ETV Bharat / state

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବାଇକକୁ ପିଟିଲା ଟାଟାଏସି, ଦୁଇ ମୃତ - ସଡ଼କ ଦୁର୍ଘଟଣାରେ ଦୁଇ ମୃତ

ଟାଟାଏସି ଧକ୍କାରେ ଦୁଇ ମୃତ । ବିଳମ୍ବରେ ପହଁଞ୍ଚିଲା ପୋଲିସ । ଘଟଣାସ୍ଥଳରେ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ । ଉଭୟ ପାର୍ଶ୍ଵରେ ଅଟକି ରହିଲା ଶତାଧିକ ଗାଡ଼ି । ଅଧିକ ପଢ଼ନ୍ତୁ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ବାଇକକୁ ପିଟିଲା ଟାଟାଏସି, ଦୁଇ ମୃତ

author img

By

Published : Jun 20, 2022, 10:01 PM IST

ଢେଙ୍କାନାଳ : ଟାଟାଏସି ଧକ୍କାରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ । ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଗଣ୍ଡାନାଳୀ ପଞ୍ଚାୟତ ଚିଲତଇଲାରେ । ମୃତକଦ୍ବୟ ହେଲେ ଅନୁଗୁଳ ଜିଲ୍ଲା ସାକସିଙ୍ଗା ଗ୍ରାମର କୁଳମଣି ପ୍ରଧାନ ଓ ନିଧି ପ୍ରଧାନ । ଉଭୟ ବାଇକ ଯୋଗେ ରାସୋଳରୁ ଢେଙ୍କାନାଳ ଟାଉନ ପଟକୁ ଯାଉଥିବାବେଳେ ବିପରୀତ ଦିଗରୁ ଆସୁଥିବା ଟାଟାଏସି ସହ ମୁହାଁମୁହିଁ ଧକ୍କା ଦେଇଥିଲା ।

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ବାଇକକୁ ପିଟିଲା ଟାଟାଏସି, ଦୁଇ ମୃତ

ଏନେଇ ସ୍ଥାନୀୟ ଲୋକେ ତୁରନ୍ତ ରାସୋଳ ପୋଲିସକୁ ଖବର ଦେଇଥିଲେ । ହେଲେ ପୋଲିସ ଦେଢ଼ ଘଣ୍ଟା ବିଳମ୍ବରେ ପହଞ୍ଚିଥିଲା । ସେତେ ବେଳକୁ ଦୁଇ ଆହତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଥିଲା । ଫଳରେ ଉତ୍ତ୍ୟକ୍ତ ଲୋକମାନେ ରାସ୍ତା ଅବରୋଧ କରିବାସହ ଉତ୍ତେଜନା ପ୍ରକାଶ ପାଇଥିଲା ।

ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଗାଡ଼ି ମୋଟର ଅଟକି ରହିଥିବାବେଳେ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇ ଥିଲେ। ଏହି ରାସ୍ତା ଦେଇ ଢେଙ୍କାନାଳ ଜିଲ୍ଲାପାଳ ଓ ଏସପି ହିନ୍ଦୋଳ ଠାରେ ଜନଶୁଣାଣି ଶିବିରରେ ଯୋଗଦେଇ ଫେରୁଥିବା ବେଳେ ସୌଜନ୍ୟ ଦୃଷ୍ଟିରୁ ଘଟଣାସ୍ଥଳରେ ନରହି ମଧ୍ୟ ପଳାଇ ଯାଇଥିଲେ । ଜିଲ୍ଲାର ଦୁଇ ମୁଖିଆଙ୍କ ଏତାଦୃଶ ବ୍ୟବହାରରେ ସ୍ଥାନୀୟ ଲୋକମାନେ ଆହୁରି ଉତ୍ତ୍ୟକ୍ତ ହୋଇ ପଡ଼ିଥିଲେ ।

ଖବରପାଇ ମାଜିଷ୍ଟ୍ରେଟ ଭାବେ ହିନ୍ଦୋଳ ତହସିଲଦାର ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ କିଛି ଶୁଣି ନଥିଲେ । ପରେ ମୃତକଙ୍କ ପରିବାର ଲୋକେ ପହଞ୍ଚି ଦୁଇ ମୃତକଙ୍କୁ ହିନ୍ଦୋଳ ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ନେଇଥିଲେ ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.