ETV Bharat / state

ରଙ୍ଗର ପର୍ବରେ ଉଡିଲାନି ରଙ୍ଗ, ହଳଦୀରେ ହୋଲି ଖେଳିଲେ ଅନ୍ତେବାସୀ - ଢେଙ୍କାନାଳରେ ହୋଲି ପର୍ବ

ପରିସ୍ଥିତି ଚକ୍ରରେ ନିଜ ପରିବାର ଠାରୁ ଦୁରେଇ ରହିଥିବା ଏହି ସ୍ବଧାର ଗୃହ ଅନ୍ତବାସୀମାନଙ୍କ ମନରେ ରଙ୍ଗର ଉତ୍ସବ ଆଣି ଦେଇଛି ଅମାପ ଖୁସି। ସ୍ଥାନୀୟ ଯୁବଗୋଷ୍ଠୀ ହେଲପିଂ ହ୍ୟାଣ୍ଡର ସଦସ୍ୟମାନେ ଏଠାରେ ଆସି ସାମିଲ ହୋଇଥିଲେ।

dhenkanal latest news, holi in dhenkanal, holi with turmeric powder in dhenkanal, ଢେଙ୍କାନାଳ ଲାଟେଷ୍ଟ ନ୍ୟୁଜ୍‌, ଢେଙ୍କାନାଳରେ ହୋଲି ପର୍ବ, ଢେଙ୍କାନାଳରେ ହଳଦୀରେ ହୋଲି
ରଙ୍ଗର ପର୍ବରେ ଢେଙ୍କାନାଳରେ ପାରମ୍ପରିକ ହଳଦୀରେ ହୋଲି ଖେଳ
author img

By

Published : Mar 10, 2020, 4:52 PM IST

Updated : Mar 10, 2020, 5:44 PM IST

ଢେଙ୍କାନାଳ: ରଙ୍ଗର ପର୍ବ ହୋଲି । ଚାରିଆଡେ ଉତ୍ସବର ମାହୋଲ। କୋରୋନା ଭାଇରସ ଆଶଙ୍କାରେ ହୋଲିର ରଙ୍ଗ ଫିକା ପଡିଥିଲେ ମଧ୍ୟ ପରମ୍ପରାକୁ ଭୁଲି ନାହାନ୍ତି ଲୋକେ। ଏସବୁ ମଧ୍ୟରେ ଢେଙ୍କାନାଳର ସ୍ବଧାର ଓ ଶିଶୁ ଗୃହରେ ପାଳିତ ହୋଇଥିବା ହୋଲ ଉତ୍ସବର ମାହୋଲ ନିଶ୍ଚିତ ଭାବେ ନିଆରା ବୋଲି ପ୍ରକାଶ କରନ୍ତି ଆୟୋଜକ।

ରଙ୍ଗର ପର୍ବରେ ଢେଙ୍କାନାଳରେ ପାରମ୍ପରିକ ହଳଦୀରେ ହୋଲି ଖେଳ

ପରିସ୍ଥିତି ଚକ୍ରରେ ନିଜ ପରିବାର ଠାରୁ ଦୁରେଇ ରହିଥିବା ଏହି ସ୍ବଧାର ଗୃହ ଅନ୍ତବାସୀମାନଙ୍କ ମନରେ ଏହି ଉତ୍ସବ ଆଣି ଦେଇଛି ଅମାପ ଖୁସି। ସ୍ଥାନୀୟ ଯୁବଗୋଷ୍ଠୀ ହେଲପିଂ ହ୍ୟାଣ୍ଡର ସଦସ୍ୟମାନେ ଏଠାରେ ଆସି ସାମିଲ ହୋଇଥିଲେ। କୋରୋନା ଭାଇରସଠାରୁ ଦୂରେଇ ରହିବାକୁ ବଜାରର ରଙ୍ଗକୁ ଏଡାଇଛନ୍ତି ଏମାନେ। ଏହି ଅବସରରେ ସ୍ବଧାର ଗୃହର କୁନିକୁନି ପିଲାଙ୍କଠାରୁ ବୃଦ୍ଧବୃଦ୍ଧାଙ୍କ ପର୍ଯ୍ୟନ୍ତ ହୋଲିର ମାହୋଲରେ ମସଗୁଲ ହୋଇ ପଡିଥିଲେ।

ଏଥିପାଇଁ ପାରମ୍ପରିକ ଭାବେ ହଳଦୀ ଓ ଚନ୍ଦନରେ ପ୍ରସ୍ତୁତ ରଙ୍ଗକୁ ସମସ୍ତେ ସମସ୍ତଙ୍କୁ ଲଗାଇଥିଲେ ଏବଂ ସାନମାନେ ବଡଙ୍କର ଆର୍ଶୀର୍ବାଦ ନେଇଥିଲେ। ନାଚଗୀତ ସାଙ୍ଗକୁ ପରସ୍ପରକୁ ମିଠା ଖୁଆଇ ପାଳନ କରିଥିଲେ ଏହି ହୋଲି ଉତ୍ସବ।

ଢେଙ୍କାନାଳରୁ ଉର୍ମିଳା ପାତ୍ରଙ୍କ ରିପୋର୍ଟ, ଇଟିଭି ଭାରତ

Last Updated : Mar 10, 2020, 5:44 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.