଗାଇ ଦେଇ ସେମାନଙ୍କ ମୁହଁରେ ହସ ଫୁଟାଇ ପାରିଛନ୍ତି । ଗରିବ ଓ ଦଳିତ ଶିଶୁ ମାନଙ୍କ ଶିକ୍ଷାରେ ପ୍ରଗତି ପାଇଁ ଏକଲବ୍ୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ପରି ଶିକ୍ଷାନୁଷ୍ଠାନ ରାଜ୍ୟ ତଥା ଢେଙ୍କାନାଲ ଜିଲ୍ଲାରେ ଶିକ୍ଷାରେ ପ୍ରଗତି ଆଣୁଛି । ପ୍ରଧାନମନ୍ତ୍ରୀ ଜନ ଔଷଧି କେନ୍ଦ୍ର ମାଧ୍ୟମରେ ଗରିବ ଲୋକମାନେ ସୁଲଭ ମୂଲ୍ୟରେ ଔଷଧ ପାଇଁ ପାରୁଛନ୍ତି । ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ମାଗଣାରେ ରୋଷେଇ ଗ୍ୟାସ ବଣ୍ଟନ ହେଉ ବା ସୌଭାଗ୍ୟ ଯୋଜନାରେ ପ୍ରତ୍ୟେକଙ୍କ ଘରେ ବିଜୁଳି ଆଲୁଅ ବ୍ୟବସ୍ଥା କରାଯାଇଛି । ଜାତୀୟ ଗ୍ରାମୀଣ ଜୀବିକା ମିଶନ ସ୍ୱୟଂ ସହାୟକ ଗୋଷ୍ଠୀ ସହାୟତା ପ୍ରଦାନ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ ଯୁବ ବର୍ଗଙ୍କୁ ନିଯୁକ୍ତି ଓ ଦକ୍ଷତା ପ୍ରଦାନ କରାଯାଇଛି । ସ୍ୱଚ୍ଛ ଭାରତରେ ପରିମଳ ବ୍ୟବସ୍ଥା ସହିତ ଜଳ ଜୀବନ ମିଶନ ପାନୀୟ ଜଳ ଯୋଗାଣ ଏପରି ବିଭିନ୍ନ ଜନ କଲ୍ୟାଣ ରାଜ୍ୟବାସୀଙ୍କ ଅନେକ ଦିଶା ଯୋଗାଉଛି ।"

ଏହା ମଧ୍ୟ ପଢ଼ନ୍ତୁ.......ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗଦେଲେ ଧର୍ମେନ୍ଦ୍ର

ଅନ୍ୟପକ୍ଷେ ଏହି ଅବସରରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜଣ କଲ୍ୟାଣ ଯୋଜନା ସମ୍ପର୍କରେ ଜନ ସାଧାରଣଙ୍କୁ ସଚେତନତା କରାଇଥିଲେ ଧର୍ମେନ୍ଦ୍ର । ପରିଶେଷରେ ମୋଦି ସରକାରଙ୍କ ବିଭିନ୍ନ ଗରିବ କଲ୍ୟାଣ ଯୋଜନା ସମ୍ପର୍କିତ କ୍ୟାଲେଣ୍ଡରକୁ ଉନ୍ମୋଚନ କରିଥିଲେ କେନ୍ଦ୍ରମନ୍ତ୍ରୀ । ପରେ କିଷାନ ନିଧି ଯୋଜନା, ପିଏମ ଆବାସ, ଉଜ୍ଜଲା ଆଦି ଯୋଜନାର ହିତାଧିକାରୀଙ୍କୁ ସହାୟତା ବାଣ୍ଟିଠିଲେ କେନ୍ଦ୍ରମନ୍ତ୍ରୀ । ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗରିବ ଲୋକମାନଙ୍କ ଏପରି କଲ୍ୟାଣ ମୂଳକ ଯୋଜନା ପ୍ରଣୟନରେ ସହାୟତା ପାଇ ହିତାଧିକାରୀ ମାନେ ବେଶ ଉତ୍ସାହିତ ହୋଇପଡିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ରାଜ୍ୟ ସଭା ସାଂସଦ ରୁଦ୍ର ନାରାୟଣ ପାଣି, ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା, ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର, ବିଭୁତି ପ୍ରଧାନଙ୍କ ସମେତ ବିଜେପି ନେତା ଓ ଶତାଧିକ କର୍ମୀ ଯୋଗ ଦେଇଥିଲେ ।

ଇଟିଭି ଭରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.