ETV Bharat / state

ଢେଙ୍କାନାଳରେ ପିକନିକ୍ ବସ୍ ଦୁର୍ଘଟଣା, ୫ ଯାତ୍ରୀ ଆହତ - ପିକନିକ ବସ୍ ଦୁର୍ଘଟଣା

Bus Accident: ଢେଙ୍କାନାଳ କାମାକ୍ଷାନଗରର ମହାବିରୋଡ ଥାନା NH 149 ଭେଜିଆ ଛକ ନିକଟରେ ପିକନିକ ବସ୍ ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ୫ ଜଣ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

ପିକନିକ ବସ୍ ଦୁର୍ଘଟଣାଗ୍ରସ୍ତ
ପିକନିକ ବସ୍ ଦୁର୍ଘଟଣାଗ୍ରସ୍ତ
author img

By ETV Bharat Odisha Team

Published : Jan 4, 2024, 12:52 PM IST

ପିକନିକ ବସ୍ ଦୁର୍ଘଟଣାଗ୍ରସ୍ତ

ଢେଙ୍କାନାଳ: ପୁଣି ପିକନିକ୍ ବସ୍ ଦୁର୍ଘଟଣାଗ୍ରସ୍ତ । ଆଜି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ମହାବିରୋଡ ଥାନା NH 149 ଭେଜିଆ ମନ୍ଦିର ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ପ୍ରଥମେ ଗୋଟିଏ ହାଇୱାକୁ ପିକନିକ୍ ବସ୍ ଧକ୍କା ଦେବା ପରେ ସେହି ବସ୍‌କୁ ଆଉ ଏକ ଟ୍ରକ ପିଟିଛି । ଦୁର୍ଘଟଣାରେ ୫ ଜଣ ଯାତ୍ରୀ ଆହତ ହୋଇଛନ୍ତି ।

ସୂଚନା ଅନୁଯାୟୀ, ୪୦ରୁ ଊର୍ଦ୍ଧ୍ବ ଯାତ୍ରୀ ଏକ ବସରେ ଚଣ୍ଡୀଖୋଲରୁ ସମ୍ବଲପୁର ହୀରାକୁଦକୁ ପିକନିକ୍ ପାଇଁ ଯାଇଥିଲେ । ଆଜି ସମସ୍ତେ ପିକନିକ୍ ସାରି ସମ୍ବଲପୁରରୁ ବଡଚଣାକୁ ଫେରୁଥିଲେ । ସେହି ସମୟରେ ବସଟି ହାଇୱାକୁ ଓଭରଟେକ୍ କରୁଥିବା ବେଳେ ହାବିରୋଡ ଥାନା NH 149 ଭେଜିଆ ଛକ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହାପରେ ସେହି ବସକୁ ଆଉ ଏକ ଟ୍ରକ ଧକ୍କା ଦେଇଥିଲା । ତେବେ ଏହି ଘଟଣାରେ ୫ ଜଣ ଆହତ ହୋଇଥିବା ବେଳେ ସମସ୍ତେ ତାଳଚେର ମଣ୍ଡାପାଳ ମେଡିକାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ସେପଟେ ଘଟଣାସ୍ଥଳରେ ମହାବିରୋଡ଼ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ପର୍ଯ୍ୟଟନ ଋତୁରେ ପିକନିକର ଆସର ଜମୁଥିବା ବେଳେ ପିକିନିକ ଯିବା ସମୟରେ ଦୁର୍ଘଟଣା ଘଟୁଛି । କୁହୁଡି ସାଙ୍ଗକୁ ଅନ୍ୟାନ୍ୟ କାରଣ ପାଇଁ ସଡ଼କ ଦୁର୍ଘଟଣା ମାମଲା ବଢିଚାଲିଛି । ଗତ ଦୁଇ ଦିନ ତଳେ କଟକ ନିଶ୍ଚିନ୍ତକୋଇଲି ଥାନା ଅଧିନ କଟରପଡା ଠାରେ ବସ୍ ଓ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଆହତ ହୋଇଥିଲେ । ଏହି ଘଟଣାକୁ ଦୁଇ ଦିନ ନ ପୁରୁଣୁ ପୁଣି ଆଜି ଢେଙ୍କାନାଳରେ ପୁଣି ଗୋଟିେ ପିକନିକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି ।

ଏହା ମଧ୍ୟ ପଢନ୍ତୁ- ପିକନିକ ପାଇଁ ଏସଓପି ଜାରି, ଗାଡି ମାଲିକଙ୍କୁ ନେବାକୁ ପଡିବ ଆରଟିଓଙ୍କ ଅନୁମତି

ଏହା ମଧ୍ୟ ପଢନ୍ତୁ- ବସ୍-ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ 3 ମୃତ, ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଏବେ ପିକନିକ ଋତୁ ଚାଲିଥିବାରୁ ବିଭିନ୍ନ ସ୍ଥାନକୁ ପରିଭ୍ରମଣରେ ଯାଉଛନ୍ତି ବହୁ ଲୋକେ । ଏନେଇ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟରେ ରଖି ରାଜ୍ୟ ପରିବହନ ବିଭାଗ ପକ୍ଷରୁ ନିକଟରେ ଏକ ମାର୍ଗଦର୍ଶିକା ଜାରି ହୋଇଛି । ପରିବହନ ବିଭାଗର ଆକଳନ ଅନୁଯାୟୀ ରାଜ୍ୟରେ ନଭେମ୍ବରରୁ ଫେବୃୟାରୀ ମାସ ମଧ୍ୟରେ ପିକନିକ ଋତୁ ଯୋଗୁଁ ଅଧିକ ସଡକ ଦୁର୍ଘଟଣା ଘଟୁଛି ଏବଂ ମୃତ୍ୟୁସଂଖ୍ୟା ମଧ୍ୟ ବଢୁଛି । ଏହାକୁ ରୋକିବା ପାଇଁ ବିଭାଗ ପକ୍ଷରୁ ପର୍ଯ୍ୟଟନସ୍ଥଳୀ ଓ ଧର୍ମପୀଠ ନିକଟରେ ଏନଫୋର୍ସମେଣ୍ଟ ଉପରେ ଗୁରୁତ୍ୱ ଦିଆଯାଉଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.