ETV Bharat / state

ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା, ଚିକିତ୍ସାରେ ଅବହେଳା ଅଭିଯୋଗ - dhenknal

ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଶନିବାର ରୋଗୀ ମୃତ୍ୟୁକୁ ନେଇ ଚାପା ଉତ୍ତେଜନା ପ୍ରକାଶ ପାଇଛି । ଅଧିକ ପଢନ୍ତୁ...

ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା
ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା
author img

By

Published : Jan 3, 2021, 12:43 PM IST

ଢେଙ୍କାନାଳ: ଜିଲ୍ଲାର ମୁଖ୍ୟ ଡାକ୍ତରଖାନାରେ ତୁମୁସିଂହା ଥାନା ସାଆନ୍ଦା ଫାଣ୍ଡି ଅନ୍ତର୍ଗତ ପାଣି ଗେଙ୍ଗୁଟିଆ ଗାଁର ଭାବିନୀ ନାୟକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା । ଚିକିତ୍ସା ଅବହେଳା ହୋଇଥିବା ଅଭିଯୋଗ କଲେ ପରିବାର ।

ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା

ସୂଚନାଅନୁସାରେ, ଶୁକ୍ରବାର ରାତିରେ ଭାବିନୀ ନାୟକଙ୍କ ପେଟରେ ଯନ୍ତ୍ରଣା ହେବା ସହ ନିଶ୍ୱାସ ପ୍ରଶ୍ୱ।ସ ନେବାରେ ଅସୁବିଧା ହେବାରୁ ତାଙ୍କୁ ପ୍ରଥମେ କାମାକ୍ଷାନଗର ହସ୍ପିଟାଲରେ ରାତିରେ ଭର୍ତ୍ତି କରାଯାଇଥିଲା । ଏହା ପରେ ତାଙ୍କୁ ଢେଙ୍କାନାଳ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଶନିବାର ସକାଳ ନଅଟା ସମୟରେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ପହଞ୍ଚିବା ପରେ ରୋଗୀଙ୍କୁ ଅକ୍ସିଜେନ ଲଗା ଯାଇଥିଲା।

ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ଅପରାହ୍ନ ପାଞ୍ଚଟା ସମୟରେ କଟକ ସ୍ଥାନାନ୍ତର ପାଇଁ ଡାକ୍ତର କହିଥିଲେ । ମାତ୍ର ଦୁଇ ତିନି ଘଣ୍ଟା ପର୍ଯ୍ୟନ୍ତ ଡାକ୍ତର ନର୍ସକୁ ବାରମ୍ବାର ଡାକିବା ପରେ ମଧ୍ୟ କେହି ରୋଗୀଙ୍କୁ ଉପର ମହଲାରୁ ତଳକୁ ନେବାପାଇଁ ଆସିନଥିଲେ। ପାଲଟା ରୋଗୀଙ୍କ ସମ୍ପର୍କୀୟଙ୍କୁ ନିଜେ ଅକ୍ସିଜେନ ଖୋଲି ଆମ୍ବୁଲାନ୍ସକୁ ନେବା ପାଇଁ କହିଥିଲେ। ଫଳରେ ବାଧ୍ୟହୋଇ ରୋଗୀଙ୍କ ସମ୍ପର୍କୀୟ ଅକ୍ସିଜେନ ଖୋଲିବା ସହିତ ତଳକୁ ନେବା ବାଟରେ ଭାବିନିଙ୍କର ମୃତ୍ୟୁ ହୋଇଥିଲା ।

ଏନେଇ କାର୍ଯ୍ୟରତ ଡାକ୍ତରଙ୍କୁ ପଚାରିବାରୁ ସେ ସେତେବେଳେ ଡ୍ୟୁଟିରେ ନଥିବା କହି କଥାକୁ ଏଡାଇ ଦେଇଛନ୍ତି । ଏପଟେ ବାରମ୍ବାର ଢେଙ୍କାନାଲ ମୁଖ୍ୟ ଡାକ୍ତରଖାନାରେ ଏପରି ଚିକିତ୍ସା ଅବହେଳା ଯୋଗୁଁ ରୋଗୀ ମୃତ୍ୟୁକୁ ନେଇ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା ।

ଢେଙ୍କାନାଳରୁ ଉର୍ମିିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.