ଢେଙ୍କାନାଳ : କୋଭିଡ-୧୯ର ମୁକାବିଲା ଲାଗି ସାରା ଦେଶରେ ଲକ ଡାଉନ ଜାରି ରହିଛି । ଘରୁ ନ ବାହାରିବା ପାଇଁ ରହିଛି କଡା କଟକଣା । କାମଧନ୍ଦା ନଥିବାରୁ ଗରିବ ଓ ଦିନମଜୁରିଆମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏଭଳି ସ୍ଥିତିରେ ବିଜୁ ଜନତା ଦଳର କିଛି ଯୁବଗୋଷ୍ଠୀ ଏହି ଗରିବ ଅସହାୟମାନଙ୍କ ପାଖରେ ପହଞ୍ଚିଛନ୍ତି ।
ଢେଙ୍କାନାଳ ସହରର କୁଟୁଣିଆ ସାହିର ଅସହାୟ ଲୋକମାନଙ୍କୁ ରନ୍ଧାଖାଦ୍ୟ ଓ ମାସ୍କ ବଣ୍ଟନ କରିଥିବା କରିଛନ୍ତି । ଲୋକଙ୍କୁ ସଚେତନ କରିବା ସହିତ ଘରୁ ନ ବାହାରିଥିବା ପାଇଁ ସମୁହ ଶପଥପାଠ କରାଇଛନ୍ତି ।
ଢେଙ୍କାନାଳରୁ ଉର୍ମିଳା ପାତ୍ରଙ୍କ ରିପୋର୍ଟ,ଇଟିଭି ଭାରତ