ETV Bharat / state

ପାଇଖାନା ଘରୁ ବିଧବା ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

author img

By

Published : Jan 6, 2021, 10:45 PM IST

ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ କଦଳିପାଳ ଗ୍ରାମରେ ଜଣେ ବିଧବା ମହିଳାଙ୍କ ଝୁଲନ୍ତା ମୃତଦେହ ପାଇଖାନା ଘରୁ ଠାବ କରାଯାଇଛି ।

ବେକରେ ଗାମୁଛା ଦେଇ ଆତ୍ମହତ୍ୟା କଲେ ମହିଳା
ବେକରେ ଗାମୁଛା ଦେଇ ଆତ୍ମହତ୍ୟା କଲେ ମହିଳା

ଢେଙ୍କାନାଳ: ପାଇଖାନା ଘରୁ ଝୁଲନ୍ତା ଅବସ୍ଥାରେ ମିଳିଲା ଜଣେ ବିଧବା ମହିଳାଙ୍କ ମୃତଦେହ । ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ କଦଳିପାଳ ଗ୍ରାମରେ ଜଣେ ବିଧବା ମହିଳାଙ୍କ ଝୁଲନ୍ତା ମୃତଦେହ ପାଇଖାନା ଘରୁ ଠାବ କରାଯାଇଛି ।

ଢେଙ୍କାନାଲ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ କଦଳୀ ପାଳ ଗ୍ରାମରେ ଏପରି ଘଟଣା ଘଟିଥିବାବେଳେ ଏହାକୁ ହତ୍ୟା ସନ୍ଦେହ କରାଯାଇଛି । ଖବର ପାଇ ରାସୋଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି ।

ମୃତ ବିଧବା ମହିଳା ଜଣଙ୍କ ହେଲେ ସେହି ଗ୍ରାମର ସାଧବ ବେହେରା। ତାଙ୍କ ଘରବାଡ଼ି ପଟେ ଥିବା ପାଇଖାନା ଘରର କଡ଼ିରେ ଗାମୁଛା ବେକରେ ଲାଗିଥିଲେ ମଧ୍ୟ ଗୋଡ଼ ଦୁଇଟି ସମ୍ପୂର୍ଣ୍ଣ ତଳେ ଲାଗି ରହିଥିବା ଦେଖାଯାଇଛି ।

ଫଳରେ ତାକୁ ହତ୍ୟା ପରେ କେହି ଆତ୍ମହତ୍ୟାର ରୂପ ଦେବା ପାଇଁ ଝୁଲାଇ ଦେଇଥିବା ସନ୍ଦେହ କରାଯାଇଛି । ରାସୋଳ ପୁଲିସ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.