ETV Bharat / state

ଘରମୁହାଁ ଶ୍ରମିକଙ୍କ ସ୍ବାବ ଟେଷ୍ଟ: ପ୍ରଥମ ପର୍ଯ୍ୟାୟରେ 78 ନେଗେଟିଭ - ଘରମୁହାଁ ଶ୍ରମିକଙ୍କ ସ୍ବାବ ଟେଷ୍ଟ

ପ୍ରଥମ ପର୍ଯ୍ୟାୟରେ ୭୮ ଜଣଙ୍କର ସ୍ବାବ ଟେଷ୍ଟ ସଂଗୃହୀତ ହୋଇଥିଲା । ତେବେ ସମସ୍ତଙ୍କର କୋରୋନା ନେଗେଟିଭ ବୋଲି ସୂଚନା ମିଳିଛି । ଅଧିକ ପଢନ୍ତୁ...

ଘରମୁହାଁ ଶ୍ରମିକଙ୍କ ସ୍ବାବ ଟେଷ୍ଟ: ପ୍ରଥମ ପର୍ଯ୍ୟାୟରେ 78 ନେଗେଟିଭ

author img

By

Published : Apr 27, 2020, 8:27 PM IST

ଢେଙ୍କାନାଳ: ଜିଲ୍ଲା ପ୍ରଶାସନ ପକ୍ଷରୁ ଘରମୁହାଁ ଶ୍ରମିକଙ୍କ କୋରୋନା ସ୍ବାବ ଟେଷ୍ଟ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୭୮ ଜଣଙ୍କର ରିପୋର୍ଟ ନେଗେଟିଭ ଆସିଛି । କାମାକ୍ଷାନଗର ସ୍ବାବ ଟେଷ୍ଟ ସେଣ୍ଟରରେ ଦ୍ବିତୀୟ ପର୍ଯ୍ୟାୟ ରକ୍ତ ନମୁନା ସଂଗ୍ରହ ଆରମ୍ଭ ହୋଇଛି ।

ଘରମୁହାଁ ଶ୍ରମିକଙ୍କ ସ୍ବାବ ଟେଷ୍ଟ: ପ୍ରଥମ ପର୍ଯ୍ୟାୟରେ 78 ନେଗେଟିଭ

କୋରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ବାହାରୁ ଫେରିଥିବା ଶ୍ରମିକଙ୍କ ସ୍ବାବ ଟେଷ୍ଟକୁ ଗୁରୁତ୍ବ ଦିଆଯାଉଛି । ଏଥିପାଇଁ କାମାକ୍ଷାନଗର ବ୍ଲକ କୁସୁମଯୋଡି ସ୍କୁଲଠାରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରକ୍ତ ନମୁନା ସଂଗ୍ରହ କରାଯାଉଛି । ଏଥିରେ କାମାକ୍ଷାନଗର ବ୍ଲକ ଓ ଏନଏସିରେ ଓଡିଶା ବାହାର ତଥା କୋଲକାତା, ମହାରାଷ୍ଟ୍ର, ଗୁଜୁରାଟ, ଦିଲ୍ଲୀରୁ ଆସିଥିବା ବ୍ୟକ୍ତିଙ୍କ ଠାରୁ ସ୍ବାବ ଟେଷ୍ଟ ପାଇଁ ନମୁନା ସଂଗ୍ରହ କରାଯାଉଛି ।

ତେବେ ଏଠାରେ ପ୍ରଥମ ପର୍ଯ୍ୟାୟରେ ସଂଗୃହୀତ ୭୮ ଜଣଙ୍କର ସ୍ବାବ ଟେଷ୍ଟରୁ ସମସ୍ତଙ୍କର କୋରୋନା ନେଗେଟିଭ ବୋଲି ସୂଚନା ମିଳିଛି । ସୋମବାର ଦ୍ବିତୀୟ ପର୍ଯ୍ୟାୟରେ ୭୦ ଲୋକଙ୍କ ଠାରୁ ସ୍ବାବ ନମୁନା ସଂଗ୍ରହ କରାଯାଇଥିବା ଜଣାପଡିଛି । ଏହି ସ୍ବାବ ସବୁକୁ ଟେଷ୍ଟ ପାଇଁ ପଠାଯିବ ବୋଲି ସୂଚନା ରହିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.