ETV Bharat / state

ଢେଙ୍କାନାଳରେ ଦିନ ୨ଟା ପର ଠୁ ଦୋକାନ ବଜାର ସବୁ ବନ୍ଦ

ଢେଙ୍କାନାଳରେ ଦୋକାନ ବଜାର ବନ୍ଦ ଯୋଗୁଁ ସହର ଖାଁ ଖାଁ । ଅମାନିଆଙ୍କୁ ଜବତ ପାଇଁ ପୋଲିସ ମାରୁଚି ପଇଁତରା । ଢେଙ୍କାନାଳ ସହର ଦୈନିକ ପରିବା ବଜାରକୁ ଅନ୍ୟଦିନ ପାଇଁ ସ୍ଥାନୀୟ ବିବି ହାଇସ୍କୁଲ ପଡିଆକୁ ଅସ୍ଥାୟୀ ଭାବେ ସ୍ଥାନତାରିତ କରାଯାଇଛି । ଅଧିକ ପଢନ୍ତୁ...

୨ଟା ପରଠାରୁ ଦୋକାନ ବଜାର ସବୁ ବନ୍ଦ ଘୋଷଣା
୨ଟା ପରଠାରୁ ଦୋକାନ ବଜାର ସବୁ ବନ୍ଦ ଘୋଷଣା
author img

By

Published : May 1, 2021, 4:19 PM IST

ଢେଙ୍କାନାଳ: ରାଜ୍ୟରେ କୋରନାର ଦ୍ୱିତୀୟ ଲହର ବେଶ ମାରାତ୍ମକ ରୂପ ନେଉଥିବାରୁ ରାଜ୍ୟବ୍ୟାପୀ ଶନିବାର ରବିବାର ସପ୍ତାହାନ୍ତ ସଟଡାଉନ ଘୋଷଣା ହୋଇଛି । ଫଳରେ ଆଜି ଦ୍ୱିତୀୟ ସପ୍ତାହର ଅନ୍ତିମ ଦିନ ଶନିବାର ଓ ଆସନ୍ତା କାଲି ରବିବାର ଢେଙ୍କାନାଳରେ ମଧ୍ୟ ସଟଡାଉନ କରାଯାଇଛି ।

୨ଟା ପରଠାରୁ ଦୋକାନ ବଜାର ସବୁ ବନ୍ଦ ଘୋଷଣା

ଦୋକାନ ବଜାର ସାଙ୍ଗଙ୍କୁ ସମସ୍ତ ସରକାରୀ ଓ ବେସରକାରୀ ସଂସ୍ଥା ସବୁ ବନ୍ଦ ରହିଥିବା ଦେଖିବାକୁ ମିଳିଛି । ଏପରିକି ଆଜି ଠାରୁ ପ୍ରଶାସନ ପକ୍ଷରୁ ସମସ୍ତ ସାପ୍ତାହିକ ହାଟକୁ ଅନିର୍ଦ୍ଦିଷ୍ଠ ସମୟ ପାଇଁ ବନ୍ଦ ଘୋଷଣା କରାଯାଇଛି । ଅପରପକ୍ଷରେ ଶନିବାର ଓ ରବିବାର ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିବା ଢେଙ୍କାନାଳ ସହର ଦୈନିକ ପରିବା ବଜାରକୁ ଅନ୍ୟଦିନ ପାଇଁ ସ୍ଥାନୀୟ ବିବି ହାଇସ୍କୁଲ ପଡିଆକୁ ଅସ୍ଥାୟୀ ଭାବେ ସ୍ଥାନତାରିତ କରାଯାଇଛି ।

ଅମାନିଆ ମାନଙ୍କୁ ସାବ।ଡ଼ କରିବାକୁ ପୋଲିସ ପକ୍ଷରୁ ସହରେ ୧୫ଟି ଚେକପୋଷ୍ଟ କରାଯାଇ କଡା ଚେକିଂ କରାଯାଉଛି । କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଯେପରି, ଔଷଧ ଦୋକାନ ଓ ହସ୍ପିଟାଲ କାର୍ଯ୍ୟ ଇତ୍ୟାଦିରେ ଯାଉଥିବା ଲୋକଙ୍କୁ ବାଦ ଦେଲେ ଅନ୍ୟ ମାନଙ୍କୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଏପରିକି ଆସନ୍ତା ୩ ତାରିଖରୁ ଅପରାହ୍ନ ୨ଟା ପରଠାରୁ ଦୋକାନ ବଜାର ସବୁ ବନ୍ଦ ପାଇଁ ଘୋଷଣା କରାଯାଇଥିବା ଜଣାପଡିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.