ETV Bharat / state

ନଦୀରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ ନେଇ ପୋଲିସର ତଦନ୍ତ ଜାରି

ନଦୀରୁ ସନ୍ଦେହଜନକ ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର । ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ମୃତ୍ୟୁର କାରଣ ଜାଣିବାକୁ ଅଧିକ ତଦନ୍ତ ଚଳାଇଛି । ଅଧିକ ପଢନ୍ତୁ...

author img

By

Published : Jun 14, 2021, 9:12 PM IST

ନଦୀରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ ନେଇ ପୋଲିସର ତଦନ୍ତ ଜାରି
ନଦୀରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ ନେଇ ପୋଲିସର ତଦନ୍ତ ଜାରି

ଢେଙ୍କାନାଳ: ବ୍ରାହ୍ମଣୀ ନଦୀରୁ ଜଣେ ମହିଳାଙ୍କ ମୃତଦେହ ମିଳିଛି । ମୃତ ମହିଳାଙ୍କ ଶରୀର ସମ୍ପୂର୍ଣ୍ଣ ଉଲଗ୍ନ ଥିବାବେଳେ ତାଙ୍କ ପରିଚୟ ମିଳିପାରିନାହିଁ । ଢେଙ୍କାନାଲ ଜିଲ୍ଲା କଣ୍ଟାବଣିଆ ଥାନା ପୁଲିସ ସ୍ଥାନୀୟ କମଳାଙ୍ଗ ଗ୍ରାମର ଦୁର୍ଗା ମନ୍ଦିର ନିକଟସ୍ଥ ବ୍ରାହ୍ମଣୀ ନଦୀ କୂଳରୁ ଏହି ମହିଳାଙ୍କ ମୃତଦେହକୁ ଉଦ୍ଧାର କରିଛି । ମୃତ ମହିଳାଙ୍କ ପାଟିରେ ଏକ ଜିଆଇ ତାର ବନ୍ଧା ଯାଇଥିବା ଦେଖିବାକୁ ମିଳିଛି ।

ଫଳରେ ଉକ୍ତ ମହିଳାଙ୍କୁ କେହି ହତ୍ୟା ପରେ ବ୍ରାହ୍ମଣୀ ନଦୀରେ ଭସାଇ ଦେଇଥିବା ସନ୍ଦେହ କରାଯାଇଛି । ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.