ଢେଙ୍କାନାଳ: କୋରୋନାକୁ ପ୍ରତିହିତ କରିବା ପାଇିଁ ଓଡିଶା ସରକାର ପଞ୍ଚାୟତସ୍ତରରେ ସରପଞ୍ଚ ମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ପ୍ରଦାନ କରିଛନ୍ତି। ତେବେ ଏହି କ୍ଷମତାର ସଫଳ ବିନିଯୋଗ କରିବା ପାଇଁ ଉଦ୍ୟମ କରି ଚାଲିଛନ୍ତି ପର୍ଜଙ୍ଗ ବ୍ଲକ ବଡଝରା ପଞ୍ଚାୟତର ସରପଞ୍ଚ ଦୁଖବନ୍ଧୁ ବିଶ୍ବାଳ। ଏପରିକି ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି କ୍ବାରେଣ୍ଟାଇନ ସେଣ୍ଟରଠାରୁ ୧କିମି ପର୍ଯ୍ୟନ୍ତ ସଂମ୍ପୁର୍ଣ ପଞ୍ଚାୟତକୁ ଆଜିଠାରୁ(ଗୁରୁବାର) ୧୧ଦିନ ପାଇଁ ୧୪୪ ଧାରା ଲାଗୁ କରିଛନ୍ତି ।
ପଞ୍ଚାୟତରେ ୧୨୦ ଜଣ ପ୍ରବାସୀ କ୍ବାରେଣ୍ଟାଇନ ସେଣ୍ଟରେ ରହିଥିବା ଜଣାପଡିଛି। ଏହା ସହିତ ବାହାର ଲୋକମାନଙ୍କୁ ପଞ୍ଚାୟତର ବିନା ଅନୁମତିରେ ଗ୍ରାମରେ ପ୍ରବେଶ କରାଇଦିଆଯିବ ନାହିଁ ବୋଲି କୁହାଯାଇଛି । ଏହାକୁ କେହି ଯଦି ଅବମାନନା କରନ୍ତି ଆଇନ ଅନୁଯାୟୀ ଦଣ୍ଡିତ ହେବେ ବୋଲି ସରପଞ୍ଚ ଘୋଷଣା କରିଛନ୍ତି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ