ETV Bharat / state

ଲାଗି ରହିଛି ସମସ୍ୟା, ସମାଧାନ ପାଇଁ ଧାରଣାରେ ଛାତ୍ରଛାତ୍ରୀ

ଢେଙ୍କାନାଳ ଜିଲ୍ଲାର ଗଁନ୍ଦିଆ ବ୍ଲକ ଅନ୍ତର୍ଗତ ଖଙ୍କିରା ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଭିନ୍ନ ସମସ୍ୟାକୁ ନେଇ ଛାତ୍ରଛାତ୍ରୀମାନେ ଶୁକ୍ରବାରଠୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ- ସମ୍ବାଦଦାତା, ଢେଙ୍ଗାନାଳ
author img

By

Published : Oct 26, 2019, 6:13 PM IST

ଢେଙ୍କାନାଳ: ଜିଲ୍ଲାର ଗଁନ୍ଦିଆ ବ୍ଲକ ଅନ୍ତର୍ଗତ ସୀମାକୁ ଖଙ୍କିରା ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଭିନ୍ନ ସମସ୍ୟାକୁ ନେଇ ଛାତ୍ରଛାତ୍ରୀମାନେ ଶୁକ୍ରବାରଠୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ବିଦ୍ୟାଳୟରେ ଅନେକ ସମସ୍ୟାକୁ ନେଇ ଛାତ୍ରଛାତ୍ରୀମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନ ଆରମ୍ଭ କରିଛନ୍ତି । ଫଳରେ ଦୁଇଜଣ ଛାତ୍ରଛାତ୍ରୀ ଅସୁସ୍ଥ ହେବାରୁ ତାଙ୍କୁ ସ୍ଥାନୀୟ ଖଙ୍କିରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଢେଙ୍ଗାନାଳ

ବିଦ୍ୟାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ବାରମ୍ବାର ଜଣାଇଛନ୍ତି ଗ୍ରାମବାସୀ । କିନ୍ତୁ କୌଣସି ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ନିଆଯାଉନାହିଁ ବରଂ ପ୍ରଶାସନ ସମସ୍ୟାକୁ ଆହୁରି ଅଧିକ ଜଟିଳ କରୁଛନ୍ତି ବୋଲି ଅଭିଯୋଗ ଉଠାଇଛନ୍ତି ।

ହିନ୍ଦୀ ଶିକ୍ଷକ, ଖେଳ ଶିକ୍ଷକ, କିରାଣୀ, ବିଜ୍ଞାନ ଶିକ୍ଷକ ଓ ପିଅନ, ସ୍ଥାୟୀ ପ୍ରଧାନ ଶିକ୍ଷକ ନଥିବା ସ୍ଥଳେ ଦୁଇ ଦିନ ତଳେ ଜଣେ କଳା ଶିକ୍ଷକଙ୍କୁ ବଦଳି କରାଯାଇଛି । ଅନ୍ୟ ପକ୍ଷରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ମନମୁଖୀ କାର୍ଯ୍ୟ ବିଦ୍ୟାଳୟର ଶିକ୍ଷକ ଓ ଅଭିଭାବକଙ୍କୁ ବ୍ୟଥିତ କରିଛି ।

ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ ସାମଲଙ୍କୁ ତୁରନ୍ତ ବଦଳି କରାଯାଇ ଜଣେ ଦକ୍ଷ ପ୍ରଧାନ ଶିକ୍ଷକ ନିଯୁକ୍ତ କରାଯାଉ ବୋଲି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଲିଖିତ ଅନୁରୋଧ କରାଯାଇଛି । ମାତ୍ର ଫଳ ଶୂନ। ସୂଚନା ଥାଉ କି, ଏହି ବିଦ୍ୟାଳୟ ପରିସରରେ ଏକ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିର ବାଳିକା ଆବାସିକ କେନ୍ଦ୍ର ଅଛି । ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପଡିଛି । ଆବାସିକ କେନ୍ଦ୍ରର ୪୦ ଜଣ ଅନ୍ତେବାସୀ ଭୋକ ଉପାସ ଅବସ୍ଥାରେ ଅଛନ୍ତି ।

ସୋସିଆଲ ମିଡିଆ ମାଧ୍ୟମରେ ଶୁକ୍ରବାର ଠାରୁ ମୁଖ୍ୟମନ୍ତ୍ରୀ, ବିଭାଗୀୟ ମୁଖ୍ୟ ଓ ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇଥିବା ବେଳେ ଗ୍ରାମବାସୀ ଓ ଅଭିଭାବକଙ୍କ ତରଫରୁ ଏ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଦାବି କରାଯାଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Intro:ଢେଙ୍କାନାଳ ଜିଲ୍ଲାର ଗଁନ୍ଦିଆ ବ୍ଲକ ଅନ୍ତର୍ଗତ ସୀମାକୁ ଖଙ୍କିରା ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଭିନ୍ନ ସମସ୍ୟାକୁ ନେଇ ଛାତ୍ରଛାତ୍ରୀମାନେ ଗତ କାଲିଠାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ବିଦ୍ୟାଳୟରେ ଅନେକ ସମସ୍ୟା କୁ ନେଇ ଛାତ୍ରଛାତ୍ରୀମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନ ଆରମ୍ଭ କରିଛନ୍ତି ।ଫଳରେ ଦୁଇଜଣ ଛାତ୍ରଛାତ୍ରୀ ଅସୁସ୍ଥ ହେବାରୁ ତାଙ୍କୁ ସ୍ଥାନୀୟ ଖଙ୍କିରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। Body:ବିଦ୍ୟାଳୟ ର ବିଭିନ୍ନ ସମସ୍ୟା ସଂପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ବାରମ୍ବାର ଜଣାଇଛନ୍ତି ଗ୍ରାମବାସୀ । କିନ୍ତୁ କୋଣସି ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ନିଆଯାଉନାହିଁ ବରଂ ପ୍ରଶାସନ ସମସ୍ୟା କୁ ଆହୁରି ଅଧିକ ଜଟିଳ କରୁଛନ୍ତି ବୋଲି ଅଭିଯୋଗ ଉଠାଇଛନ୍ତି। ହିନ୍ଦୀ ଶିକ୍ଷକ , ଖେଳ ଶିକ୍ଷକ , କିରାଣୀ , ବିଜ୍ଞାନ ଶିକ୍ଷକ ଓ ପିଅନ , ସ୍ଥାୟୀ ପ୍ରଧାନ ଶିକ୍ଷକ ନଥିବା ସ୍ଥଳେ ଦୁଇ ଦିନ ତଳେ ଜଣେ କଳା ଶିକ୍ଷକ ଙ୍କୁ ବଦଳି କରାଯାଇଛି । ଅନ୍ୟ ପକ୍ଷରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ମନ ମୁଖୀ କାର୍ଯ୍ୟ ବିଦ୍ୟାଳୟ ର ଶିକ୍ଷକ ଓ ଅଭିଭାବକ ଙ୍କୁ ବ୍ୟଥିତ କରିଛି । ଶ୍ରୀ ବିଜୟ ସାମଲ ଙ୍କୁ ( ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ) ତୁରନ୍ତ ବଦଳି କରାଯାଇ ଜଣେ ଦକ୍ଷ୍ୟ ପ୍ରଧାନ ଶିକ୍ଷକ ନିଯୁକ୍ତ କରାଯାଉ ବୋଲି ବିଭାଗୀୟ ଉଚ୍ଚ କତୃପକ୍ଷଙ୍କୁ ବାରମ୍ବାର ଲିଖିତ ଅନୁରୋଧ କରାଯାଇଛି । ମାତ୍ର ଫଳ ଶୂନ। ସୂଚନା ଥାଉ କି ଏହି ବିଦ୍ୟାଳୟ ପରିସରରେ ଏକ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ର ବାଳିକା ଆବାସିକ କେନ୍ଦ୍ର ଅଛି । ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା । ଆବାସିକ କେନ୍ଦ୍ର ୪୦ ଜଣ ଅନ୍ତେବାସୀ ଅଖିଆ ଓ ଅପିଆ ଅବସ୍ଥାରେ ଅଛନ୍ତି । Conclusion:ସୋସିଆଲ ମେଡିଆ ଓ ଟ୍ୱିଟର ମାଧ୍ୟମରେ ଗତ କାଲି ଠାରୁ ମୁଖ୍ୟମନ୍ତ୍ରୀ , ବିଭାଗୀୟ ମୁଖ୍ୟ , ଓ ଜିଲ୍ଲା ପ୍ରଶାସନ କୁ ଅବଗତ କରାଯାଇଛି । ଗ୍ରାମବାସୀ ଓ ଅଭିଭାବକ ଙ୍କ ତରଫରୁ ଏ ସମସ୍ୟା ର ଦୁରନ୍ତ ସମାଧାନ ପାଇଁ ଦାବି କରିଛନ୍ତି।ଢେଙ୍କାନାଳରୁ ଉର୍ମିଳା ପାତ୍ରଙ୍କ ରିପୋର୍ଟ।ଇଟିଭି ଭାରତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.