ଢେଙ୍କାନାଳ: କୋରୋନାକୁ ନେଇ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା କଡାକଡି କରାଯାଇଛି । ଏପରିକି ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଶନିବାର ଓ ରବିବାରକୁ ସମ୍ପୂର୍ଣ୍ଣ ସଟଡାଉନ ଘୋଷଣା କରିଛନ୍ତି ।
ତେବେ ଏହି ୪୮ଘଣ୍ଟିଆ ସଟଡାଉନର ଆଜି ହେଉଛି ଦ୍ୱିତୀୟ ଦିବସ । କହିବାକୁ ଗଲେ ଏହି କଟକଣାକୁ ଢେଙ୍କାନାଳବାସୀ ସ୍ବତପ୍ରୋତଃ ଭାବେ ମାନି ନେଇଛନ୍ତି । ଫଳରେ କାଁ ଭାଁ ଅମାନିଆଙ୍କୁ ଛାଡି ଦେଲେ ଢେଙ୍କାନାଳ ବଜାର ଘାଟ ସଂପୂର୍ଣ୍ଣ ଜନଶୂନ୍ୟ ହୋଇ ପଡିଛି।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ