ETV Bharat / state

କପିଳାସ ପୀଠରେ ୧୪୪ ଧାରା ଜାରି - କପିଳାସ ପୀଠ

ପ୍ରତ୍ୟେକ ବର୍ଷ ଶ୍ରାବଣ ମାସର ସୋମବାର ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଲକ୍ଷ ଲକ୍ଷ ସଂଖ୍ୟାରେ ମାନସିକ ଧାରି କାଉଡ଼ିଆ ଶ୍ରାବଣୀ ଭାର ନେଇ ଏହି କପିଳାସ ପୀଠରେ ସମାଗମ ହୋଇଥାନ୍ତି । ମାତ୍ର କୋରୋନା ସଂକ୍ରମଣ ଆଶଙ୍କାରେ ଚଳିତ ବର୍ଷ ଶ୍ରାବଣ ମାସ ଆରମ୍ଭରୁ କପିଳାସ ପୀଠରେ ମାନସିକ ଧାରୀ କାଉଡ଼ିଆଙ୍କ ପାଇଁ କଡା କଟକଣା ଜାରି କରାଯାଇଛି । ଏଥିସହ ମନ୍ଦିରରେ 144 ଧାରା ଲାଗୁ ହୋଇଛି ।

kapilash pitha
କପିଳାସ ପୀଠରେ ୧୪୪ ଧାରା ଜାରି
author img

By

Published : Aug 3, 2020, 4:18 PM IST

ଢେଙ୍କାନାଳ: ଜନ ଶୂନ୍ୟ ଶ୍ରାବଣର ଶେଷ ସୋମବାର । ପ୍ରତ୍ୟେକ ବର୍ଷ ଶ୍ରାବଣ ମାସର ସୋମବାର ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଲକ୍ଷ ଲକ୍ଷ ସଂଖ୍ୟାରେ ମାନସିକ ଧାରି କାଉଡ଼ିଆ ଶ୍ରାବଣୀ ଭାର ନେଇ ଏହି କପିଳାସ ପୀଠରେ ସମାଗମ ହୋଇଥାନ୍ତି । ମାତ୍ର କୋରୋନା ସଂକ୍ରମଣ ଆଶଙ୍କାରେ ଚଳିତ ବର୍ଷ ଶ୍ରାବଣ ମାସ ଆରମ୍ଭରୁ କପିଳାସ ପୀଠରେ ମାନସିକ ଧାରୀ କାଉଡ଼ିଆଙ୍କ ପାଇଁ କଡା କଟକଣା ଜାରି କରାଯାଇଛି । ଏଥିସହ ମନ୍ଦିରରେ 144 ଧାରା ଲାଗୁ ହୋଇଛି ।

କପିଳାସ ପୀଠରେ ୧୪୪ ଧାରା ଜାରି
ଆଜି ଶ୍ରାବଣ ମାସର ଶେଷ ସୋମବାର ଥିବାରୁ ପ୍ରଶାସନ ପକ୍ଷରୁ କପିଳାସ ପୀଠ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ମାନସିକ ଧାରୀ କାଉଡିଆମାନଙ୍କ ଆଗମନକୁ ଏଡ଼ାଇବା ପାଇଁ ଢେଙ୍କାନାଳର ଆରାଧ୍ୟ ପ୍ରଭୁ ଚନ୍ଦ୍ରଶେଖରଙ୍କ ପୀଠ ଏହି କପିଳାସ ପ୍ରବେଶ ପଥରୁ ସିଲ କରାଯାଇଛି ।ଏପରିକି ମନ୍ଦିର ପାଦଦେଶ ଦେଓଗାଁଠାରୁ ମନ୍ଦିର ପରିସର ଆଦି ଅଞ୍ଚଳକୁ ୧୪୪ ଧାରା ଜାରି କରାଯାଇଛି । ଦେଓଗାଁ ଠାରୁ ବାଉଁଶ ବାନ୍ଧି ମନ୍ଦିର ରାସ୍ତାକୁ ସିଲ କରାଯାଇଛି । ଦେଓଗାଁ, ବାରବାଙ୍କ ରାସ୍ତା ,ପାହାଚ ରାସ୍ତା ଓ ମନ୍ଦିର ମୁଖଶାଳା ଆଦି ସ୍ଥାନରେ ପୋଲିସ ମୃତୟନ କରାଯାଇଥିବା ଦେଖିବାକୁ ମିଳିଛି ।ଏପରିକି ମନ୍ଦିରକୁ ଭକ୍ତ ବା ଶ୍ରଦ୍ଧାଳୁଙ୍କ ପାଇଁ ସମ୍ପୂର୍ଣ୍ଣ ନିଷେଧ ରହିଛି । ଫଳରେ ପ୍ରଭୁ ଚନ୍ଦ୍ର ଶେଖରଙ୍କ ନୀତିକାନ୍ତି କରାଯାଉଥିଲେ ମଧ୍ୟ ତାହା କେବଳ ସେବାୟତ ମାନଙ୍କ ମଧ୍ୟରେ ସୀମିତ ରହିଛି ବୋଲି ସେବାୟତମାନେ ପ୍ରକାଶ କରିଛନ୍ତି । କହିବାକୁ ଗଲେ କପିଳାସ ପୀଠ ସମ୍ପୂର୍ଣ୍ଣ ଖାଁ ଖାଁ ହୋଇଯାଇଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.