ETV Bharat / state

ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ - ଢେଙ୍କାନାଳ ନବବଧୂ ମୃତ୍ୟୁ

ଢେଙ୍କାନାଳରେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ । ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ବାପାଘର ଲୋକେ । ଅଧିକ ପଢନ୍ତୁ...

ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ

author img

By

Published : Jun 29, 2021, 8:35 PM IST

ଢେଙ୍କାନାଳ: ଜଣେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ନବବଧୂଙ୍କ ମୃତଦେହ ଜବତ କଲା ଢେଙ୍କାନାଳ ଟାଉନ ଥାନା ପୋଲିସ । ମହିଳାଙ୍କ ମୃତ୍ୟୁ ନେଇ ଶାଶୁଘର ଲୋକଙ୍କ ଉପରେ ଅଭିଯୋଗ ଆଣିଲେ ବାପଘର ଲୋକେ । ମୃତକ ଢେଙ୍କାନାଳ ଷ୍ଟେସନ ବଜାରର ସଞ୍ଜୁବାଳା ସାହୁ ।

ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ

ସୂଚନାଯୋଗ୍ୟ, ଢେଙ୍କାନାଳ ସହରର ଷ୍ଟେସନ ବଜାର ଠାରେ ଏକ ଭଡ଼ା ଘରେ ରହୁଥିଲେ ତୁମୁସିଙ୍ଗା ଥାନା ଧୋବାବାହାଳୀ ଗାଁର ସୁରେନ୍ଦ୍ର ସାହୁଙ୍କ ପରିବାର । ୧୧ ମାସ ତଳେ କାମାକ୍ଷାନଗର ଗାଙ୍ଗିଯୋଡି ଗାଁର ସଞ୍ଜୁବାଳାଙ୍କୁ ସୁରେନ୍ଦ୍ର ବିବାହ କରିଥିଲେ । ସୁରେନ୍ଦ୍ର କଟକର ଏକ ଦୋକାନରେ ଟେକ୍ନିସିଆନ ଭାବରେ କାମ କରନ୍ତି । ଗତକାଲି(ସୋମବାର) କୌଣସି କାରଣକୁ ନେଇ ସଞ୍ଜୁବାଳା ଏବଂ ଶାଶୁଘର ଲୋକଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଥିଲା । ଯାହ ସମ୍ପର୍କରେ ମହିଳା ଜଣକ ନିଜ ମା'ଙ୍କୁ ଫୋନ ଯୋଗେ ଜଣାଇଥିଲେ ବୋଲି ତାଙ୍କ ମା ପ୍ରକାଶ କରିଛନ୍ତି ।

ତେବେ ଗତ ରାତିରେ ସଞ୍ଜୁବାଳାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ ନିଆଯାଇଥିବା ଶ୍ଵଶୁର ଘର ପକ୍ଷରୁ ମହିଳାଙ୍କ ବାପାଘରକୁ ଫୋନ କରାଯାଇଥିଲା । ଆଜି ସଞ୍ଜୁବାଳାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ମହିଳାଙ୍କ ମୃତ୍ୟୁ ସନ୍ଦେହ ଘେରରେ ରହିଥିବାବେଳେ ସେପଟେ ବାପଘର ପକ୍ଷରୁ ଝିଅକୁ ଏକ ଲକ୍ଷ ଟଙ୍କା ଅଧିକ ଯୌତୁକ ପାଇଁ ନିର୍ଯ୍ୟାତନା ଦିଆଯାଉଥିବା ଅଭିଯୋଗ କରାଯାଇଛି । ଫଳରେ ଅଭିଯୋଗ ଆଧାରରେ ଝିଅର ସ୍ଵାମୀ, ଶାଶୁ ଓ ଶ୍ୱଶୁରଙ୍କୁ ଟାଉନ ଥାନା ପୋଲିସ ଅଟକ ରଖି ତଦନ୍ତ କରୁଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.