ETV Bharat / state

TPCODL ନିର୍ବାହୀଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରିଲେ ଠିକାଦାର - 6% କାର୍ଯ୍ୟ ବନ୍ଦ ନେଇ ଠିକାଦାରଙ୍କ ପ୍ରତିବା

ନିର୍ବାହୀଯନ୍ତ୍ରୀଙ୍କ ଅନୁପସ୍ଥିତି ନେଇ ଉତ୍ତେଜନା । TPCODL ନିର୍ବାହୀଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରିଲେ ଠିକାଦାର । ଏହାସହ 6% କାର୍ଯ୍ୟ ବନ୍ଦ ନେଇ ଠିକାଦାରଙ୍କ ପ୍ରତିବାଦ । ଅଧିକ ପଢନ୍ତୁ...

TPCODL ନିର୍ବାହୀଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରିଲେ ଠିକାଦାର

author img

By

Published : May 22, 2021, 10:41 AM IST

ଢେଙ୍କାନାଳ: ବିଦ୍ୟୁତ ସେବାକୁ ସେସୁ ପକ୍ଷରୁ ଠିକାଭାବେ ଟାଟା କମ୍ପାନୀ ହାତକୁ ଟେକି ଦେବାପରେ ଗ୍ରାହକଙ୍କ ଠାରୁ ଆରମ୍ଭ କରି ବିଦ୍ୟୁତ ଠିକାଦାରଙ୍କ ପର୍ଯ୍ୟନ୍ତ, ସମସ୍ତେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏପରିକି ଢେଙ୍କାନାଳ ଡିଭିଜନ ଦାୟିତ୍ବରେ ଥିବା ନିର୍ବାହୀ ଯନ୍ତ୍ରୀଙ୍କ ଢେଙ୍କାନାଳ ଅଫିସରେ ଅଧିକାଂଶ ଦିନ ଅନୁପସ୍ଥିତି ଯୋଗୁଁ ଗ୍ରାହକମାନେ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ।

TPCODL ନିର୍ବାହୀଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରିଲେ ଠିକାଦାର

ଏପରି ସ୍ଥଳେ ବିଦ୍ୟୁତ ଠିକାଦାରମାନଙ୍କର ଶତକଡା ୬ ପ୍ରତିଶତ କାର୍ଯ୍ୟକୁ ବନ୍ଦ ଘୋଷଣା କରିଦେଇଛନ୍ତି କମ୍ପାନୀ କର୍ତ୍ତୃପକ୍ଷ । ଫଳରେ ଢେଙ୍କାନାଳ ଜିଲ୍ଲାର ସମସ୍ତ ବିଦ୍ୟୁତ ଠିକାଦାର ଏବେ କାମ କରି ନପାରି ବେକାର ହୋଇଯିବା ସହ ତାଙ୍କ ଉପରେ ନିର୍ଭର କରୁଥିବା ପ୍ରାୟ ୫ ଶହ ପରିବାରଙ୍କ ଦାନା ପାଣି ବନ୍ଦ ହୋଇଯାଇଛି । ଯାହାକୁ ନେଇ ଜିଲ୍ଲା ବିଦ୍ୟୁତ ଠିକାଦାର ସଂଘ ପକ୍ଷରୁ ଗତକାଲି(ଶୁକ୍ରବାର) TPDOCL ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯାଇଥିଲା ।

ତେବେ ନିର୍ବାହୀ ଯନ୍ତ୍ରୀଙ୍କ ଅନୁପସ୍ଥିତିରୁ ଉତ୍ତେଜନା ଦେଖାଯିବା ସହ ୬%କାର୍ଯ୍ୟ ବନ୍ଦ ଘୋଷଣାକୁ ତୁରନ୍ତ ପ୍ରତ୍ୟାହାର ଦାବି କରି ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିବା ଜଣାପଡ଼ିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.