ETV Bharat / state

ଢେଙ୍କାନାଳ ଗସ୍ତରେ କେନ୍ଦ୍ରମନ୍ତ୍ରୀ, "ଫଟବଲ ଫର ସ୍କୁଲ"ର କଲେ ଶୁଭାରାମ୍ଭ

author img

By ETV Bharat Odisha Team

Published : Dec 25, 2023, 10:44 PM IST

Football for schools programme: ଢେଙ୍କାନାଳ ଜବହାର ନବୋଦୟ ବିଦ୍ୟାଳୟରେ 14.32 କୋଟି ଟଙ୍କା ପ୍ରକଳ୍ପର ଶିଳା ନ୍ୟାସ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଏହାସହ "ଫଟବଲ ଫର ସ୍କୁଲ" କାର୍ଯ୍ୟକ୍ରମର ମଧ୍ୟ ଶୁଭାରାମ୍ଭ କରିଛନ୍ତି ।ଏଥିରେ ୧୭୮ଟି ସ୍କୁଲରେ ୮୭୦ଟି ଫୁଟବଲ ବଣ୍ଟନ କରାଯିବ ବୋଲି ସୂଚନା ମିଳିଛି । ଅଧିକ ପଢନ୍ତୁ

ଢେଙ୍କାନାଲ ଗସ୍ତରେ କେନ୍ଦ୍ରମନ୍ତ୍ରୀ, "ଫଟବଲ ଫର ସ୍କୁଲ"ର କଲେ ଶୁଭାରାମ୍ଭ

ଢେଙ୍କାନାଳ: ଆଜି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳ ଗ୍ରସ୍ତ କରିଛନ୍ତି । ଏହି ଅବସରରେ ସରାଙ୍ଗ ସ୍ଥିତ ପିଏମ ଶ୍ରୀ ନବୋଦୟ ବିଦ୍ୟାଳୟରେ ଛାତ୍ରୀ ନିବାସ ଓ ଅତ୍ୟାଧୁନିକ ହଲ୍ ସମେତ ୧୪ କୋଟି ୩୨ ଲକ୍ଷ ଟଙ୍କା ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏହା ସହ ଜିଲ୍ଲାରେ "ଫୁଟବଲ ଫର ସ୍କୁଲ"ର ମଧ୍ୟ ଶୁଭାରମ୍ଭ କରିଛନ୍ତି ।

ସୂଚନାଯୋଗ୍ୟ ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳକୁ ଗ୍ରସ୍ତ କରିଛନ୍ତି । ସରାଙ୍ଗ ସ୍ଥିତ ପିଏମ ଶ୍ରୀ ନବୋଦୟ ବିଦ୍ୟାଳୟରେ ୫୦ ଶଯ୍ୟା ବିଶିଷ୍ଠ ଛାତ୍ରୀ ନିବାସ ଓ ଏକ ଅତ୍ୟାଧୁନିକ ମଲ୍ଟି ହଲର ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ଆଗାମୀ ୨୦୪୭ ମସିହା ସୁଧା ଭାରତକୁ ଏକ ବିକଶିତ ରାଷ୍ଟ୍ର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂକଳ୍ପ ବଦ୍ଧ । ଏଥିପାଇଁ ଜିଲ୍ଲାର ବିକାଶ ଘଟିଲେ ରାଷ୍ଟ୍ରର ବିକାଶ ଅନିର୍ବାର୍ଯ୍ୟ ବୋଲି କହିଥିଲେ । ଏହାସହ ଜାତୀୟ ଶିକ୍ଷା ନୀତି ସମ୍ପର୍କରେ ଆଲୋକପାତ କରିଥିଲେ କେନ୍ଦ୍ରମନ୍ତ୍ରୀ ।

ତେବେ ଏହି ଜବହାର ନବୋଦୟ ବିଦ୍ୟାଳୟରୁ ଅନେକ ମେଧାବୀ ଉତ୍ତୀର୍ଣ୍ଣ ହୋଇ ଦେଶର ବିଭିନ୍ନ ଜାଗାରେ ଉଚ୍ଚକୋଟୀର ପଦ ପଦବୀ ରେ ଅବତୀଣ୍ଣ ରହିଛନ୍ତି । ନବୋଦୟ ବିଦ୍ୟାଳୟକୁ ଜାତୀୟ ଶିକ୍ଷା ନୀତିର ପ୍ରୟୋଗ ଶାଳା କରାଯାଇଛି ବୋଲି କହିଛନ୍ତି । ଅପରପକ୍ଷରେ ଶିକ୍ଷା ସହିତ ଖେଳର ଆବଶ୍ୟକତା ରହିଛି । ଖେଳ ହିଁ ଶୃଙ୍ଖଳା ଓ ସଂଘର୍ଷ ଶିଖାଇବାରେ ମାଧ୍ୟମ । ପ୍ରତ୍ୟେକ ଛାତ୍ରାଛତ୍ରୀଙ୍କ ଖେଳୁଆଡ଼ ମନୋବୃତି ରଖି ଆଗକୁ ବଢିବାର ଅଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ ।

ଏହା ମଧ୍ୟ ପଢନ୍ତୁ...."ଫୁଟବଲ ଫର ସ୍କୁଲ"ର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

ଏହି ଅବସରରେ "ଫଟବଲ ଫର ସ୍କୁଲ" କାର୍ଯ୍ୟକ୍ରମର ମଧ୍ୟ ଶୁଭାରାମ୍ଭ କରିଥିଲେ । ଫୁଟବଲ ଖେଳକୁ ପ୍ରୋତ୍ସାହନ ଦେବାକୁ ଜିଲ୍ଲାର ବିଭିନ୍ନ ସ୍କୁଲ ଉଦେଶରେ ଫୁଟବଲ ପ୍ରଦାନ କରିଥିଲେ କେନ୍ଦ୍ରମନ୍ତ୍ରୀ । ଢେଙ୍କାନାଳରେ ମୋଟ ୧୭୮ଟି ସ୍କୁଲ୍ରେ ୮୭୦ଟି ଫୁଟବଲ ବଣ୍ଟନ କରାଯିବ ବୋଲି ସୂଚନା ମିଳିଛି । ଏହି ଉତ୍ସବରେ ସର୍ବ ଭାରତୀୟ ଫୁଟବଲ ଫେଡରେସନ୍ ଅଧ୍ୟକ୍ଷ କଲ୍ୟାଣ ଚୂବେ ,ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ର ନାରାୟଣ ପାଣି, ନବୋଦୟ ବିଦ୍ୟାଳୟ ସମିତିର ନିର୍ଦ୍ଦେଶକ ବିନାୟକ ଗର୍ଗ ,ବିପିସିଏଲ୍ ଡିଜିଏମ ପ୍ରମୁଖ ଉତ୍ସବରେ ସାମିଲ ଥିଲେ ।

ଶେଷରେ ବିଦ୍ୟାଳୟ ଖେଳ ପଡ଼ିଆରେ ଢେଙ୍କାନାଲ କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟ ମଧ୍ୟରେ ଏକ ବନ୍ଧୁତ୍ୱପୂଣ୍ଣ ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । କେନ୍ଦ୍ର ମନ୍ତ୍ରୀଙ୍କ ଏହି ଗ୍ରସ୍ତ ଓ ବିଦ୍ୟାଳୟ ଉନ୍ନତିକରଣ ଦିଗରେ ବ୍ୟକ୍ତିଗତ ଉଦ୍ୟମକୁ ନେଇ ସ୍କୁଲର ଅଧ୍ୟକ୍ଷା ଓ ଛାତ୍ରଛାତ୍ରୀମାନେ ନିଜକୁ ଗୌରବାନ୍ୱିତ ମନେ କରି ବେଶ୍ ଉତ୍ସାହିତ ହୋଇଥିଲେ l

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.