ଢେଙ୍କାନାଳ: ମୁଖ୍ୟ ଡାକ୍ତରଖାନାରେ କର୍ମଚାରୀଙ୍କ ଅବହେଳା ନେଇ ଉତ୍ତେଜନା । କଟକ ରେଫର ଗୁରୁତର ରୋଗୀଙ୍କୁ ଆମ୍ବୁଲାନ୍ସ ନମିଳିବାରୁ ଟାଟା ଏସିରେ କଟକ ନିଆଯାଇଥିବା ସମ୍ପର୍କୀୟଙ୍କ ଅଭିଯୋଗ କରିଛନ୍ତି ।
ସୂଚନା ଅନୁଯାୟୀ ଢେଙ୍କାନାଳ ସହର କଣ୍ଟାନାଳୀର ବିବେକାନନ୍ଦ ନାୟକ ନାମକ ଜଣେ ଯୁବକ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ବିବେକାନନ୍ଦଙ୍କୁ କଟକ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ । ମାତ୍ର ରାତି ୮ ଟା ପର୍ଯ୍ୟନ୍ତ ଆମ୍ବୁଲାନ୍ସ ମିଳିନଥିଲା । ଫଳରେ ଘଟଣାକୁ ରୋଗୀଙ୍କ ସମ୍ପର୍କୀୟ ଉତ୍ତେଜନା ସୃଷ୍ଟି କରିଥିବାବେଳେଟାଟା ଏସି ଗାଡିକୁ ଡାକି ଯୋଗେ ଗୁରୁତର ବିବେକାନନ୍ଦଙ୍କୁ କଟକ ନେବାକୁ ବନ୍ଦୋବସ୍ତ କରିଥିଲେ । ଏହିସମୟରେ ଗଣମାଧ୍ୟମ ପ୍ରତିନିଧିଙ୍କ ହସ୍ତକ୍ଷେପ ଯୋଗୁଁ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଚେତା ପଶିଥିଲା । ଫଳରେ ୪ଘଣ୍ଟା ପରେ ଗୁରୁତର ବିବେକାନନ୍ଦଙ୍କୁ କଟକ ୧୦୮ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ