ଢେଙ୍କାନାଳ: କାମାକ୍ଷାନଗର ବଜାରର ଜିରିଡାମାଳି ଛକରେ ସଡକ ଦୁର୍ଘଟଣା । ଏକ ବାଇକ ଉପରେ ହାଇଓ୍ବା ଟ୍ରକ ମାଡିଯିବାରୁ ଘଟଣାସ୍ଥଳରେ ବାଇକ ଅରୋହୀଙ୍କର ମୃତ୍ୟୁ ହୋଇଛି। ମୃତ ବାଇକ ଆରୋହୀ ଜଣଙ୍କ ହେଉଛନ୍ତି କାମାକ୍ଷାନଗର ଜେଲର ଓ୍ବାର୍ଡନ ପ୍ରକାଶ ଚନ୍ଦ୍ର ବେହେରା ।
ସୂଚନା ଅନୁଯାୟୀ କାମାକ୍ଷାନଗର ଥାନା ଅନ୍ତର୍ଗତ କନ୍ତାରିପାଟରୁ ପ୍ରକାଶ ନିଜ ଘରୁ କାମାକ୍ଷାନଗର ଉପଖଣ୍ଡ କାରାଗାରକୁ ଯାଉଥିଲେ । ହେଲେ ଜିରିଡାମାଳିଠାରେ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଥିଲେ । ଏହା ପରେ ଘଟଣାସ୍ଥଳରେ କିଛି ସମୟ ପାଇଁ ଚାପା ଉତ୍ତେଜନା ଦେଖା ଦେଇଥିଲା। ସେପଟେ ଖବର ପାଇ ଘଟଣାସ୍ଥଳରେ କାମାକ୍ଷାନଗର ପୋଲିସ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଅଟକ ରଖିବା ସହ ଅଧିକ ତଦନ୍ତ ଜାରି ରଖିଛି।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ