ଢେଙ୍କାନାଳ: ଖୁବଶୀଘ୍ର ଉପଲବ୍ଧ ହେବ କୋରୋନା ଭ୍ୟାକ୍ସିନ । ଏଥିପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଜିଲ୍ଲାସ୍ତରରେ ପ୍ରସ୍ତୁତି ଖୁବ ଜୋରସୋରରେ ଚାଲିଛି । ଢେଙ୍କାନାଳ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ କୋଭିଡ ଟୀକାକରଣର ଅଭ୍ୟାସ କାର୍ଯ୍ୟକ୍ରମ ବା ଡ୍ରାଏ ରନ ପରେ ଆଜି ଜିଲ୍ଲାର ଉପଖଣ୍ଡ ସ୍ତରୀୟ ଡାକ୍ତରଖାନରେ ଡ୍ରାଏ ରନ କରାଯାଇଛି ।
ଏହି ଅବସରରେ ଢେଙ୍କାନାଳ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଢେଙ୍କାନାଳ ସହର କାଠଗଡା ସ୍ଥିତ ସହରାଞ୍ଚଳ ଡାକ୍ତରଖାନା, ହିନ୍ଦୋଳ ଉପଖଣ୍ଡ ଡାକ୍ତରଖାନା ଓ ଏକ ଘରୋଇ ଡାକ୍ତର ଖାନାରେ ଏହି କୋଭିଡ ଟୀକା ପ୍ରଦାନର ଅଭ୍ୟାସ ବା ଡ୍ରାଏ ରନ କରାଯାଇଛି ।
କୋରୋନା ଟିକା ଆସିବା ପରେ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ମୋଟ ୭ ହଜାର ୭ ଶହ ୨୯ଜଣ ପଞ୍ଜିକୃତ ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ, ଆଶାକର୍ମୀ ଓ ଅଙ୍ଗନବାଡି କର୍ମୀଙ୍କୁ ଭାକସିନ ଦିଆଯିବ । ଟିକା ଆସିବା ପରେ କିଭଳି ଏହାର ସଫଳ ଭାବେ ଟିକାକରଣ କରାଯିବ ସେଥିପାଇଁ ଡ୍ରାଏ ରନ ବା ଅଭ୍ୟାସ କାର୍ଯ୍ୟକ୍ରମ କରାଯାଉଛି ବୋଲି ପ୍ରକାଶ କରିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ