ETV Bharat / state

ସ୍କୁଲ ପଡିଆରୁ 10ଦିନ ହେବ ନିଖୋଜ ଅରବିନ୍ଦ, ଅପହରଣ ସନ୍ଦେହ

ଢେଙ୍କନାଳ ଜିଲ୍ଲା କାହାଣିଆ ଗାଁର ଅଶୋକ ବେହେରାଙ୍କ 12 ବର୍ଷକ ପୁଅ 10 ଦିନ ହେବ ନିଖୋଜ ହୋଇଛନ୍ତି । ଏ ଯାଏ ଅରବିନ୍ଦଙ୍କର କୌଣସି ପତ୍ତା ମିଳି ପାରିନାହିଁ । ଅଧିକ ପଢନ୍ତୁ

author img

By

Published : Feb 24, 2023, 3:35 PM IST

boy reportedly goes missing
10 ଦିନ ହେବ ନିଖୋଜ ଅରବିନ୍ଦ
10 ଦିନ ହେବ ନିଖୋଜ ଅରବିନ୍ଦ

ଢେଙ୍କାନାଳ: ଜିଲ୍ଲା ସଦର ଥାନା ଅନ୍ତର୍ଗତ ପାଞ୍ଚ କାହାଣିଆ ଗ୍ରାମର ଅଶୋକ ବେହେରାଙ୍କ ୧୨ ବର୍ଷର ପୁଅ ଅରବିନ୍ଦ ବେହେରା 10 ଦିନ ହେବ ନିଖୋଜ ଅଛନ୍ତି । ଘଟଣାକୁ ଦିନ କଟୁଛି ପୁଅର ଫେରିବା ବାଟକୁ ପରିବାର ଲୋକ ଚାହିଁ ବସିଛନ୍ତି । ହେଲେ ଏ ଯାଏ ଅରବିନ୍ଦଙ୍କର କୌଣସି ପତ୍ତା ମିଳୁନାହିଁ । କେଉଁଆଡେ ଗଲେ ଅରବିନ୍ଦ । 10 ଦିନ ହେବ କେଉଁଠି କେମିତି ଅଛି ପୁଅ ଭାବି ଭାବି ପରିବାର ଚିନ୍ତାରେ ରହିଛନ୍ତି । ଏ ନେଇ ଢେଙ୍କାନାଳ ଜିଲ୍ଲା ଆରକ୍ଷା ଅଧୀକ୍ଷଙ୍କ ଦ୍ବାରସ୍ଥ ହୋଇଛନ୍ତି ପରିବାର ଓ ଗ୍ରାମବାସୀ । ନିଖୋଜ ନେଇ ଥାନାରେ ଏତଲା ମଧ୍ୟ କରିଛନ୍ତି ପରିବାର ।

ଅରବିନ୍ଦ ବେହେରା । ବୟସ 12 ବର୍ଷ । ଷଷ୍ଠ ଶ୍ରେଣୀରେ ପାଠ ପଢନ୍ତି ଅରବିନ୍ଦ । ଗତ 1 4 ତାରିଖରେ ଅରବିନ୍ଦ ଓ ତାଙ୍କ ସାନ ଭାଇ ଗାଁ ସ୍କୁଲରେ ଖେଳୁଥିଲେ । ଉଭୟଙ୍କ ମଧ୍ୟରେ ବିବାଦ ହେବାରୁ ସାନ ଭାଇ ଘରକୁ ପଳାଇ ଆସିଥିଲେ । ମାତ୍ର ଅରବିନ୍ଦ ଘରକୁ ଫେରି ନଥିଲେ । ରାତିସାରା ପରିବାର ଲୋକ ଅରବିନ୍ଦଙ୍କୁ ଖୋଜିଥିଲେ । ଗ୍ରାମବାସୀ ଓ ପରିବାର ଲୋକ ମିଶି ଆଖ ପାଖ ଅଞ୍ଚଳରେ ଅରବିନ୍ଦଙ୍କୁ ଖୋଜିଥିଲେ । ମାତ୍ର ଅରବନ୍ଦଙ୍କର କୌଣସି ପତ୍ତା ମିଳି ନଥିଲା । ଅରବିନ୍ଦଙ୍କ ଅନ୍ୟ ସାଙ୍ଗଙ୍କୁ ମଧ୍ୟ ପଚାରିଥିଲେ ହେଲେ କେହି କିଛି କହି ପାରି ନଥିଲେ । ଶେଷରେ ସଦର ଥାନାରେ ଅରବିନ୍ଦଙ୍କ ନିଖୋଜ ନେଇ ଅଭିଯୋଗ କରିଥିଲେ । ଘଟଣାକୁ 10 ଦିନ ବିତିଥିଲେ ବି ଅରବିନ୍ଦଙ୍କର କୌଣସି ପତ୍ତା ମିଳିନାହିଁ ।

ଏହା ବି ପଢନ୍ତୁ...ମଦ ପିଇ ସ୍କୁଲରେ ମାତାଲ ଶିକ୍ଷକ, ଦରମା ବନ୍ଦ କଲା ଶିକ୍ଷା ବିଭାଗ

ଶେଷରେ ନିଖୋଜ ଛାତ୍ରଙ୍କ ପରିବାର ଓ ଗ୍ରାମବାସୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟକୁ ଯାଇ ଗୁହାରି କରିଛନ୍ତି । ତାଙ୍କ ନିଖୋଜ ଶିଶୁକୁ ପାଇବାକୁ ନିବେଦନ କରିଛନ୍ତି ଗ୍ରାମବାସୀ ଓ ପରିବାର । ଏପରି ସ୍ଥଳେ ଏବେ ପ୍ରଶ୍ନ ଉଠୁଛି ନିଖୋଜ ଅରବିନ୍ଦ ଗଲେ କୁଆଡେ ? ଦୀର୍ଘ ୧୦ଦିନ ବିତିଯାଇଥିବାରୁ ତାଙ୍କ ଜୀବନ ସୁରକ୍ଷିତ ତ ? ଏପରି ଅନେକ ପ୍ରଶ୍ନ ପୋଲିସର ତଦନ୍ତ ମଧ୍ୟରେ ସୀମିତ ରହିଥିବାବେଳେ ନିଖୋଜ ଅରବିନ୍ଦର ପରିବାର ଓ ଗ୍ରାମବାସୀ ତାଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି। ତେବେ ତାଙ୍କୁ ଅପରହଣ କରାଯାଇଥିବା ସନ୍ଦେହ କରାଯାଉଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.