ଅନୁଗୋଳ: ଗୋ-ଚାଲାଣବେଳେ ଦୁର୍ଘଟଣା । 20ରୁ ଅଧିକ ଗୋରୁ ମୃତ । ଢେଙ୍କାନାଳ ଜିଲ୍ଲା ଗଁଦିଆର ଧନିଆଁ ନାଳ ନିକଟରେ ଗୋରୁ ବୋଝେଇ ଟ୍ରକ ଓଲଟି ପଡିବାରୁ ଏଭଳି କାଣ୍ଡ ଘଟିଥିବା ସୂଚନା ।
ସୂଚନା ଅନୁସାରେ, ଧନିଆଁ ନାଳ ନିକଟରେ ଗୋରୁ ବୋଝେଇ ଟ୍ରକଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ 20ରୁ ଅଧିକ ଗାଈ ଓ ବଳଦଙ୍କ ମୃତ୍ୟୁ ଘଟିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗୋରୁଙ୍କୁ ଉଦ୍ଧାର କରିଛି ।
ତେବେ ଦୁର୍ଘଟଣାଗ୍ରସ୍ତ ଗାଡିଟି ଗୋରୁଙ୍କୁ ନେଇ କୋଲକାତା ଯାଉଥିବା ଜଣାପଡିଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ