ETV Bharat / state

ଅଫଲାଇନ ପରୀକ୍ଷା ପ୍ରତିବାଦରେ ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରଛାତ୍ରୀ - ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଆନ୍ଦୋଳନ

ଅଫଲାଇନ ପରୀକ୍ଷା ନେଇ ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ବିରୋଧ ଓ ପ୍ରତିବାଦ । ଅଧିକ ପଢନ୍ତୁ...

ଅଫଲାଇନ ପରୀକ୍ଷାର ପ୍ରତିବାଦ
ଅଫଲାଇନ ପରୀକ୍ଷାର ପ୍ରତିବାଦ
author img

By

Published : Apr 16, 2021, 9:17 PM IST

ଢେଙ୍କାନାଳ: ମହାମାରୀ କୋରୋନା ସଂକ୍ରମଣ ଆଶଙ୍କାରେ ଆସନ୍ତା ୧୯ ତାରିଖରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ସରକାର ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି । ଏପରିସ୍ଥଳେ ସମସ୍ତ କଲେଜ ପରୀକ୍ଷା ଗୁଡି଼କ ଅଫଲାଇନରେ ହେବ ବୋଲି ପୂର୍ବରୁ ହୋଇଥିବା ଘୋଷଣାକୁ ତୀବ୍ର ବିରୋଧ କରୁଛନ୍ତି ଛାତ୍ରଛାତ୍ରୀ । ଏପରିକି ଶୁକ୍ରବାର ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ ତିନି ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀ ହେବାକୁ ଥିବା ପରୀକ୍ଷା ଅନଲାଇନରେ କରିବାକୁ ଦାବି କରିଛନ୍ତି ।

ଅଫଲାଇନ ପରୀକ୍ଷାର ପ୍ରତିବାଦ

କଲେଜ ପକ୍ଷରେ କରିବାକୁ ଥିବା ଅଫଲାଇନ ପରୀକ୍ଷାକୁ ବାତିଲ କରିବା ଜିଦରେ ଛାତ୍ରଛାତ୍ରୀ କଲେଜ ସମ୍ମୁଖରେ ପ୍ରତିବାଦ ପ୍ରଦର୍ଶନ କରିଥିଲେ । ଫଳରେ କଲେଜ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା । ପିଲାଙ୍କ କହିବା କଥା କୋରୋନା ସଂକ୍ରମଣ ଆଶଙ୍କାରେ ଚାରିଆଡେ ସଟଡାଉନ ଘୋଷଣ କରୁଥିବା ଓ ସ୍କୁଲ କଲେଜ ବନ୍ଦ ହେଉଥିବା ବେଳେ ସରକାର ପରୀକ୍ଷା ସଂପର୍କରେ କୌଣସି ଘୋଷଣା ନକରିବାରୁ ଛାତ୍ରଛାତ୍ରୀ ଦ୍ଵନ୍ଦରେ ରହିଛନ୍ତି ।

ଫଳରେ ଅନଲାଇନ ପରୀକ୍ଷା କରିବାକୁ କଲେଜ କର୍ତ୍ତପକ୍ଷ ତୁରନ୍ତ ଘୋଷଣା କରନ୍ତୁ ବୋଲି ଅଡି ବସିଥିଲେ । ଏସମ୍ପର୍କରେ ଆସନ୍ତା ୧୯ ତାରିଖରୁ କଲେଜ ବନ୍ଦ ହେବା ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି । ଫଳରେ କଲେଜ ବନ୍ଦ ହେଉଥିବାରୁ ପରୀକ୍ଷା ସମ୍ପର୍କରେ ସେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଦେବେ ବୋଲି ପ୍ରକାଶ କରିଛନ୍ତି କଲେଜ ଅଧ୍ୟକ୍ଷା ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.