ETV Bharat / state

Sikkim Flash Floods: ସିକ୍କିମ ବନ୍ୟାରେ ନିଖୋଜ ଯବାନଙ୍କ ମଧ୍ୟରୁ ଜଣେ ଓଡିଆ

author img

By ETV Bharat Odisha Team

Published : Oct 5, 2023, 7:18 AM IST

Updated : Oct 5, 2023, 11:54 AM IST

ସିକ୍କିମ ବନ୍ୟାରେ ନିଖୋଜ ୨୩ ଯବାନଙ୍କ ମଧ୍ୟରୁ ଜଣେ ଓଡିଆ ଅଛନ୍ତି । ତାଙ୍କ ଘର ଢେଙ୍କାନାଳ ଜିଲ୍ଲାରେ । ଅଧିକ ପଢନ୍ତୁ

ସିକ୍କିମ ବନ୍ୟା
ସିକ୍କିମ ବନ୍ୟା

ଢେଙ୍କାନାଳ: ସିକ୍କିମରେ ତିସ୍ତା ନଦୀରେ ହଠାତ୍ ଭୀଷଣ ବନ୍ୟା ଆସିବାରୁ ସେନାର ୨୩ ଜଣ ଯବାନ ନିଖୋଜ ହୋଇଯାଇଛନ୍ତି । ଏହି ନିଖୋଜଙ୍କ ମଧ୍ୟରେ ଜଣେ ଓଡ଼ିଆ ଯବାନ ଅଛନ୍ତି । ନିଖୋଜ ଓଡ଼ିଆ ଯବାନଙ୍କ ନାମ ସରୋଜ କୁମାର ଦାସ । ଘର ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଦିଘି ପଞ୍ଚାୟତର କେନ୍ଦୁଢିପ ଗ୍ରାମରେ । ସେ ୨୦୧୨ ସେପ୍ଟେମ୍ବର ୨୧ ତାରିଖରେ ସେନାରେ 620 EME ବାଟାଲିୟନ ହାବିଲଦାର ଭାବେ ନିଯୁକ୍ତି ପାଇଥିଲେ ।

ଗତ ୭ ମାସ ତଳେ ସରୋଜ କୁମାରଙ୍କ ବିବାହ ହୋଇଥିଲା । ଦୁଇ ମାସ ପୂର୍ବରୁ ଅର୍ଥାତ ଅଗଷ୍ଟ ମାସରେ ସେ ନିଜ ଘରକୁ ଆସିଥିଲେ । ମଙ୍ଗଳବାର ରାତିରେ ୧୦ଟାରେ ସରୋଜ ପରିବାର ଲୋକଙ୍କ ସହ କଥା ହୋଇଥିଲେ । ସିକ୍କିମରେ ପ୍ରବଳ ବର୍ଷା ହେଉଥିବାରୁ ଗାଡି ଭିତରେ ରହିଥିବା କଥା ପରିବାର ଲୋକଙ୍କୁ କହିଥିଲେ । ବୁଧବାର ଦିନ ୧୧ଟାରେ ପରିବାର ଲୋକେ ଟିଭିରେ ସିକ୍କିମ ବନ୍ୟାରେ ଯବାନ ନିଖୋଜ ହୋଇଥିବା ଖବର ଦେଖି ସରୋଜଙ୍କୁ ଫୋନ କରିଥିଲେ । ମାତ୍ର ତାଙ୍କର ମୋବାଇଲ ବନ୍ଦ ଆସିଥିଲା । ଏହାପରେ ବଡଭାଇ ମନୋଜ ଦାସ ସରୋଜଙ୍କ ୟୁନିଟ ସହ କଥା ହୋଇ ତାଙ୍କର ନିଖୋଜ ସମ୍ପର୍କରେ ସୂଚନା ପାଇଥିଲେ । ଏହାକୁ ନେଇ ଏବେ ଯବାନଙ୍କ ଘରେ କାନ୍ଦବୋବାଳ ପଡିଛି ।

ଏହାମଧ୍ୟ ପଢନ୍ତୁ: Sikkim flash flood: 8 ମୃତ, ୬୯ ନିଖୋଜ, ଜଣେ ନିଖୋଜ ଯବାନ ଉଦ୍ଧାର

ବାଦଲ ଫଟା ବର୍ଷା ଯୋଗୁଁ ସିକ୍କିମ ପ୍ରଳୟଙ୍କାରୀ ବନ୍ୟା ସ୍ଥିତି ଉପୁଜିଛି । ତିସ୍ତା ନଦୀରେ ଅଚାନକ ବନ୍ୟାପାଣି ମାଡ଼ି ଆସିବାରୁ ୨୩ ଯବାନଙ୍କ ସମେତ ୬୯ ଜଣ ନିଖୋଜ ହୋଇଯାଇଛନ୍ତି । ବନ୍ୟାରେ ଏପର୍ଯ୍ୟନ୍ତ ୮ ଜଣଙ୍କ ମୃତ୍ୟୁ ହୋଇଛି । ନିଖୋଜ ଯବାନ ଓ ଅନ୍ୟମାନଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି । ବନ୍ୟା ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିିଂହ ତମଙ୍ଗଙ୍କ ସହ କଥା ହୋଇଛନ୍ତି ଏବଂ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ପ୍ରକାଶ ଥାଉକି, ମଙ୍ଗଳବାର ରାତିରୁ ଉତ୍ତର ସିକ୍କିମରେ ବାଦଲଫଟା ବର୍ଷା ହୋଇଥିଲା । ଫଳରେ ତିସ୍ତା ନଦୀର ଜଳସ୍ତର ଅତ୍ୟଧିକ ବୃଦ୍ଧି ପାଇବାରୁ ଚୁଙ୍ଗ୍‌ଥାଙ୍ଗ୍‌ ଡ୍ୟାମ୍ ଗେଟ୍‌ ଖୋଲାଯାଇଥିଲା । ଯେଉଁ କାରଣରୁ ସେନାର ଅନେକ ଯାନବାହନ ଭାସି ଯାଇଥିବା ବେଳେ ଲାଚେନ୍‌ ଉପତ୍ୟାକାରେ ଥିବା ସେନା କ୍ୟାମ୍ପ ପ୍ରଭାବିତ ହୋଇଥିଲା । ସେନା ଗାଡି ଭାସି ଯିବାରୁ ୨୩ ଜଣ ଯବାନ ନିଖୋଜ ହୋଇଯାଇଥିଲେ ।

ଇଟିଭି ଭାରତ, ଢେଙ୍କାନାଳ

Last Updated : Oct 5, 2023, 11:54 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.