ETV Bharat / state

ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ତାଲା, ଜିଦରେ ଅଟଳ ଛାତ୍ରଛାତ୍ରୀ ଓ ଅଭିଭାବକ

author img

By

Published : Oct 28, 2019, 5:50 PM IST

ଖଙ୍କିରା ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବିରେ ଚାଲିଥିବା ଆନ୍ଦୋଳନ ଚତୁର୍ଥ ଦିନରେ ପହଞ୍ଚିଛି । ଦୁଇଦିନ ଧରି ଗଁଦିଆ ବ୍ଲକ ଶିକ୍ଷାଧିକାରୀ ହୃଷିକେଶ ବାରିକ ପହଞ୍ଚି ବୁଝାସୁଝା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଢେଙ୍କାନାଳ

ଢେଙ୍କାନାଳ: ଗଁଦିଆ ବ୍ଲକ ଅନ୍ତର୍ଗତ ଖଙ୍କିରା ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବିରେ ଚାଲିଥିବା ଆନ୍ଦୋଳନ ଚତୁର୍ଥ ଦିନରେ ପହଞ୍ଚିଛି । ଆଜି ମଧ୍ୟ ସ୍କୁଲ ଫାଟକରେ ତାଲା ପକାଇ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଧାରଣାରେ ବସିଛନ୍ତି । ଧାରଣାରେ ବସିଥିବାବେଳେ ୩ ଜଣ ଛାତ୍ରଛାତ୍ରୀ ଓ ଜଣେ ଅଭିଭାବକ ଅସୁସ୍ଥ ହୋଇପଡିଛନ୍ତି । ସେମାନଙ୍କୁ ସ୍ଥାନୀୟ ଖଙ୍କିରା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଢେଙ୍କାନାଳ

ଦୁଇଦିନ ଧରି ଗଁଦିଆ ବ୍ଲକ ଶିକ୍ଷାଧିକାରୀ ହୃଷିକେଶ ବାରିକ ସେଠାରେ ପହଞ୍ଚି ବୁଝାସୁଝା କରିଥିଲେ । ମାତ୍ର ଆନ୍ଦୋଳନକାରୀମାନେ ଅବସ୍ଥାପିତ ପ୍ରଧାନ ଶିକ୍ଷକଙ୍କୁ ତୁରନ୍ତ ଅନ୍ୟତ୍ର ବଦଳି ଓ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନିଯୁକ୍ତି ଦାବିରେ ଆନ୍ଦୋଳନ ଜାରି ରଖିଛନ୍ତି । ଏପରିକି ଜିଲ୍ଲାପାଳ କିମ୍ବା ଜିଲ୍ଲା ଶିକ୍ଷାଅଧିକାରୀ ନ ଯିବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି।

ଏହି ବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନଥିବାରୁ ଛାତ୍ରଛାତ୍ରୀମାନଙ୍କୁ ଉପଯୁକ୍ତ ଶିକ୍ଷାଦାନ ମିଳି ପାରୁନାହିଁ । ବିଦ୍ୟାଳୟରେ ହିନ୍ଦୀ, କ୍ରୀଡା ଓ ବିଜ୍ଞାନ ଶିକ୍ଷକ ପଦବୀ ଖାଲି ପଡିଛି । ଏପରିକି ଛାତ୍ରଛାତ୍ରୀମାନେ ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ ଅସଦାଚରଣର ଅଭିଯୋଗ ଆଣିଛନ୍ତି । ବିଦ୍ୟାଳୟ କମିଟି ବହୁବାର ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ବି ଫଳ ଶୂନ ।

୧୯୭୨ ମସିହାରୁ ସ୍ଥାପିତ ଏହି ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ କରାଯାଉଛି । ଏହି ବିଦ୍ୟାଳୟରେ ମୋଟ ୩୫୨ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୬ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଶିକ୍ଷାଦାନ କରୁଛନ୍ତି । ତେଣୁ ପିଲାଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Intro:ଶିକ୍ଷକ ନିଯୁକ୍ତି ଦାବିରେ ଅନଶନର ଚତୁର୍ଥ ଦିନ / ୪ଜଣ ଛାତ୍ରଛାତ୍ରୀ ବେହୋସ/ ବିଇଓଙ୍କ ପ୍ରତିଶୃତି ଗ୍ରହଣ କଲେନି /ଜିଲା ଶିକ୍ଷାଧିକାରୀଙ୍କ ଟାଳଟୁଳ ନିତି/ ଜିଦରେ ଅଟଳ ଛାତ୍ରଛାତ୍ରୀ ଓ ଅଭିଭାବକ ଆନ୍ଦୋଳନ ଜାରି
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ଖଙ୍କିରା ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବିରେ ଚାଲିଥିବା ଆନ୍ଦୋଳନ ଆଜି ଚତୁର୍ଥ ଦିନରେ ପହଞ୍ଚିଛି । ଆଜି ମଧ୍ୟ ସ୍କୁଲ ଫାଟକରେ ତାଲା ପକାଇ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଧାରଣାରେ ବସିଛନ୍ତି । Body:ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ଖଙ୍କିରା ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବିରେ ଚାଲିଥିବା ଆନ୍ଦୋଳନ ଆଜି ଚତୁର୍ଥ ଦିନରେ ପହଞ୍ଚିଛି । ଆଜି ମଧ୍ୟ ସ୍କୁଲ ଫାଟକରେ ତାଲା ପକାଇ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଧାରଣାରେ ବସିଛନ୍ତି । ୧୯୭୨ ମସିହାରୁ ସ୍ଥାପିତ ଏହି ବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନଥିବାରୁ ଛାତ୍ରଛାତ୍ରୀମାନେ ଉପଯୁକ୍ତ ଶିକ୍ଷା ଗ୍ରହଣ କରିପାରୁ ନାହାନ୍ତି । ବିଦ୍ୟାଳୟରେ ହିନ୍ଦୀ, କ୍ରୀଡା ଓ ବିଜ୍ଞାନ ଶିକ୍ଷକ ପଦବୀ ଖାଲି ପଡିଛି । ଛାତ୍ରଛାତ୍ରୀମାନେ ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ ଅସଦାଚରଣର ଅଭିଯୋଗ ଆଣିଛନ୍ତି । ବିଦ୍ୟାଳୟର କମିଟ ବହୁବାର ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ବି ଫଳ ଶୂନ । ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଥିବାବେଳେ ମୋଟ ୩୫୨ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଏବେ ଏହି ବିଦ୍ୟାଳୟରେ ୬ ଜଣ ଶିକ୍ଷକଶିକ୍ଷୟତ୍ରୀ ଶିକ୍ଷାଦାନ ଦେଉଥିବା ବେଳେ ପାଠ ପଢାରେ ବ୍ୟାଘାତ ସୃଷ୍ଟି ହେଉଛି ।ଗତ କାଲି ଓ ଆଜି ମଧ୍ୟ ଗଁନ୍ଦିଆ ବ୍ଲକ ଶିକ୍ଷାଧିକାରୀ ହୃଷିକେଶ ବାରିକ ପହଁଞ୍ଚ ବୁଝାସୁଝା କରିଥିଲେ । ମାତ୍ର ଆନ୍ଦୋଳନ ରତ ପିଲା ଓ ଅଭିଭାବାନେ ନିଜ ଜିଦରେ ଅଟଳ ରହିଥିବାରୁ ଆଜି ଆନ୍ଦୋଳନ ଜାରି ରହିଅଛିConclusion:ଫଳରେ ଆଜି ୩ଜଣ ଛାତ୍ରଛାତ୍ରୀ ଓ ଜଣେ ଅଭିଭାବକ ବେହୋସ ହୋଇପଡିଛନ୍ତି ।ସେମାନଙ୍କୁ ସ୍ଥାନୀୟ ଖଙ୍କିରା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଅବସ୍ଥାପିତ ପ୍ରଧାନ ଶିକ୍ଷକଙ୍କୁ ତୁରନ୍ତ ଅନ୍ୟତ୍ର ବଦଳି ଓ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନିଯୁକ୍ତି ତଥା ଜିଲ୍ଲାପାଳକିମ୍ବା ଜିଲ୍ଲା ଶିକ୍ଷାଅଧିକାରୀ ନ ଯିବା ଯାଏଁ ଏପରି ଆନ୍ଦୋଳନ ଜାରି ଳହିଭ ବୋଲି ଚେତାବନୀ ଦେଉଛନ୍ତି। ଫଳରେଗତ ୩ଦିନ ହେଲା ଏହି ଆନ୍ଦୋଳନ ଚାଲୁରହିଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ।ଢେଙ୍କାନାଳରୁ ଉର୍ମିଳା ପାତ୍ର । ଇଟିଭି ଭାରତ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.