ETV Bharat / state

ରାସ୍ତା କାମକୁ ନେଇ ଗୋଷ୍ଠୀ ସଂଘର୍ଷ, ଆକ୍ରମଣରେ ୩ ଗୁରୁତର

author img

By

Published : Nov 21, 2022, 12:17 PM IST

ଗ୍ରାମକୁ ଯାଇଥିବା ରାସ୍ତା ତିଆରି କାମକୁ ନେଇ ଘଟିଛି ଗୋଷ୍ଠୀ ସଂଘର୍ଷ । ଏପରିକି ଗୋଷ୍ଠୀ ସଂଘର୍ଷ ଯୋଗୁଁ ୩ ଜଣ ଗୁରୁତର ହୋଇଛନ୍ତି । ଏନେଇ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଭଙ୍ଗାମାଳ ଗ୍ରାମରେ ଏହି ଗୋଷ୍ଠୀ ସଂଘର୍ଷକୁ ନେଇ ପ୍ରକାଶ ପାଇଛି ଉତ୍ତେଜନା । ଅଧିକ ପଢନ୍ତୁ

ରାସ୍ତା କାମକୁ ନେଇ ଗୋଷ୍ଠୀ ସଂଘର୍ଷ, ଆକ୍ରମଣରେ ୩ଗୁରୁତର

ଢେଙ୍କାନାଳ: ରାସ୍ତା କାମକୁ ନେଇ ଗୋଷ୍ଠୀ ସଂଘର୍ଷ । ଏନେଇ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଭଙ୍ଗାମାଳ ଗ୍ରାମରେ ଏହି ଗୋଷ୍ଠୀ ସଂଘର୍ଷକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ଖଣ୍ଡା ଓ ଫାର୍ସା ଆକ୍ରମଣରେ ୩ ଗୁରୁତର । ଗୁରୁତର ମାନଙ୍କୁ ଚିକିତ୍ସା ପାଇଁ ପ୍ରଥମେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ପରେ ସଙ୍କଟାପନ୍ନ ହେବାରୁ କଟକ ଏସସିବିକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ଗୁରୁତର ଯୁବକ ମାନେ ଭଙ୍ଗାମାଳ ଗ୍ରାମର ଦୁଇ ଭାଇ ପ୍ରତାପ ରାଉତ ଓ ପ୍ରଶାନ୍ତ ରାଉତ, ସ୍ଥାନୀୟ କମନିଙ୍ଗ ଗ୍ରାମର ଶେଷଦେଵ ରାଉତ ବୋଲି ଜଣାପଡିଛି ।

ତେବେ ସୂଚନା ଅନୁଯାୟୀ, ଢେଙ୍କାନାଳ ସଙ୍କରପୁର ମୁଖ୍ୟ ରାସ୍ତାରୁ ଭଙ୍ଗାମାଳ ଗ୍ରାମକୁ ଯାଇଥିବା ରାସ୍ତା ଜିଲ୍ଲା ଗ୍ରାମ୍ୟ ନିର୍ମାଣ ସଂସ୍ଥା ପକ୍ଷରୁ ତିଆରି ଚାଲିଛି । ତେବେ ରାସ୍ତା ପାର୍ଶ୍ଵରେ ଥିବା ଭଙ୍ଗାମାଳ ଗ୍ରାମର ପ୍ରତାପ ରାଉତଙ୍କ ଜାଗା ମାଡି ରିଆରୀ ହେଉତଗିବା ଅଭିଯୋଗ ଉଠାଇ ପ୍ରତିବାଦ କରିଥିଲେ । ଯାହାକୁ ଭଙ୍ଗ ମାଳ ଗ୍ରାମବାସୀ ବିରୋଧକୁ ଥିବା ଜଣାପଡିଛି । ତେବେ ରବିବାର ରାସ୍ତା କାମ ହେବା ବେଳେ ଉଭୟ ଦୁଇ ଭାଇ ପ୍ରତାପ ରାଉତ ଓ ପ୍ରଶାନ୍ତ ରାଉତ ଓ ଅନ୍ୟଜଣେ କମନିଙ୍ଗ ଗ୍ରାମର ଶେଷଦେଵ ରାଉତ ବିରୋଧ କରିବାରୁ ପାଟିତୁଣ୍ଡ ହୋଇଥିଲା । ଏଥିରେ କ୍ଷୁବ୍ଧ ହୋଇ ଭଙ୍ଗାମାଳ ଗ୍ରାମବାସୀଙ୍କ ସହ ମୁହାଁମୁହିଁ ହୋଇଛନ୍ତି । ହାତରେ ଖଣ୍ଡା ଓ ଫାର୍ସା ସାଙ୍ଗକୁ ଠେଙ୍ଗା ଆଦି ଧରି ଆକ୍ରମଣ କରିଥିଲେ । ଫଳରେ ପ୍ରତାପ, ପ୍ରଶାନ୍ତ ଫାର୍ସା ଓ ଖଣ୍ଡା ଚୋଟରେ ଗୁରୁତର ହୋଇଥିଲେ । ଖବର ପାଇ ସଦର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ପରେ ଭଙ୍ଗାମାଳ ଗ୍ରାମରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଆକ୍ରମଣକାରୀ ମାନେ ଫେରାର ହୋଇଯାଇଥିବା ଜଣାପଡିଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.