ଢେଙ୍କାନାଳ: ରାଜ୍ୟରେ ଦିନକୁ ଦିନ କୋରୋନା ସଂକ୍ରମଣ ବଢୁଥିବା ବେଳେ ମୃତ୍ୟୁସଂଖ୍ୟା ବି ବଢୁଛି । ଢେଙ୍କାନାଳରେ ରବିବାର ଆଉ ଦୁଇଜଣଙ୍କ କୋରୋନା ଜନିତ ମୃତ୍ୟୁ ହୋଇଛି ।
କୋରୋନା ଢେଙ୍କାନାଳରେ ଆଉ ଦୁଇଜଣଙ୍କ ଜୀବନ ନେଇଛି । ସେମାନେ ହେଲେ ରାମେଶ୍ବରପୁରର 66 ବର୍ଷୀୟ ବ୍ୟକ୍ତି ଓ କଙ୍କଡାହାଡ ବ୍ଲକ ଚନ୍ଦ୍ରପୁର ଗାଁର 59 ବର୍ଷୀୟ ବ୍ୟକ୍ତି ବୋଲି ଜଣାପଡିଛି । ଏହାକୁ ମିଶାଇ ଜିଲ୍ଲାରେ କୋରୋନା ମୋଟ 12 ଜଣଙ୍କ ଜୀବନ ନେଇ ସାରିଲାଣି ।
ସେପଟେ ରବିବାର ପୁଣି 25ଟି ନୂଆ ସକ୍ରିୟ ମାମଲା ଚିହ୍ନଟ ହୋଇଛି । ଜିଲ୍ଲାରେ ଏ ଯାଏଁ ମୋଟ 4343 ପଜିଟିଭ ଚିହ୍ନଟ ହୋଇଥିବା ବେଳେ 3871ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଏବେ ସୁଦ୍ଧା ଜିଲ୍ଲାରେ 460ଟି ସକ୍ରିୟ ମାମଲା ରହିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ରଙ୍କ ରିପୋର୍ଟ, ଇଟିଭି ଭାରତ