ETV Bharat / state

ଗାଈ ଫସଲ ଖାଇବାକୁ ନେଇ ମର୍ମନ୍ତୁଦ ଆକ୍ରମଣ, ତିନି ଗୁରୁତର

author img

By

Published : Jun 16, 2021, 10:38 PM IST

ଜମିରେ ଗାଈ ପଶି ଫସଲ ଖାଇବାକୁ ନେଇ ମର୍ମନ୍ତୁଦ ଆକ୍ରମଣ । ଶରୀରର ମୁଣ୍ଡ, ହାତ, ବେକ ଓ ବିଭିନ୍ନ ଅଙ୍ଗକୁ ଏକାଧିକ ଥର ଧାରୁଆ ଅସ୍ତ୍ରରେ ଆକ୍ରମଣ । ଅଧିକ ପଢନ୍ତୁ...

ଗାଈ ଫସଲ ଖାଇବାକୁ ନେଇ ମର୍ମନ୍ତୁଦ ଆକ୍ରମଣ, ତିନି ଗୁରୁତର
ଗାଈ ଫସଲ ଖାଇବାକୁ ନେଇ ମର୍ମନ୍ତୁଦ ଆକ୍ରମଣ, ତିନି ଗୁରୁତର

ଢେଙ୍କାନାଳ: ବାଡିରେ ପଶି ଗୋରୁ ଖାଇଗଲା ଫସଲ । ଆଉ ଅଭିଯୋଗ କରିବାରୁ ପାଲଟା ଆକ୍ରମଣର ଶିକାର ହେଲେ ଜମି ମାଲିକର ପରିବାର । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କାମାକ୍ଷାନଗର ଥାନା ଅନ୍ତର୍ଗତ ଜୟପୁରାକାଟେଣି ଗ୍ରାମରେ । ଏପରିକି ଗୋରୁ ମାଲିକର ପରିବାର ପକ୍ଷରୁ ଜମି ମାଲିକର ଘରେ ପଶି ଖଣ୍ଡା ଓ କଟୁରିରେ ସଙ୍ଘବଦ୍ଧ ଭାବେ ଆକ୍ରମଣ କରିଛନ୍ତି । ଫଳରେ ଜଣେ ନାବାଳକ ସହ ତିନି ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଚିକିତ୍ସା ପାଇଁ କମାକ୍ଷାନଗର ଡାକ୍ତରଖାନାରେ ଭର୍ତି କରାଯାଇଛି ।

ସୁଚନା ମୁତାବକ କାମାକ୍ଷାନଗର ଥାନା ଜୟପୁରକାଟେଣି ଗ୍ରାମରେ କାଳନ୍ଦୀ ପରିଡାଙ୍କ ବାଡିରେ ପ୍ରଫୁଲ୍ଲ ପରିଡାଙ୍କ ଗାଈ ପଶି ଫସଲ ଖାଇଥିଲା। ଯାହାକୁ ନେଇ କାଳନ୍ଦୀ ଓ ପ୍ରଫୁଲ୍ଲଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଫଳରେ କାଳନ୍ଦୀ କାମାକ୍ଷାନଗର ଥାନାରେ ଅଭିଯୋଗ କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଆଜି ଅପରାହ୍ନରେ ପ୍ରଫୁଲ୍ଲଙ୍କ ପରିବାର ଲୋକେ କଟୁରି ଓ ଖଣ୍ଡା ଆଦି ବିଭିନ୍ନ ମାରଣାସ୍ତ୍ର ଧରି କାଳନ୍ଦୀଙ୍କ ଘରେ ପଶି ଆକ୍ରମଣ କରିଛନ୍ତି । ଏହି ଆକ୍ରମଣ ଫଳରେ କାଳନ୍ଦୀ ପରିଡା,ଭାଇ ବିଭୁତି ପରିଡା ଓ ବିଭୁତିଙ୍କ ୧୪ବର୍ଷର ପୁଅ ଜାକାଶ ଗୁରୁତର ଭାବେ ଆହତ ହୋଇଛନ୍ତି ।

ସେମାନଙ୍କ ଶରୀରର ମୁଣ୍ଡ, ହାତ, ବେକ ଓ ବିଭିନ୍ନ ଅଙ୍ଗକୁ ଏକାଧିକ ଥର ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିବା ଡାକ୍ତରଖାନା ସୁତ୍ରରୁ ଜଣାପଡିଛି । ସମସ୍ତଙ୍କୁ ଗୁରୁତର ଭାବେ କାମାକ୍ଷାନଗର ମେଡିକାଲର ଚିକିତ୍ସା ହେଉଛନ୍ତି । ଖବର ପାଇ କାମାକ୍ଷାନଗର ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.