ETV Bharat / state

ସପ୍ତଶଯ୍ୟା ମହୋତ୍ସବ ଉଦଘାଟିତ - ଢେଙ୍କାନାଳ ମିନି ଷ୍ଟାଡିୟମ ଠାରେ ଅନୁଷ୍ଠିତ

ଢେଙ୍କାନାଳ ମିନି ଷ୍ଟାଡିୟମ ଠାରେ ଦୁଇଦିନ ଧରି ଦେବାଂଶୀ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ସପ୍ତଶଯ୍ୟା ମହୋତ୍ସବ ପାଳିତ ହେଉଛି ।

ଢେଙ୍କାନାଳର ସପ୍ତଶଯ୍ୟା ମହୋତ୍ସବ ଉଦଘାଟନ
author img

By

Published : Nov 11, 2019, 3:28 AM IST

ଢେଙ୍କାନାଳ: ଆରମ୍ଭ ହୋଇଯାଇଛି ଢେଙ୍କାନାଳର ସପ୍ତଶଯ୍ୟା ମହୋତ୍ସବ । ଢେଙ୍କାନାଳ ମିନି ଷ୍ଟାଡିୟମ ଠାରେ ଦୁଇଦିନ ଧରି ଦେବାଂଶୀ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ସପ୍ତଶଯ୍ୟା ମହୋତ୍ସବ ପାଳିତ ହେଉଛି । ରବିବାର ସଂନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଢେଙ୍କାନାଳର ରାଜା ସାହେବ କାମାକ୍ଷା ପ୍ରସାଦ ସିଂହଦେଓ ଯୋଗ ଦେଇ ଏହି ଉତ୍ସବକୁ ଉଦଘାଟନ କରିଛନ୍ତି ।

ଢେଙ୍କାନାଳର ସପ୍ତଶଯ୍ୟା ମହୋତ୍ସବ ଉଦଘାଟନ

ଦୁଇଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବରେ ରାଜ୍ୟ ତଥା ଆନ୍ତଃର୍ଜାତୀୟ ଖ୍ୟାତିସମ୍ପନ୍ନ କଳାକାର, କଣ୍ଠଶିଳ୍ପୀ ଓ ନୃତ୍ୟଶିଳ୍ପୀମାନେ ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରୁ ସୁନାମଧନ୍ୟ କଣ୍ଠଶିଳ୍ପୀ ତାନସେନ ସିଂହ ଓ ଶାନ୍ତିଲତା ଛୋଟରାୟଙ୍କୁ ସଙ୍ଗୀତ ସାଧନା ପାଇଁ ଚଳିତବର୍ଷର ରାଜ୍ୟସ୍ତରୀୟ ସପ୍ତଶଯ୍ୟା ସଙ୍ଗୀତ ସମ୍ମାନରେ ସମ୍ମାନିତ କରାଯାଇଛି ।

ଉତ୍ସବର ଶେଷ ପର୍ଯ୍ୟାୟରେ କଣ୍ଠଶିଳ୍ପୀମାନେ କଣ୍ଠ ଦାନ କରିଥିଲେ । ଏହି ଅବସରରେ ଗୁଞ୍ଜନ ଡ୍ୟାନ୍ସ ଏକିଡେମୀ ପକ୍ଷରୁ ନୃତ୍ୟଶିଳ୍ପୀମାନେ ନୃତ୍ୟ ପରିବେଷଣ କରିଥିଲେ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Intro:ସପ୍ତଶଯ୍ୟା ମହୋତ୍ସବ/ଢେଙ୍କାନାଳ ମିନିଷ୍ଟାଡିୟମ ଠାରେ ଦୁଇ ଦିନ ଧରି ଦେବାଂଶୀ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ସପ୍ତଶଯ୍ୟା ମହୋତ୍ସବ/ ସଙ୍ଗିତଜ୍ଞ ତାନସେନ ସିଂଙ୍କୁ ଚଳିତ ବର୍ଷର ସପ୍ତଶଯ୍ୟା ସମ୍ମାନରେ ସମ୍ମାନିତ

ଆଙ୍କର-ଢେଙ୍କାନାଳର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ଦେବାଂଶୀ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ସପ୍ତଶଯ୍ୟା ମହୋତ୍ସବ ପାଳିତ ହେଉଛି। ସ୍ଥାନୀୟ ମିନି ଷ୍ଟାଡିୟମ ପଡିଆରେ ରବିବାର ସଂନ୍ଧାରେ ଏହି ଉତ୍ସବକୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଢେଙ୍କାନାଳର ରାଜା ସାହେବ କାମା କ୍ଷା ପ୍ରସାଦ ସିଂହଦେଓ ଏହି ଉତ୍ସବକୁ ଉଦଘାଟନ କରିଛନ୍ତି। Body:ଏହି ମହୋତ୍ସବ ଦୁଇ ଦିନ ଧରି ଚାଲିବ। ଏଥିରେ ରାଜ୍ୟ ତଥା ଆନ୍ତଃଜାତିୟ ଖ୍ୟାତି ସଂପନ୍ନ କଳାକାର, କଣ୍ଠ ଶିଳ୍ପି ଓ ,ନୃତ୍ୟଶିଳ୍ପୀମାନେ ଯୋଗଦେଇଥିଲେ ।ସେମାନଙ୍କ ମଧ୍ୟରେ ସୁନାମ ଧନ୍ୟ କଣ୍ଠଶିଳ୍ପୀ ତାନସେନ ସିଂଙ୍କୁ ଓ ଶାନ୍ତିଲତା ଛୋଟରାୟଙ୍କୁ ସଙ୍ଗୀତ ସାଧନା ପାଇଁ ଚଳିତ ବର୍ଷର ରାଜ୍ୟସ୍ତରୀୟ ସପ୍ତଶଯ୍ୟା ସଙ୍ଗୀତ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଉତ୍ସବର ଶେଷ ପର୍ଯ୍ୟାୟରେ କଣ୍ଠ ଶିଳ୍ପୀମାନେ କଣ୍ଠ ଦାନ କରିଥିଲେ। Conclusion:ଏହି ଅବସରରେ ଗୁଞ୍ଜନ ଡ୍ୟାନ୍ସ ଏକିାଡେମୀ ପକ୍ଷରୁ ନୃତ୍ୟଶିଳ୍ପୀମାନେ ନୃତ୍ୟ ପରିବେଷଣ କରିଥିଲେ।
ଢେଙ୍କାନାଳରୁ ଉର୍ମିଳା ପାତ୍ର।ଇଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.