ETV Bharat / state

ଭୋଜିଖାଇ ଶ୍ରମିକ ମୃ୍ତ୍ୟୁ ଘଟଣା, ହଇଜା ଆଶଙ୍କାରେ ଗାଁରେ ପହଞ୍ଚିଲା ଡାକ୍ତରୀ ଦଳ - ଢେଙ୍କାନାଳ ଶ୍ରମିକ ମୃତ୍ୟୁ

ଢେଙ୍କାନାଳ ବେଢାପାଳ ଗାଁରେ ଛାତ ପକା ଭୋଜି ଖାଇ ଶ୍ରମିକ ମୃତ୍ୟୁ ଘଟଣା । ଦୂଷିତ ପାନୀୟ ଜଳ ଯୋଗୁଁ ଏହି ଅଘଟଣ ଘଟିଥିବା ସନ୍ଦେହ । ଅଧିକ ପଢନ୍ତୁ...

ଭୋଜିଖାଇ ଶ୍ରମିକ ମୃ୍ତ୍ୟୁ ଘଟଣା, ହଇଜା ଆଶଙ୍କାରେ ଗାଁରେ ପହଞ୍ଚିଲା ଡାକ୍ତରୀ ଦଳ

author img

By

Published : Mar 21, 2021, 6:07 PM IST

ଢେଙ୍କାନାଳ: ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ବେଢାପାଳ ଗାଁରେ ଛାତ ପକା ଭୋଜି ଖାଇ ଦୁଇ ଶ୍ରମିକ ମୃତ୍ୟୁ ଘଟଣା । ଦୂଷିତ ପାନୀୟ ଜଳ ଯୋଗୁଁ ଏହି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି । ଫଳରେ ବେଢାପାଳ ଗାଁରେ ଡାକ୍ତରୀ ଦଳ, ଆଶାକର୍ମୀ ଓ ଅଙ୍ଗନବାଡି କର୍ମୀ ପହଞ୍ଚି ଲୋକଙ୍କୁ ସଚେତନ କରାଉଛନ୍ତି ।

ଭୋଜିଖାଇ ଶ୍ରମିକ ମୃ୍ତ୍ୟୁ ଘଟଣା, ହଇଜା ଆଶଙ୍କାରେ ଗାଁରେ ପହଞ୍ଚିଲା ଡାକ୍ତରୀ ଦଳ

ସୂଚନାଯୋଗ୍ୟ, ଗତ ଗୁରୁବାର ବେଢାପାଳ ଗ୍ରାମର ସବେଇ ବେହେରାଙ୍କ ଘର ଢଳେଇ ପଡୁଥିଲା । ଏହି କାର୍ଯ୍ୟରେ ନିୟୋଜିତ ଶ୍ରମିକଙ୍କ ପାଇଁ ସବେଇଙ୍କ ଘରେ ଭାତ, ଡାଲି, ଚିକେନ ତରକାରୀ ଇତ୍ୟାଦି ଖାଦ୍ୟ ରନ୍ଧା ଯାଇଥିଲା । କାମ ସରିବା ପରେ ନିୟୋଜିତ ଶ୍ରମିକମାନେ ସେସବୁ ଖାଇଥିଲେ । କାମସାରି ଘରକୁ ଆସିବା ପରେ ଶ୍ରମିକମାନଙ୍କ ମୁଣ୍ଡ ବୁଲାଇବା ସହ ଝାଡାବାନ୍ତି ହୋଇଥିଲା । ଫଳରେ ଢଳେଇ କାର୍ଯ୍ୟରେ ନିୟୋଜିତ 20ରୁ ଊର୍ଦ୍ଧ୍ବ ଶ୍ରମିକ ଗୁରୁତର ହୋଇ କଟକ ଓ ଢେଙ୍କାନାଳ ମେଡିକାଲରେ ଭର୍ତ୍ତି ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା ।

ଏହି ଘଟଣାକୁ ଦୃଷ୍ଟିରେ ରଖି ଜିରାଳ ଓ ମଠକରଗୋଳା ମେଡିକାଲର ଡାକ୍ତରୀ ଦଳ ସହ ଅଙ୍ଗନବାଡି କର୍ମୀ ଓ ଆଶାକର୍ମୀ ହଇଜା ଆଶଙ୍କାରେ ଘଟଣାସ୍ଥଳରେ ପହଞ୍ଚି ପ୍ରକୃତ ସତ୍ୟାସତ୍ୟ ନେଇ ତଦନ୍ତ ଚଳାଇଛନ୍ତି । ତେବେ ଦୂଷିତ ପାଣି ଯୋଗୁଁ ଏପରି ହୋଇଥିବା ଅନୁମାନ କରାଯାଉଛି । ଯେଉଁମାନେ ଅସୁସ୍ଥ ଅନୁଭବ କରୁଛନ୍ତି, ସେମାନେ ତୁରନ୍ତ ନିକଟସ୍ଥ ମେଡିକାଲକୁ ଯିବା ସହ ପ୍ରଚୁର ପରିମାଣର ଓଆରଏସ ପାଣି ପିଇବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସଚେତନ କରାଯାଉଛି । ଶ୍ରମିକମାନଙ୍କ ବ୍ୟତୀତ ଉକ୍ତ ଭୋଜି ଖାଇଥିବା ଆଉ କିଛି ଲୋକ ମଧ୍ୟ ଅସୁସ୍ଥ ହୋଇଥିବା ଅଭିଯୋଗ ହୋଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.