ETV Bharat / state

୭ ଦଫା ଦାବି ନେଇ ରାଜରାସ୍ତାରେ ଗର୍ଜିଲେ ଆଦିବାସୀ

author img

By

Published : Aug 18, 2021, 10:31 AM IST

୭ ଦଫା ଦାବି ନେଇ ରାଜରାସ୍ତାରେ ଗର୍ଜିଲେ ଆଦିବାସୀ । ନିଜର ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଏକ ବିରାଟ ରାଲିରେ ସହର ପରିକ୍ରମା କରିବା ପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଧାରଣା ଦେବା ସହ ୭ଦଫା ଦାବି ନେଇ ଆନ୍ଦୋଳନ କରିଥିଲେ। ଅଧିକ ପଢନ୍ତୁ...

୭ଦଫା ଦାବି ନେଇ ରାଜରାସ୍ତାରେ ଗର୍ଜିଲେ ଆଦିବାସୀ

ଢେଙ୍କାନାଳ: ୭ ଦଫା ଦାବି ନେଇ ରାଜରାସ୍ତାରେ ଗର୍ଜିଲେ ଆଦିବାସୀ । ମିଳିତ ଆଦିବାସୀ ସଂଘ, ଏକଲବ୍ୟ ଶବର ସମାଜ, ଆଦିବାସୀ ମୁକ୍ତି ସଂଗଠନ, ଚେତନା ସଂଗଠନ, ଶାନ୍ତି ସଂଗଠନ ଭଳି ୭ ଟି ଆଦିବାସୀ ସଂମ୍ପ୍ରଦାୟର ହଜାର ହଜାର ଆଦିବାସୀ ସ୍ଥାନୀୟ ଜିରିଡାମାଳି ଠାରେ ଏକତ୍ରିତ ହୋଇଥିଲେ । ଏବଂ ନିଜର ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଏକ ବିରାଟ ରାଲିରେ ସହର ପରିକ୍ରମା କରିବା ପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଧାରଣା ଦେବା ସହ ୭ ଦଫା ଦାବି ନେଇ ଆନ୍ଦୋଳନ କରିଥିଲେ । ଏଥିରେ କାମାକ୍ଷାନଗର ୪ଟି ବ୍ଲକର ହଜାର ହଜାର ଆଦିବାସୀ ସଂମ୍ପ୍ରଦାୟର ଲୋକମାନେ ସାମିଲ ଥିଲେ।

ତେବେ ଗତ ଜୁଲାଇ 12 ତାରିଖରେ ପରଜଙ୍ଗ ଥାନା ଆମ୍ବପାଳସ ଗ୍ରାମର କିଛି ସବର୍ଣ୍ଣ ବ୍ୟକ୍ତି ଜାମୁନାଳୀ ସାହିର ପପୁ ସିର୍କ ଓ ସନ୍ତୋଷି ପିଙ୍ଗୁଆଙ୍କ ସମେତ ଗ୍ରାମର ୧୨ଜଣ ବ୍ୟକ୍ତିଙ୍କୁ ଉଠାଇ ନେଇ ନିସ୍ତୁକ ମାଡ଼ ମାରିଥିଲେ । ଘଟଣା ସମ୍ପର୍କରେ ଜାମୁନାଳୀ ଗ୍ରାମର ୫୦ରୁ ଊର୍ଦ୍ଧ୍ବ ବ୍ୟକ୍ତି ଅଭିଯୋଗ କରିବା ପାଇଁ ଯାଉଥିବା ସମୟରେ ଆମ୍ବପଳସ ଗ୍ରାମର ବ୍ୟକ୍ତିମାନେ ଏକାଠି ହୋଇ ସେମାନେ ଯାଉଥିବା ଗାଡିକୁ ଅଟକାଇ ଟେକା ପଥର ମାରିବା ସହିତ ଗର୍ଭବତୀ ସନ୍ତୋଷି ପିଙ୍ଗୁଆଙ୍କୁ ଆକ୍ରମଣ କରିବାରୁ ତାଙ୍କର ୭ମାସର ଗର୍ଭ ନଷ୍ଟ ହୋଇ ଯାଇଥିଲା।

ଏହି ଘଟଣାକୁ ନେଇ ଜୁଲାଇ 17 ତାରିଖରେ ପରଜଙ୍ଗ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ଅଦ୍ୟାବଧି ଆସାମୀକୁ ଗିରଫ କରାଯାଇନାହିଁ । ଯାହାକୁ ନେଇ ଗତକାଲି(ମଙ୍ଗଳବାର) ଆଦିବାସୀ ସଂଗଠନ ତରଫରୁ, ଆହତ ହୋଇଥିବା ବ୍ୟକ୍ତିଙ୍କୁ କ୍ଷତିପୂରଣ, ପର୍ଜଙ୍ଗ ଥାନା ଅଧିକାରି ଅବହେଳା କରିଥିବାରୁ କାର୍ଯ୍ୟାନୁଷ୍ଠାନ, ବନବାସୀଙ୍କର ଜଙ୍ଗଲ ଜମି ଅଧିକାର ସ୍ବୀକୃତି ଆଇନ ଅନୁଯାଇ ଦଖଲ କରୁଥିବା ଜମିକୁ ଚିହ୍ନଟ କରି ପଟା ପ୍ରଦାନ ଓ ପଡାବସ୍ତିକୁ ରାଜସ୍ବ ପାହ୍ୟା ମାନ୍ୟତା ଏବଂ ମନରେଗା ଯୋଜନାରେ ଆଦିବାସୀଙ୍କୁ କାମ ଦେବା ଦାବି ନେଇ ରାଜ୍ୟପାଳଙ୍କୁ ଉପଜିଲ୍ଲାପାଳଙ୍କ ଜିରଆରେ ଦାବିପତ୍ର ପ୍ରଦାନ କରାଯାଇଛି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.