ଢେଙ୍କାନାଳ : ସୁରକ୍ଷାକର୍ମୀଙ୍କ ମୃତଦେହ ଉଦ୍ଧାର । ଢେଙ୍କାନାଳ ଜିଲ୍ଲା ଝାଡ଼ବନ୍ଧ ଗାଁ ନିକଟରେ ନିର୍ମାଣାଧୀନ ରୁଙ୍ଗଟା କାରଖାନା ପାଚେରୀ ନିକଟରୁ ମିଳିଛି ମୃତଦେହ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକ ଜଣଙ୍କ ରୁଙ୍ଗଟା କାରଖାନାର ସୁରକ୍ଷାକର୍ମୀ ଅଶୋକ ମଲ୍ଲ ଓ ବାଉନସର ନାମକ ସିକ୍ୟୁରିଟି ଏଜେନ୍ସିର ବୋଲି ଜଣାପଡିଛି ।
ତେବେ ମୃତଦେହରେ ଅନେକ ସ୍ଥାନରେ କ୍ଷତ ଚିହ୍ନ ରହିଥିବା ମଧ୍ୟ ଦେଖିବାକୁ ମିଳିଛି । ମୃତ ଅଶୋକଙ୍କ ଘର ଜଗତସିଂହପୁର ଜିଲ୍ଲା ବଡ଼ପାଳ ଥାନା ଅନ୍ତର୍ଗତ ପଙ୍କପାଳ ଗାଁରେ ବୋଲି ଜଣାପଡିଛି । ଖବର ପାଇ ବାଲିମି ଥାନା ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ