ETV Bharat / state

ଗୋଟିଏ ରାତିରେ 3 ମନ୍ଦିରରୁ ଦାନ ହୁଣ୍ଡି ଲୁଟିନେଲେ ଦୁର୍ବୃତ୍ତ - ଢେଙ୍କାନାଳ ତିନୋଟି ମନ୍ଦିର ଲୁଟ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରେ ଗୋଟିଏ ରାତିରେ ତିନି ତିନୋଟି ମନ୍ଦିରରୁ ଲୁଟ ହୋଇଛି । ଢେଙ୍କାନାଳ କାମାକ୍ଷାନଗର ଥାନା ଖୋକସା ଗ୍ରାମ ଶିବ ମନ୍ଦିର, କଙ୍ଗେଇଲୋ ଗ୍ରାମ ଗଣେଷ ମନ୍ଦିର ଓ ମୋଟା ଗ୍ରାମର ତାରିଣୀ ମନ୍ଦିରରୁ ଲୁଟ୍ ହୋଇଛି। ଅଧିକ ପଢନ୍ତୁ...

ଗୋଟିଏ ରାତିରେ ତିନୋଟି ମନ୍ଦିର ଲୁଟ
ଗୋଟିଏ ରାତିରେ ତିନୋଟି ମନ୍ଦିର ଲୁଟ
author img

By

Published : Jul 5, 2021, 12:25 PM IST

ଢେଙ୍କାନାଳ: ଗୋଟିଏ ରାତିରେ ତିନି ତିନୋଟି ମନ୍ଦିରରୁ ଲୁଟ୍ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରେ ଏହି ଲୁଟ ହୋଇଛି । ଢେଙ୍କାନାଳ କାମାକ୍ଷାନଗର ଥାନା ଖୋକସା ଗ୍ରାମ ଶିବ ମନ୍ଦିର, କଙ୍ଗେଇଲୋ ଗ୍ରାମ ଗଣେଷ ମନ୍ଦିର ଓ ମୋଟା ଗ୍ରାମର ତାରିଣୀ ମନ୍ଦିରରୁ ଲୁଟ୍ ହୋଇଛି। ରବିବାର ବିଳମ୍ବିତ ରାତିରେ ମନ୍ଦିରର ତାଲା କାଟି ଠାକୁରଙ୍କ ପିତଳ ପୂଜା ଉପକରଣ ଓ ଦାନ ହୁଣ୍ଡି ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଚୋରି ହୋଇଥିବା ଅନୁମାନ କରାଯାଉଛି। ସୋମବାର ସକାଳେ ଖୋଖସା ଗ୍ରାମରେ ଥିବା ଶ୍ରୀ ନିଳକଣ୍ଠେଶ୍ବର ଶିବ ମନ୍ଦିରକୁ ପୂଜକ ପୂଜା କରିବାକୁ ଆସି ଦେଖିଲା ବେଳକୁ ମନ୍ଦିରର ତାଲା ଭାଙ୍ଗି ତଳେ ପଡିଛି ଏବଂ ଦାନହୁଣ୍ଡି ନାହିଁ।

ଗୋଟିଏ ରାତିରେ ତିନୋଟି ମନ୍ଦିର ଲୁଟ

ତେଣୁ ସେ ଭଣ୍ଡାର ଘର ଓ ରୋଷଶାଳା ଆଡକୁ ଗଲାବେଳକୁ ସେଠାରେ ମଧ୍ୟ ତାଲା ଭଙ୍ଗାଯାଇ ତଳେ ପଡିଛି। ସେ ତୁରନ୍ତ ଏନେଇ ଗ୍ରାମବାସୀଙ୍କୁ ଜଣାଇଥିଲେ। ଗ୍ରାମବାସୀଙ୍କ ତରଫରୁ ଏନେଇ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ସେହିପରି କଙ୍ଗେଇଲ ଗ୍ରାମର ଗଣେଷ ମନ୍ଦିର ଏବଂ ମୋଟା ଗ୍ରାମର ତାରେଣି ମନ୍ଦିରରୁ ତାଲା ଭାଙ୍ଗି ଠାକୁରଙ୍କ ପୂଜା ଉପକରଣ ଓ ଦାନ ବାକ୍ସ ନେଇ ପଳାଇଛନ୍ତି ଦୁର୍ବୃତ୍ତ। ଚୋରିର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଅଭିଯୋଗକୁ ଆଧାର କରି ଘଟଣାସ୍ଥଳରେ କାମାକ୍ଷାନଗର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.