ETV Bharat / state

ପ୍ରଧାନ ଶିକ୍ଷୟତ୍ରୀଙ୍କ ନାଁରେ ମାଡ ମାରିବା ସହ ଅଶାଳୀନ ବ୍ୟବହାର ଅଭିଯୋଗ ଆଣିଲେ ଛାତ୍ର

ପ୍ରଧାନ ଶିକ୍ଷୟତ୍ରୀଙ୍କ ମାଡରେ ସ୍କୁଲର ଜଣେ ୧୦ମ ଶ୍ରେଣୀ ଛାତ୍ର ଆହତ ହୋଇ ଚିକିତ୍ସିତ ପରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ଶିକ୍ଷାଧିକାରୀ ଓ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

student
student
author img

By

Published : Dec 4, 2019, 8:01 AM IST

ଢେଙ୍କାନାଳ: ବିଦ୍ୟାଳୟ ଗୁଡିକ ଭେଦଭାବ ଶୂନ୍ୟ ଓ ଦଣ୍ଡମୁକ୍ତ ଅଞ୍ଚଳ ବୋଲି ସରକାର ଘୋଷଣା କରୁଥିଲେ ମଧ୍ୟ ବାସ୍ତବିକତା କିନ୍ତୁ ଠିକ ଓଲଟା। ଢେଙ୍କାନାଳ ଜିଲ୍ଲାର ବହୁ ପୁରାତନ ବ୍ରଜନାଥ ବଡଜେନା ଉଚ୍ଚ ବିଦ୍ୟାଳୟ ଏହାର ଏକ ଜ୍ବଳନ୍ତ ଉଦାହରଣ ହୋଇଛି। ସେହି ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଜଣେ ଛାତ୍ରଙ୍କୁ ଅଶାଳୀନ ବ୍ୟବହାର ସାଙ୍ଗକୁ ମାଡ ମାରିଥିବା ଅଭିଯୋଗ ହୋଇଛି। ପ୍ରଧାନ ଶିକ୍ଷୟତ୍ରୀଙ୍କ ମାଡରେ ସ୍କୁଲର ଜଣେ ୧୦ମ ଶ୍ରେଣୀ ଛାତ୍ର ଆହତ ହୋଇ ଚିକିତ୍ସିତ ପରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ଶିକ୍ଷାଧିକାରୀ ଓ ଟାଉନ ଥାନାରେ ଲିଖିତ ଭାବେ ଗୁହାରି କରିଛନ୍ତି।

ପ୍ରଧାନ ଶିକ୍ଷୟତ୍ରୀଙ୍କ ନାଁରେ ମାଡ ମାରିବା ଅଭିଯୋଗ ଆଣିଲେ ଛାତ୍ର

ଖବରମୁତାବକ, ସେହି ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ମୌସୁମୀ ସାହୁଙ୍କ ନାମରେ ଉଠିଛି ସଙ୍ଗୀନ ଅଭିଯୋଗ। ରାଜା ବାରିକ ନାମକ ୧୦ମ ଶ୍ରେଣୀରେ ପଢୁଥିବା ଛାତ୍ରକୁ କ୍ଲାସରୁମ ଫ୍ୟାନ ସୁଇଚ୍ ଭଙ୍ଗାକୁ ନେଇ ଅଶାଳୀନ ବ୍ୟବହାର ପରେ କାନ ମୂଳକୁ ଅମାନୁଷିକ ଭାବେ ୫ଚାପୁଡା ମାରିଥିବାରୁ ସେ ଆହତ ହୋଇଛନ୍ତି। ଏହି ଘଟଣା ପରେ ଭୟଭୀତ ହୋଇ ଆହତ ଛାତ୍ର ଜଣଙ୍କ ପ୍ରଧାନ ଶିକ୍ଷୟତ୍ରୀ ଥିବା ଯାଏ ଆଉ ସ୍କୁଲକୁ ଯିବେ ନାହିଁ ବୋଲି ପ୍ରକାଶ କରିଛନ୍ତି।

ଏପରି ସଙ୍ଗୀନ ଅଭିଯୋଗ ସଂପର୍କରେ ପ୍ରତିକ୍ରିୟା ତ ଦୂର କଥା ଫଟୋ ମଧ୍ୟ ଉଠାଇବାକୁ ରୋକଠୋକ ମନା କରିଦେଉଛନ୍ତି ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ। ମାତ୍ର ଏ ସଂପର୍କରେ ତଦନ୍ତ କରାଯିବ ଓ ସତ୍ୟତା ଥିଲେ କାର୍ଯ୍ୟାନୁଷ୍ଠାନ ପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସୁପାରିଶ କରିବେ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରକାଶ କରିଛନ୍ତି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Intro:ଅମାନୁଷିକ ଭାବେ ମାଡରେ ଛାତ୍ର ଆହାତ/ ଡାକ୍ତରଖାନାରେ ଚିକିତ୍ସା ପରେ ଜିଲ୍ଲା ଶିକ୍ଷାଅଧିକାରୀଙ୍କ ଅଫିସରେ ଆହତ ଛାତ୍ରଙ୍କ ଫେରାଦ/ ବିବି ହାଇସ୍କୁଲ ପ୍ରଧାନ ଶିକ୍ଷୟତ୍ରୀଙ୍କ ନାମରେ ମାଡ ମାରିବା ସହ ଅଶାଳୀନ ବ୍ୟବହାର କରିଥିବା ଅଭିଯୋଗ ଆଣିଲେ ୧୦ମ ଶ୍ରେଣୀ ଛାତ୍ର
ଆଙ୍କର-ଢେଙ୍କାନାଳର ବହୁ ପୁରାତନ ବ୍ରଜନାଥ ବଡଜେନା ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ଜଣେ ଛାତ୍ରଙ୍କୁ ଅଶାଳୀନ ବ୍ୟବହାର ସାଙ୍ଗକୁ ମାଡ ମାରିଥିବା ଅଭିଯୋଗ ହୋଇଛି। ପ୍ରଧାନ ଶିକ୍ଷୟତ୍ରୀଙ୍କ ମାଡରେ ସ୍କୁଲର ଜଣେ ୧୦ମ ଶ୍ରେଣୀ ଛାତ୍ର ଆହାତ ହୋଇ ଚିକିତ୍ସିତ ପରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ଶିକ୍ଷାଧିକାରୀ ଓ ଟାଉନ ଥାନାରେ ଲିଖିତ ଭାବେ ଗୁହାରି କରିଛନ୍ତି।
Body:ଭିଓ-୧: ବିଦ୍ୟାଳୟ ଗୁଡିକ ଭେଦ ଭାବ ଶୂନ୍ୟ ଓ ଦଣ୍ଡମୁକ୍ତ ଅଞ୍ଚଳ ବୋଲି ସରକାର ଘୋଷଣା କରୁଥିଲେ ମଧ୍ୟ ବାସ୍ତବିକତା କିନ୍ତୁ ଠିକ ଓଲଟା। ଢେଙ୍କାନାଳ ଜିଲ୍ଲାର ବହୁ ପୁରାତନ ବ୍ରଜନାଥ ବଡଜେନା ଉଚ୍ଚ ବିଦ୍ୟାଳୟ ଏହାର ଏକ ଜ୍ବଳନ୍ତ ଉଦାହରଣ ହୋଇଛି। ଏହି ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ମୌସୁମୀ ସାହୁଙ୍କ ନାମରେ ଉଠିଛି ସଙ୍ଗିନ ଅଭିଯୋଗ।ରାଜା ବାରିକ ନାମଅ ୧୦ମ ଶ୍ରେଣୀରେ ପଢୁଥିବା ରାଜା ବାରିକ ନାମକ ଜଣେ ଛାତ୍ରକୁ କ୍ୟ୍ଲାସରୁମ ଫ୍ୟାନ ସୁଇଚ୍ ଭଙ୍ଗାକୁ ନେଇ ଅଶାଳୀନ ବ୍ୟବହାର ପରେ କାନ ମୁଣ୍ଡାକୁ ଅମାନୁଷିକ ଭାବେ ୫ଚାପୁଡା ମାରିଥିବାରୁ ସେ ଆହତ ହୋଇଛନ୍ତି। ଏହି ଘଟଣା ପରେ ଭୟଭିତ ହୋଇ ଆହତ ଛାତ୍ର ଜଣଙ୍କ ପ୍ରଧାନ ଶିକ୍ଷୟତ୍ରୀ ଥିବା ଯାଏ ଆଉ ସ୍କୁଲକୁ ଯିବେ ନାହିଁ ବୋଲି ପ୍ରକିଶ କରିଛନ୍ତି।
ବାଇଟ- ରାଜା ବାରିକ,ମାଡରେ ଆହାତ ଛାତ୍ର
ଭିଓ-୨: ଆହତ ଛାତ୍ର ଜଣଙ୍କ ବାପ ଛେମୁଣ୍ଡ ହୋଇଥିବାବେଳେ ତାର ଦାଦା ତାକୁ ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତି କରିଥିଲେ। ତେବେ ରାଜାର କାନମୁଣ୍ଡିରେ ଶକ୍ତ ଚାପୁଡା ବାଜିଥିବାରୁ ମୁଣ୍ଡ ବୁଲାଉଥିବା ବେଳେ ସ୍କୁଲରେ ତାଙ୍କ ପିଲାକୁ ଏପରି ନିର୍ଯ୍ୟାତନା ଦେଇଥିବା ପ୍ରଧାନ ଶିକ୍ଷୟତ୍ରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଆହାତ ଛାତ୍ରର ପରିବାର। ଏପଟେ ଏପରି ସଙ୍ଗିନ ଅଭିଯୋଗ ସଂପର୍କରେ ପ୍ରତିକ୍ରୀୟା ତ ଦୂରେ ଥାଉ ଫଟୋ ମଧ୍ୟ ଉଠାଇବାକୁ ରୋକ ଠୋକ ମନା କରିଦେଉଛନ୍ତି ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ। ଯାହାକୁ ନେଇ ତାଙ୍କ ଭୂମିକା ବେଶ ସନ୍ଦେହ ଘେରକୁ ଆସିଛି। ମାତ୍ର ଏ ସଂପର୍କରେ ତଦନ୍ତ କରାଯିବ ଓ ସତ୍ୟତା ଥିଲେ କାର୍ଯ୍ୟାନୁଷ୍ଠାନ ପାଇଁ ବିଭାଗୀୟ ଉଚ୍ଚ କତୃପକ୍ଷଙ୍କୁ ସୁପାରିଶ କରିବେ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରକାଶ କରିଛନ୍ତି।
ବାଇଟ-ଜଗନ୍ନାଥ ବାରିକ,ଆହତ ଛାତ୍ରର ଦାଦା
ବାଇଟ- ସୁଧାନନ୍ଦ ପରୀଡା,ଜିଲ୍ଲା ଶିକ୍ଷାଅଧିକାରୀ,ଢେଙ୍କାନାଳ
Conclusion:ଫାଭିଓ: ଶିକ୍ଷାନୁଷ୍ଠାନ ଗୁଡିକ ଦଣ୍ଡମୁକ୍ତ ଅଞ୍ଚଳ ହୋଇଥିଲାବେଳେ ଏହି ସ୍କୁଲର ଖୋଦ ପ୍ରଧାନ ଶିକ୍ଷୟତ୍ରୀଙ୍କ ନାମରେ ଏହି ଅଭିଯୋଗ ଅସନ୍ତୋଷ ବଢିବାରେ ଲାଗିଛି। ଏହାର ନିରପେକ୍ଷ ତଦନ୍ତ କରି ଏକ ବାପ ଛେମୁଣ୍ଡ ଅସହାୟ ଶିଶୁ ଛାତ୍ର ଏପରି ନିର୍ଯ୍ୟାତନା ଦେଇଥିବା ପ୍ରଧାନ ଶିକ୍ଷୟତ୍ରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇ, ଦାବି ଯୋର ଧରିଛି।
ଢେଙ୍କାନାଳରୁ ଉର୍ମିଳା ପାତ୍ରଙ୍କ ରିପୋର୍ଟ।ଇଟିଭି ଭାରତ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.