ETV Bharat / state

ପଛପଟୁ ଧକ୍କା ଦେଲା ବୋଲେରୋ: ମା' ଓ ଝିଅ ଗୁରୁତର

author img

By

Published : Jun 12, 2022, 9:28 PM IST

ଘରୁ ଖୁସିରେ ବାହାରିଥିଲେ ଭାଇ, ଭଉଣୀ ରଜ ବଜାର କରିବାକୁ ମା'ଙ୍କ ସହ । ହେଲେ ବାଟରେ ଘଟିଲା ସଡ଼କ ଦୁର୍ଘଟଣା । ଅଧିକ ପଢ଼ନ୍ତୁ

ପଛପଟୁ ଧକ୍କା ଦେଲା ବୋଲେରୋ, ମା', ଝିଅ ଗୁରୁତର

ଢେଙ୍କାନାଳ : ଘରୁ ଖୁସିରେ ବାହାରିଥିଲେ ଭାଇ, ଭଉଣୀ ରଜ ବଜାର କରିବାକୁ ମା'ଙ୍କ ସହ । ହେଲେ ବଜାର ସାରି ମୋଟର ସାଇକେଲ ଯୋଗେ ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଇଥିଲା ବୋଲେରୋ । ଘଟଣାରେ ଗୋଟିଏ ପରିବାରରୁ ଦୁଇ ଜଣ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ନୀଳମାଧବ ପେଟ୍ରୋଲ ପମ୍ପ ନିକଟ ବାଇପାସରେ ।

ଖବର ଅନୁଯାୟୀ ଭୁବନ ଥାନା ଅନ୍ତର୍ଗତ କାନଖାଇ ଗ୍ରାମର ତାରିଣୀ ସାହୁ ମା ସୁକାନ୍ତି ସାହୁ ଓ ଝିଅ ମିନା ସାହୁଙ୍କୁ ନେଇ ବାଇକ ଯୋଗେ ରଜ ବଜାର ପାଇଁ ଭୁବନ ଆସିଥିଲେ । ତେବେ ରଜ ବଜାର ସାରି ଘରକୁ ଫେରୁଥିବା ସମୟରେ ନୀଳମାଧବ ପେଟ୍ରୋଲ ପମ୍ପ ପଖରୁ ରାସ୍ତା ପାର୍ ହେଉଥିଲେ ।

ସେତିକିବେଳେ ପଛପଟୁ ଏକ OD-02-T-1896 ବୋଲେରୋ ହଠାତ୍ ଆସି ଧକ୍କା ଦେଇଥିଲା । ଏହି ଘଟଣାରେ ମା ଓ ଭାଇଭଉଣୀ ଛିଟିକି ପଡିଥିଲେ । ସ୍ଥାନୀୟ ଲୋକେ ଗୁରୁତରଙ୍କୁ ଉଦ୍ଧାର କରି ଭୁବନ ମେଡିକାଲକୁ ପଠାଇ ବୋଲେରୋ ଓ ଡ୍ରାଇଭରକୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ ।

ଘଟଣାସ୍ଥଳରେ ଭୁବନ ପୋଲିସ ପହଞ୍ଚି ବୋଲେରୋ ଗାଡିକୁ ଜବତ କରିବା ସହିତ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଚଳାଇଛି । ତେବେ ଅଟକ ଡ୍ରାଇଭର ଜଣଙ୍କ ପରଜଙ୍ଗ ଥାନା ଅନ୍ତର୍ଗତ ଜାମୁନାଳୀ ଗ୍ରାମର ରଘୁନାଥ ପୂର୍ତ୍ତୀ ବୋଲି ଜଣାପଡିଛି । ଏପଟେ ମା, ଝିଅ ଗୁରୁତର ଥିବାରୁ ଅଧିକ ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରିଛନ୍ତି ଭୁବନ ଡାକ୍ତର ।

ଇଟିଭି ଭାରତ,ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.