ETV Bharat / state

ମୌଳିକ ସମସ୍ୟାର ହେଉନି ସମାଧାନ: ଆଜି 12 ଘଣ୍ଟିଆ ଭୁବନ ବନ୍ଦ, ଜନଜୀବନ ପ୍ରଭାବିତ - ବିଜେପି ପକ୍ଷରୁ ବନ୍ଦ ଡାକରା

12 ଦଫା ଦାବି ନେଇ ବିଜେପି ପକ୍ଷରୁ ଭୁବନ ବନ୍ଦ ଡାକରା । ଗାଡି ଚଳାଚଳ, ଦୋକାନ ବଜାର ଓ ସରକାରୀ ବେସରକାରୀ ଅଫିସ ବନ୍ଦ । ଅଧିକ ପଢନ୍ତୁ

bhuban bandh
bhuban bandh
author img

By

Published : Aug 22, 2023, 12:46 PM IST

bhuban bandh

ଢେଙ୍କାନାଳ: ଆଜି 12 ଘଣ୍ଟିଆ ଭୁବନ ବନ୍ଦ ଡାକରା । 12 ଦଫା ଦାବି ନେଇ ଭୁବନ ବିଜେପି ତରଫରୁ ବନ୍ଦ ଡାକରା ଦିଆଯାଇଛି । ବିଦେପି ନେତା ଶତୃଘ୍ନ ଜେନାଙ୍କ ନେତୃତ୍ବରେ ବନ୍ଦ ଡାକରା ଦିଆଯାଇ ରାସ୍ତାକୁ ଓହ୍ଳାଇଛନ୍ତି ଦଳର କର୍ମୀ । ସକାଳ 6ଟାରୁ ବନ୍ଦ ପାଳନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା 6ଟାରେ ଶେଷ ହେବ । ସକାଳୁ ସକାଳୁ ଭୁବନରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଭୁବନକୁ ପ୍ରବେଶ କରୁଥିବା ରାସ୍ତା ଉପରେ ପିକେଟିଂ କରି ବନ୍ଦ ପାଳନ କରୁଛନ୍ତି ବିଜେପି ଦଳର କର୍ମୀ । ବିଜେପି ଯୁବ ମୋର୍ଚ୍ଚା, ମହିଳା ମୋର୍ଚ୍ଚାର କର୍ମୀ ମାନେ ଏଥିରେ ସାମିଲ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-Malkangiri Bandh: ମାଲକାନଗିରିରେ ୧୨ ଘଣ୍ଟିଆ ବନ୍ଦ ପାଳନ, ଜୀବନଯାତ୍ରା ପ୍ରଭାବିତ

ବନ୍ଦ ପାଳନରେ ଜରୁରୀ ସେବାକୁ ବନ୍ଦରୁ ବାଦ ଦିଆଯାଇଥିବା ବେଳେ ଗାଡିମଟର, ଦୋକାନ ବଜାର, ସରକାରୀ ଓ ବେସରକାରୀ ଅଫିସ ସବୁ ବନ୍ଦ ରହିଛି । ଭୁବନ ଡାକ୍ତରଖାନାରେ ସ୍ଥାୟୀ ଡାକ୍ତର ନିଯୁକ୍ତି, ଶୀତଳ ଭଣ୍ଡାର ନିର୍ମାଣ, ସହର ମଧ୍ୟରେ ରାସ୍ତା ଓ ଆଲୋକିକରଣ, ପାନୀୟ ଜଳର ବ୍ୟବସ୍ଥା, ଆବାସ ଯୋଜନାରେ ଦୁର୍ନୀତି, ବାରମ୍ବାର ବିଦ୍ୟୁତ କାଟ, ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ, କଲ୍ୟାଣ ମଣ୍ଡପ ଲୋକାର୍ପଣ ଭଳି 12ଦଫା ଦାବି ନେଇ ବିଜେପି ଏହି ବନ୍ଦ ଡାକରା ଦେଇଛି ।

ଏହା ମଧ୍ୟ ପଢନ୍ତୁ-Titlagarh Bandh: ପୁଣି ତେଜିଲା ଜିଲ୍ଲା ମାନ୍ୟତା ଦାବି, ଆଜି 12 ଘଣ୍ଟିଆ ଟିଟିଲାଗଡ ବନ୍ଦ

ଏହା ମଧ୍ୟ ପଢନ୍ତୁ-12 ଘଣ୍ଟିଆ ବଲାଙ୍ଗୀର ବନ୍ଦ: ଉଗ୍ର ରୂପ ନେଲା ପାଟଣାଗଡ଼ ମୂର୍ତ୍ତି ବିବାଦ

ଏନେଇ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶତୃଘ୍ନ ଜେନା କହିଛନ୍ତି ଯେ, ଭୁବନ ଏସିଆ ମହାଦେଶର ସବୁଠାରୁ ବଡ଼ ଗାଁ । ପର୍ଯ୍ୟାୟ କ୍ରମେ ଏହା ଏନ୍‌ଏସି ହୋଇଛି । କିନ୍ତୁ ଜୀବନ ଜାପନ ଶୈଳୀରେ କୌଣସି ପରିବର୍ତ୍ତନ ଆସି ନାହିଁ । ଏଠାରେ ଜନହିତକର କାର୍ଯ୍ୟ ହେଉନାହିଁ । ଭୁବନରେ ଅନେକ ସମସ୍ୟା ରହିଛି । ହସ୍ପିଟାଲ, ପାନୀୟ ଜଳ, ରାସ୍ତାଘାଟ, ଆବାଜ ଯୋଜନା, ବିଜୁଳି କାଟ ସମସ୍ୟା ରହିଛି । ଏନେଇ ମୁଖ୍ୟ ଶାସନ ସଚିବଙ୍କୁ ଗତ 15 ଦିନ ତଳେ ଭୁବନ ବିଜେପି ପକ୍ଷରୁ ଅବଗତ କରାଯାଇଛି । ଏହାକୁ ନେଇ ବିଜେପି କର୍ମୀ କହିଛନ୍ତି, "10 ଦିନ ମଧ୍ୟରେ ଦାବି ପୂରଣ କରିବାକୁ ଆମେ କହିଥିଲୁ । କିନ୍ତୁ ଆଜି ପର୍ଯ୍ୟନ୍ତ ଆମ ଦାବି ପୂରଣ ହୋଇ ପାରିଲା ନାହିଁ। ଯେଉଁଥି ପାଇଁ ଆଜି ରାଜରାସ୍ତାକୁ ଓହ୍ଲାଇଛି ବିଜେପି । ବିଜେପି ଯୁବ ମୋର୍ଚ୍ଚା, ମହିଳା ମୋର୍ଚ୍ଚାର କର୍ମୀମାନେ ସାମିଲ ହୋଇଛନ୍ତି ।"

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.