ETV Bharat / state

ମହିମାଗାଦି ବିବାଦର ହେଲା ଅସ୍ଥାୟୀ ସମାଧାନ

author img

By

Published : Jan 20, 2023, 1:56 PM IST

ଢେଙ୍କାନାଳ ମହିମା ଗାଦିରେ ଉଭୟ ସାଧୁ ଗୋଷ୍ଠୀଙ୍କ ବିବାଦର ହେଲା ଅସ୍ଥାୟୀ ସମାଧାନ । ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ସମ୍ମାନ ଦେଇ ପ୍ରଶାସନ ପ୍ରସ୍ତାବକୁ ସମ୍ମତି ଦେଲେ କୌପନୀ ଗୋଷ୍ଠୀ । ଅଧିକ ପଢ଼ନ୍ତୁ

Joranda Mahima temple conflict
ମହିମାଗାଦି ବିବାଦ
ମହିମାଗାଦି ବିବାଦ

ଢେଙ୍କାନାଳ: ବିଶ୍ୱ ପ୍ରସିଦ୍ଧ ମହିମା ଧର୍ମର ମୁଖ୍ୟ ପୀଠ ଢେଙ୍କାନାଳର ଯୋରନ୍ଦା ମହିମାଗାଦି ତୃତୀୟ ବେଢ଼ା ଉଚ୍ଛେଦ ପରେ ଉଭୟ ଗୋଷ୍ଠୀ ସାଧୁଙ୍କ ମଧ୍ୟରେ ଲାଗି ରହିଥିବା ଦୀର୍ଘ ବର୍ଷର ବିବାଦ ବଢ଼ି ଯାଇଛି । ତେବେ ଉଭୟ ଗୋଷ୍ଠୀ ନିଜ ନିଜ ଜିଦରେ ରହୁଥିବାରୁ ଏହି ବିବାଦ ତୁଟିପାରୁନାହିଁ । ତେଣୁ ଯୋରନ୍ଦା ମେଳାକୁ ଆଖି ଆଗରେ ରଖି କୌପନୀଧାରୀ ସାଧୁମାନେ ଶେଷରେ ପ୍ରଶାସନର ପ୍ରସ୍ତାବରେ ବାଧ୍ୟ ହୋଇ ମୁଣ୍ଡ ନୁଆଇଛନ୍ତି । ଯାହା ଫଳରେ ଏହି ବିବାଦ ସମାଧାନରେ ପ୍ରଶାସନ ଏକ ପ୍ରକାର ତାଳି ପାକଇବାରେ ସକ୍ଷମ ହୋଇଛି ।

ବିଶ୍ୱ ପ୍ରସିଦ୍ଧ ମହିମା ଧର୍ମର ମୁଖ୍ୟ ପୀଠ ଯାେରନ୍ଦା ମହିମାଗାଦିରେ ଉଭୟ ସାଧୁ ଗୋଷ୍ଠୀଙ୍କ ମଧ୍ୟରେ ଲାଗିରହିଥିବା ବିବାଦର ଶେଷରେ ଏକ ପ୍ରକାର ତାଳି ପଡିଛି । ଫଳରେ ଚକିତ ବର୍ଷ ଯୋରନ୍ଦା ମେଳାରେ ସୁଚାରୁ ପରିଚାଳନା ନେଇ ଲାଗି ରହିଥିବା ଅନିଶ୍ଚିତତା ଏକ ପ୍ରକାର ଆଶା ସଞ୍ଚାର ହୋଇଛି । ମହିମା ଗାଦିର ମୁଖ୍ୟ ଗାଦି ମନ୍ଦିର ତୃତୀୟ ବେଢାରୁ କୌପନି ଧାରୀ ସାଧୁ ଗୋଷ୍ଠୀଙ୍କ ଦୀର୍ଘ ବର୍ଷର ଉପାସନା ପୀଠ ଉଚ୍ଛେଦ ପରେ ଚଳିତ ବର୍ଷ ଯୋରନ୍ଦା ମେଳାରେ ଉପାସନା ପାଇଁ କୌପନୀ ସାଧୁ ଜିଦ ଧରିଥିଲେ ।

ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଭୟ ବକଳ ଓ କୌପନୀ ସାଧୁ ଗୋଷ୍ଠୀ ସହ ବାରମ୍ବାର ଆଲୋଚନା ଓ ବୈଠକ ପରେ ଅସ୍ଥାୟୀ ଭାବେ ସମାଧାନର ବାଟ ଫିଟିଛି । ଅଖଣ୍ଡ ଜ୍ୟୋତି ମନ୍ଦିର ପାର୍ଶ୍ଵରେ କିଛି ଜାଗାରେ କୌପନୀ ସାଧୁ ଗୋଷ୍ଠୀ ଧୁନୀ ଜାଳିବା ସହ ଉପାସନା କରିବା ପାଇଁ ପ୍ରଶାସନର ପ୍ରସ୍ତାବରେ ବକଳଧାରୀ ସାଧୁ ରାଜି ହୋଇଥିବା ଜଣାପଡିଛି । ତେଣୁ ଚଳିତ ବର୍ଷ ଯୋରନ୍ଦା ମେଳା ସୁପରିଚଳନା ନେଇ ଆଶା କରିଛି ପ୍ରଶାସନ । ଲକ୍ଷ ଲକ୍ଷ ମହିମା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ସମ୍ମାନ ଜଣାଇ ପ୍ରଶାସନର ପ୍ରସ୍ତାବରେ ବାଧ୍ୟ ହୋଇ ରାଜି ହୋଇଥିବା ପ୍ରକାଶ କରିଛନ୍ତି କୌପନୀଧାରୀ ସାଧୁ ଗୋଷ୍ଠୀର ବାବା ରଘୁନାଥ ଦାସ ।

ଏହାମଧ୍ୟ ପଢ଼ନ୍ତୁ. ବଢୁଛି ମହିମା ଗାଦି ବିବାଦ, ଆଶା ଆଶଙ୍କାରେ ବିଶ୍ୱ ପ୍ରସିଦ୍ଧ ଜୋରନ୍ଦା ମେଳା

ଗୋଟିଏ ପଟରେ ମହିମା ଗାଦିର ମୁଖ୍ୟ ଗାଦି ମନ୍ଦିର ନୀତିକାନ୍ତି ଓ ଉପାସନାକୁ ନେଇ ଉଭୟ ବକଳ ଓ କୌପନୀ ସାଧୁ ଗୋଷ୍ଠୀଙ୍କ ମଧ୍ୟରେ ଦୀର୍ଘ ବର୍ଷ ଧରି ବିବାଦ ରହିଛି । ଏପରିସ୍ଥଳେ ଏହି ଗାଦି ମନ୍ଦିର ତୃତୀୟ ବେଢାରୁ କୌପନୀ ଗୋଷ୍ଠୀଙ୍କ ଉପାସନା ପୀଠ ଉଚ୍ଛେଦ ପରେ ଏହି ବିବାଦ ତୀବ୍ରତର ହୋଇଛି । ଏପରିସ୍ଥଳେ ଆସନ୍ତା ୪ତାରିଖରେ ହେବାକୁ ଥିବା ପ୍ରସିଦ୍ଧ ଯୋରନ୍ଦା ମେଳା ପାଖେଇ ଆସୁଛି । ତାଙ୍କୁ ମୁଖ୍ୟ ଗାଦି ମନ୍ଦିରରେ ଉପାସନାର ସୁଯୋଗ ନଚେତ ସ୍ଥାୟୀ ଉପାସନା ପୀଠ ନଦେଲେ ସେମାନେ ଯୋରନ୍ଦା ମେଳାରେ ସହଯୋଗ କରିବେ ନାହିଁ ବୋଲି ଜିଦରେ ଥିଲେ କୌପନୀ ଗୋଷ୍ଠୀ । ଫଳରେ ଚଳିତ ବର୍ଷ ଯୋରନ୍ଦା ମେଳାରେ ସୁପରିଚାଳନା ନେଇ ଏକ ପ୍ରକାର ଅନିଶ୍ଚିତତା ଲାଗି ରହିଥିଲା ।

ସେପଟେ ଏହି ପ୍ରସ୍ତାବକୁ ବକଳଧାରୀ ଗୋଷ୍ଠୀ ବିରୋଧ କରିବାରୁ ଉଭୟଙ୍କ ବିବାଦ ବଢି ଚାଲିଥିଲା । ଏହି ବିବାଦ ଯୋଗୁଁ ଯୋରନ୍ଦା ମେଳା ପ୍ରସ୍ତୁତି ବୈଠକକୁ କୌପନୀ ଗୋଷ୍ଠୀଙ୍କ ବର୍ଜନ ପରେ ପ୍ରଶାସନର ମୁଣ୍ଡ ବ୍ୟଥାର କାରଣ ହୋଇଛି । ଫଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ସମ୍ପର୍କରେ ବାରମ୍ବାର ବୈଠକ ଓ ମହିମା ଗାଦି ଉଭୟ ଗୋଷ୍ଠୀ ସାଧୁଙ୍କ ପାଖକୁ ଯାଇ ମତାଇବାକୁ ଉଦ୍ୟମ ଜାରି ରଖିଥିଲେ ।

ଶେଷରେ ଗତକାଲି ଢେଙ୍କାନାଳ ବିଧାୟକ ସୁଧୀର ସାମଲ ଓ ଜିଲ୍ଲାପାଳ ସରୋଜ ସେଠୀ ତଥା ଢେଙ୍କାନାଳ ଏସପି ଜ୍ଞାନରଞ୍ଜନ ମହାପାତ୍ର ପ୍ରମୁଖ ପ୍ରଶାସନିକ ଆଧିକାରୀ ମାହିମା ଗାଦିକୁ ଯାଇ ଉଭୟ ଗୋଷ୍ଠୀଙ୍କ ବିବାଦରେ ତାଳି ପକାଇବାରେ ସକ୍ଷମ ହୋଇଛନ୍ତି । ଚଳିତ ବର୍ଷ ଯୋରନ୍ଦା ମେଳା ସୁରୁଖୁରୁରେ ହେବାର ଆଶା କରିଛନ୍ତି ସ୍ଥାନୀୟ ବିଧାୟକ ସୁଧୀର ସାମଲ ଓ ଜିଲ୍ଲାପାଳ ସରୋଜ ସେଠୀ। ତେବେ ଜିଲ୍ଲା ପ୍ରଶାସନର ବାରମ୍ବାର ଉଦ୍ୟମରେ ଉଭୟ ସାଧୁ ଗୋଷ୍ଠୀଙ୍କ ଏହି ବିବାଦ ଏବେ ଯୋରନ୍ଦା ମେଳା ପାଇଁ ଏକ ଅସ୍ଥାୟୀ ସମାଧାନର ବାଟ ଫିଟିଯାଇଛି । ଫଳରେ ଚଳିତ ବର୍ଷ ଜୋରନ୍ଦା ମେଳାକୁ ନେଇ ଭକ୍ତ ଓ ମହିମା ପ୍ରେମୀଙ୍କ ମନରେ ନୂତନ ଆଶା ସଞ୍ଚାର କରିଛି।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.