ETV Bharat / state

ବେପରୁଆ ଟ୍ରକ ଡ୍ରାଇଭର: ଭାଙ୍ଗିଲା ଦୋକାନ, ଉଡାଇଲା ଛପର - ଟ୍ରକ୍ ଡ୍ରାଇଭର ଭାଙ୍ଗିଲେ ଦୋକାନ

ବେପରୁଆ ଟ୍ରକ ଡ୍ରାଇଭରର ଉନ୍ମତ୍ତକାଣ୍ଡ । ସିରିଜ ଦୁର୍ଘଟଣା ଘଟାଇ ଭାଙ୍ଗିଲା ଦୋକାନ, ଘର । ପରେ ଟ୍ରକ ଡ୍ରାଇଭରକୁ ଧରି ପୋଲିସର ଜିମା ଦେଲେ ସ୍ଥାନୀୟ ଲୋକେ । ଅଧିକ ପଢ଼ନ୍ତୁ

ଟ୍ରକ୍ ଡ୍ରାଇଭରଙ୍କ ଉନ୍ମୋତକାଣ୍ଡ : ଭାଙ୍ଗିଲେ ଅନେକ ଦୋକାନ, ଉଡାଇଲେ ଛପର

author img

By

Published : Jun 27, 2022, 7:31 PM IST

ଢେଙ୍କାନାଳ: ବେପରୁଆ ଟ୍ରକ ଡ୍ରାଇଭରର ଉନ୍ମତ୍ତକାଣ୍ଡ । ସିରିଜ ଦୁର୍ଘଟଣା ଘଟାଇ ଭାଙ୍ଗିଲା ଦୋକାନ, ଘର । ପରେ ଟ୍ରକ ଡ୍ରାଇଭରକୁ ଧରି ପୋଲିସର ଜିମା ଦେଲେ ସ୍ଥାନୀୟ ଲୋକେ । ଘଟଣା ଘଟିଛି ରବିବାର ବିଳମ୍ବିତ ରାତିରେ । ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଦୁର୍ଗା ବଜାର ଅଞ୍ଚଳରେ ଜଣେ ଟ୍ରକ ଡ୍ରାଇଭର ବେପରୁଆ ଭାବେ ଗାଡ଼ି ଚଲାଇ ଏଭଳି କ୍ଷତି କରିଥିବା କହିଛନ୍ତି ଲୋକେ ।

ଟ୍ରକ ଡ୍ରାଇଭରଟି ବେପରୁଆ ଭାବେ ଏକ ଦୋକାନ ଘର, ଗ୍ୟାରେଜ ଉପରେ ଟ୍ରକ୍ ଚଢାଇ ଭାଙ୍ଗିବା ସହିତ ଭୁବନ ବାଇପାସ୍ କଡରେ ଥିବା ସ୍ନାକ୍ସ ଦୋକାନର ଆଗ ଆଜବେଷ୍ଟ ମଧ୍ୟ ଭାଙ୍ଗି ଦେଇଛି । ଟ୍ରକ ଧକ୍କା ଦେବାରୁ ବିଭିନ୍ନ ଦୋକାନର କାନ୍ଥ, ପିଲର, ଖୁଣ୍ଟି, କ୍ୟାବିନ୍ ଓ ଟିଣ ଛପର ସବୁ ଭାଙ୍ଗି ଯାଇଛି । ତେବେ ସ୍ନାକ୍ସ ଦୋକାନୀ ଧନୁର୍ଜୟ ଭଞ୍ଜ ଦୋକାନରେ ଶୋଇଥିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଥିଲା । ଖବରପାଇ ଦୋକାନୀମାନେ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଟ୍ରକ ଡ୍ରାଇଭର ସମେତ ଟ୍ରକକୁ ଭୁବନ ଥାନା ଜିମା ଦେଇଥିଲେ। ତେବେ ଏହି ଘଟଣାକୁ ନେଇ ଦୋକାନୀମାନେ ଭୁବନ ଥାନାରେ ଅଭିଯୋଗ କରିଥିବା ଜଣାପଡିଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.