ETV Bharat / state

ଜ୍ୱାଇଁର ଟାଙ୍ଗିଆ ଚୋଟରେ ଶ୍ୱଶୁର ମୃତ

author img

By

Published : Jul 23, 2022, 11:27 AM IST

ପରଜଙ୍ଗ ଥାନା ଅନ୍ତର୍ଗତ ପଙ୍ଗାତିରା ଗାଁରେ ଅଭାବନୀୟ ଘଟଣା । ମଦ୍ୟପ ଜ୍ୱାଇଁର ଟାଙ୍ଗିଆ ଚୋଟରେ ଶ୍ୱଶୁର ମୃତ୍ୟୁ । ଅଧିକ ପଢନ୍ତୁ

ଜ୍ୱାଇଁର ଟାଙ୍ଗିଆ ଚୋଟରେ ଶ୍ୱଶୁର ମୃତ
ଜ୍ୱାଇଁର ଟାଙ୍ଗିଆ ଚୋଟରେ ଶ୍ୱଶୁର ମୃତ

ଢେଙ୍କାନାଳ: ମଦ୍ୟପ ଜ୍ୱାଇଁର ଉନ୍ମତ କାଣ୍ଡ । ସାମାନ୍ୟ ବଚସାକୁ ନେଇ ଶ୍ୱଶୁର ଜୀବନ ନେଲା ଜ୍ବାଇଁ । ଟାଙ୍ଗିଆ ଚୋଟରା ଗଲା ଶ୍ବଶୁରର ଜୀବନ, ହତ୍ୟା ପରେ ଘଟଣା ସ୍ଥଳରୁ ଚମ୍ପଟ ମାରିଲା ଜ୍ବାଇଁ । ଏଭଳି ଅଭାବନୀୟ ଘଟଣା ଘଟିଛି ପରଜଙ୍ଗ ଥାନା ଅନ୍ତର୍ଗତ ପଙ୍ଗାତିରା ଗାଁରେ । ମୃତକ ଜଣଙ୍କ ହେଉଛନ୍ତି ପର୍ଶୁରାମ ବାରିକ ବୋଲି ଜଣାପଡିଛି ।

ଜ୍ୱାଇଁର ଟାଙ୍ଗିଆ ଚୋଟରେ ଶ୍ୱଶୁର ମୃତ

ସୂଚନା ମୁତାବକ ପର୍ଶୁରାମଙ୍କ ସାନ ଝିଅ ସୁଲୋଚନା ବେହେରା ତାଙ୍କ ଗ୍ରାମ ପଙ୍ଗାତିରାର ରମଣ ବେହେରାଙ୍କୁ ୧୦ ବର୍ଷ ପୂର୍ବେ ପ୍ରେମ ବିବାହ କରିଥିଲେ । ଶୁକ୍ରବାର ବିଳମ୍ବିତ ରାତିରେ ଜ୍ୱାଇଁ ରମଣ ବେହରା ତାଙ୍କ ଝିଅଙ୍କୁ ମଦ୍ୟପାନ କରି ଅସଭ୍ୟ ଭାଷାରେ ଗାଳିଗୁଲଜ କରିବାରୁ ପର୍ଶୁରାମ ଓ ତାଙ୍କ ପତ୍ନୀ ଜ୍ବାଇଁ ରମଣକୁ ବୁଝାସୁଝା କରିଥିଲେ । ମାତ୍ର ଜ୍ୱାଇଁ ରମଣ ବେହେରା ପାଲଟା ଅସଭ୍ୟ ଭାଷାରେ ଗାଳିଗୁଲଜ କରିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ।

ଏଥିରେ ଉତକ୍ଷିପ୍ତ ହୋଇ ଜ୍ୱାଇଁ ରମଣ ଘରେ ଥିବା ଏକ ଟାଙ୍ଗିଆରେ ପର୍ଶୁରାମଙ୍କୁ ଆକ୍ରମଣ କରିଥିଲା । ଫଳରେ ତାଙ୍କ ବେକ ଓ ଜଙ୍ଘରେ ଗଭୀର ଆଘାତ ଲାଗିବାରୁ ଗୁରୁତର ଅବସ୍ଥାରେ ପର୍ଶୁରାମଙ୍କୁ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.