ETV Bharat / state

ତୁନି ବସିଛି ପ୍ରଶାସନ, ରାସ୍ତା ପାର୍ଶ୍ବରେ ଉଠା ଦୋକାନୀଙ୍କ ରାଜ

author img

By

Published : Jan 11, 2020, 6:09 PM IST

ଢେଙ୍କାନାଳ ସହରର ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ବରେ ପରିବା ଓ ଉଠା ଦୋକାନୀଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଫଳରେ ଟ୍ରାଫିକ ସମସ୍ୟା ଜଟିଳ ହେବାରେ ଲାଗିଛି । ଅଧିକ ପଢନ୍ତୁ...

ରାସ୍ତା ପାର୍ଶ୍ବରେ ଉଠା ଦୋକାନୀଙ୍କ କବଜା
ରାସ୍ତା ପାର୍ଶ୍ବରେ ଉଠା ଦୋକାନୀଙ୍କ କବଜା

ଢେଙ୍କାନାଳ: ସହରର ମୁଖ୍ୟରାସ୍ତାରେ ଏବେ ପରିବା ଓ ଉଠା ଦୋକାନୀଙ୍କ ରାଜ । ଯିଏ ଯେଉଁଠି ପାଇଲା ସେଇଠି ପସରା ମେଲାଇ ବସୁଛି । ଏପରି ଭାବେ ସହରର ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ବ ଉପରକୁ ମାଡି ଆସିଛନ୍ତି ଉଠା ଦୋକାନୀ । ସେପଟେ କେବଳ ଫି ଆଦାୟ କରି ଚୁପ ବସିଛି ପୌରକର୍ତ୍ତୃପକ୍ଷ । ଫଳରେ ବିନ୍ଦାସ ଉଠା ଦୋକାନୀ ।କର୍ତ୍ତୃପକ୍ଷଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଯୋଗୁଁ ଟ୍ରାଫିକ ସମସ୍ୟା ଜଟିଳ ହୋଇପଡିଛି । ଫଳରେ ସହରବାସୀ ନାନା ସମସ୍ୟାରେ ସନ୍ତୁଳିତ ହେଉଛନ୍ତି ।

ରାସ୍ତା ପାର୍ଶ୍ବରେ ଉଠା ଦୋକାନୀଙ୍କ କବଜା

ଦିନକୁ ଦିନକୁ ସହରର 2ପାର୍ଶ୍ବରେ ଉଠା ଦୋକାନୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଯଦ୍ବାରା ରାସ୍ତା ସଂକୀର୍ଣ୍ଣ ହୋଇପଡିବା ସହ ଟ୍ରାଫିକ ସମସ୍ୟା ଏବେ ମୁଣ୍ଡ ଟେକିଲାଣି । ସହରର ରଥଗଡା, ଜିଲ୍ଲାପାଳଙ୍କ ଅଫିସ, ଗୁଡିଆନାଳୀ ଓ କୁଞ୍ଜକାନ୍ତ ଅଞ୍ଚଳରେ ଛୋଟମୋଟ ଦୁର୍ଘଟଣାମାନ ବଢିବାରେ ଲାଗିଛି । ଉଠା ଦୋକାନୀମାନଙ୍କ ଏପରି ମନମାନୀ ନେଇ ସାଧାରଣଲୋକେ ଅଣନିଶ୍ବାସୀ ହୋଇପଡିଛନ୍ତି । ଆଉ ଏପଟେ ଟାଉନ ପୋଲିସ ପୌରକର୍ତ୍ତୃପକ୍ଷଙ୍କୁ ଇଙ୍ଗିତ କରି ହାତ ବାନ୍ଧି ବସି ପଡୁଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Intro:ଆଙ୍କର: ଢେଙ୍କାନାଳ ସହରର ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ବରେ ପରିବା ଓ ଉଠାଦୋକାନୀଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଏହାକୁ ନେଇ କର୍ତୃପକ୍ଷଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଟ୍ରାଫିକ ସମସ୍ୟା ଜଟିଳ ହେବାରେ ଲାଗିଛି। ଫଳରେ ସହରବାସୀ ନାନା ସମସ୍ୟାରେ ସନ୍ତୁଳି ହେଉଛନ୍ତି।

Body:ଭିଓ-1 ଢେଙ୍କାନାଳ ସହରରେ ଏବେ ପରିବା ଓ ଉଠାଦୋକାନୀଙ୍କ ରାଜ ଚାଲିଛି। ଯେ ଯେଉଁଠି ପାଇଲା ନିଜ ପସରା ମେଲିଲା।  ଫଳରେ ଉଭୟ ପାର୍ଶ୍ବରୁ ସହର ମୁଖ୍ୟ ରାସ୍ତା ଉରକୁ ମାଡି ଚାଲିଛନ୍ତି ଏହି ଉଠାଦୋକାନୀ। କେବଳ ଫି ଆଦାୟ କରି ଚୁପରେ ବସି ପଡିଛନ୍ତି ପୌରକର୍ତୃପକ୍ଷ। ଫଳରେ ବିନ୍ଦାଶ ଉଠାଦୋକାନୀ।ଆଉ ଲୋକଙ୍କ ସମସ୍ୟା କହିଲେ ନସରେ।
ବାଇଟ-୧: ପରମାନନ୍ଦ ସାହୁ,ରାସ୍ତାକଡ ଉଠା ଦୋକାନୀ
ବାଇଟ-୨:ଲକ୍ଷ୍ମୀନାରାୟଣ ତ୍ରିପାଠୀ,ସହରବାସୀ,ଢେଙ୍କାନାଳ
ଭିଓ-୨: ଫଳରେ ସହରର ମୁଖ୍ୟ ରାସ୍ତା ସଂକିର୍ଣ୍ଣ ହୋଇ ଟ୍ରାଫିକ ସମସ୍ୟା ଜଟିଳ ହେଉଛି। ଏପରିସ୍ଥଳେ ସହରର ରଥଗଡା,ଜିଲ୍ଲାପାଳଙ୍କ ଅଫିସ , ଗୁଡିଆନାଳୀ ଓ କୁଞ୍ଜକାନ୍ତ ଅଞ୍ଚଳରେ
ଛୋଟ ମୋଟ ଦୁର୍ଘଟଣାମାନ ବଢିବାରେ ଲାଗିଛି। । ଉଠାଦୋକାନୀ ମାନଙ୍କ ଏପରି ମନମାନୀ ନେଇ ଲୋକମାନେ ଅଣନିଶ୍ବାସୀ ହୋଇପଡିଛନ୍ତି । ଆଉ ଏପଟେ ଟାଉନ ପୁଲିସ ପୌରକର୍ତୃପକ୍ଷଙ୍କୁ ଇଙ୍ଗିତ କରି ହାତ ବାନ୍ଧି ବସିପଡୁଛି।
ବାଇଟ-୩:ଜ୍ଞାନରଂଜନ ସାମଲ,ଟାଉନ ଥାନା ଅଧିକାରୀ,ଢେଙ୍କାନାଳ

Conclusion:ଭିଓ-୩: ନା ପୌରକର୍ତୃପକ୍ଷ ନା ପୁଲିସ ଏପରି ସମସ୍ୟା ପ୍ରତି କାହାର ସାମାନ୍ୟତମ ଚିନ୍ତା ନାହିଁ। ଯାହାଫଳରେ ଟ୍ରାଫିକ ସମସ୍ୟାରେ ସହରବାସୀ ସନ୍ତୁଳି ହେଉଛନ୍ତି ।
ଢେଙ୍କାନାଳରୁ ଉର୍ମିଳା ପାତ୍ରଙ୍କ ରିପୋର୍ଟ।ଇଟିଭି ଭାରତ।
ବି.ଦ୍ର:ରିପୋର୍ଟେର ପିଟିସି ଅଛି
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.