ETV Bharat / state

ପୋଲ ତଳକୁ ଖସିଲା ବାଇକ; ଜଣେ ମୃତ, ଜଣେ ଗୁରୁତର

author img

By

Published : Apr 28, 2021, 9:24 AM IST

୩୦ଫୁଟ ପୋଲ ତଳକୁ ଖସି ପଡିଲା ବାଇକ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ...

ପୋଲ ତଳକୁ ଖସି ପଡିଲା ବାଇକ, ଜଣେ ମୃତ୍ୟୁ ଅନ୍ୟଜଣେ ଗୁରୁତର

ଢେଙ୍କାନାଳ: ଏନଏଚ ୫୫ରାସ୍ତା ସଂପ୍ରସାରଣ କାର୍ଯ୍ୟ କରୁଥିବା ଠିକା ସଂସ୍ଥାର ଖାମଖିଆଲି ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟି ଗୋଟିଏ ପରେ ଗୋଟିଏ ଜୀବନ ଯାଉଛି । ଏପରିକି ଢେଙ୍କାନାଳ ଶକ୍ତି ସୁଗାର ନିକଟସ୍ଥ ଏକ ନିର୍ମାଣ ଧୀନ ପୋଲ କାର୍ଯ୍ୟ ଚାଲୁଥିବା ସଂକେତ ନଥିବାରୁ ଏକ ବାଇକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ଗୋଟିଏ ଗାଡି ସହ ଧକ୍କା ହୋଇ ଗୋଟିଏ ବାଇକ ୩୦ଫୁଟ ପୋଲ ତଳକୁ ଖସି ପଡିଛି ।

ଫଳରେ ବାଇକରେ ଯାଉଥିବା ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଚିକିତ୍ସା ପାଇଁ ପ୍ରଥମେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଗୁରୁତର ଯୁବକଙ୍କୁ କଟକ ଏସସିବିକୁ ସ୍ଥାନାନ୍ତରିତ କରାଯାଇଛି । ଗୁରୁତର ଜଣଙ୍କ କାମାକ୍ଷାନଗର ସମଟାଙ୍ଗି ଗ୍ରାମର ରଶ୍ମିରଞ୍ଜନ ନାୟକ ଓ ମୃତକ ଜଣକ ସେହି ଗ୍ରାମର ରାଜୀବ ଲୋଚନ ନାୟକ ବୋଲି ଜଣାପଡିଛି ।

ତେବେ ଉଭୟେ କମାକ୍ଷାନଗରରୁ କଟକ ଯାଉଥିଲେ। ଟାଉନ ପୋଲିସ ପହଞ୍ଚି ପୋଲ ତଳକୁ ଖସି ପଡିଥିବା ଦୁର୍ଘଟଣାଗ୍ରସ୍ତ ବାଇକକୁ ଜବତ କରିଥିବା ସହ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.