ETV Bharat / state

ଏନଏଚ-୫୫ ଠିକା ସଂସ୍ଥାର ମନମାନୀ ନେଇ ଉତ୍ତେଜନା, ଦୁଇ ଘଣ୍ଟା ଯାତାୟାତ ଠପ - roadblocks in Dhenkanal

ଢେଙ୍କାନାଳ ସହର କଣ୍ଟାନାଳୀ ବାଇପାସ ଠାରେ ସ୍ଥାନୀୟ ଲୋକଙ୍କ ରାଜପଥ ଅବରୋଧ । ରାସ୍ତା ସମ୍ପ୍ରସାରଣ କାମରେ ପଡୁନି ପାଣି । ଧୂଳି ଯୋଗୁଁ ସ୍ଥାନୀୟ ବାସିନ୍ଦା ହନ୍ତସନ୍ତ ନେଇ ପ୍ରତିବାଦ । 55ନମ୍ବର ଜାତୀୟ ରାଜପଥରେ ଦୀର୍ଘ ଦୁଇ ଘଣ୍ଟା ଧରି ଯାତାୟତ ଠପ । ଅଧିକ ପଢନ୍ତୁ...

roadblocks in Dhenkanal
ଏନଏଚ-୫୫ ଠିକା ସଂସ୍ଥାର ମନମାନୀ ନେଇ ଉତ୍ତେଜନା, ଦୁଇ ଘଣ୍ଟା ଧରି ଯାତାୟାତ ଠପ
author img

By

Published : Feb 20, 2021, 8:03 PM IST

ଢେଙ୍କାନାଳ: ଢେଙ୍କାନାଳ ସହର କଣ୍ଟାନାଳୀ ବାଇପାସ ଠାରେ ସ୍ଥାନୀୟ ଲୋକଙ୍କ ରାଜପଥ ଅବରୋଧ । ରାସ୍ତା ସମ୍ପ୍ରସାରଣ କାମରେ ପଡୁନି ପାଣି । ଧୂଳି ଯୋଗୁଁ ସ୍ଥାନୀୟ ବାସିନ୍ଦା ହନ୍ତସନ୍ତ ନେଇ ପ୍ରତିବାଦ । 55ନମ୍ବର ଜାତୀୟ ରାଜପଥରେ ଦୀର୍ଘ ଦୁଇ ଘଣ୍ଟା ଧରି ଯାତାୟତ ଠପ ।

ଏନଏଚ-୫୫ ଠିକା ସଂସ୍ଥାର ମନମାନୀ ନେଇ ଉତ୍ତେଜନା, ଦୁଇ ଘଣ୍ଟା ଧରି ଯାତାୟାତ ଠପ

୫୫ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟ କରୁଥିବା ଗାୟତ୍ରୀ କନଷ୍ଟ୍ରକସନ ନାମକ ଠିକାସଂସ୍ଥାର ମନମାନୀ ଯୋଗୁଁ ରାଜପଥର ଯାତ୍ରୀଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ ହନ୍ତସନ୍ତ ହେଉଛନ୍ତି । ଏପରିକି କାର୍ଯ୍ୟରେ କୌଣସି ସୂଚନା ଫଳକ ନଲଗାଇ ମନଇଛା ଖୋଲିବା ଓ ପାଣି ନପକାଇବାରୁ ବ୍ୟାପକ ଧୂଳି ଉଡି ପ୍ରଦୂଷଣ ଯୋଗୁଁ ଲୋକମାନେ ଅଣନିଶ୍ୱାସୀ ହୋଇପଡୁଛନ୍ତି ।

ଏହାର ପ୍ରତିବାଦରେ ଆଜି(ଶନିବାର) ଢେଙ୍କାନାଳ ସହରର କଣ୍ଟାନାଳୀ ବାଇପାସ ବାସିନ୍ଦା କଣ୍ଟାନାଳୀ ଛକରେ ଏନ ଏଚ-୫୫ରେ ପଥର ଥୋଇ ଅବରୋଧ କରିଛନ୍ତି । ତୁରନ୍ତ ଏହି ଠିକା ସଂସ୍ଥା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଅଡି ବସିଛନ୍ତି ଉତ୍ୟକ୍ତ ଲୋକେ । ଫଳରେ ରାଜପଥର ଦୁଇ ପାର୍ଶ୍ଵରେ ଶହ ଶହ ସଂଖ୍ୟାରେ ଗାଡି ମଟର ଅଟକି ରହିଥିବା ଦେଖାଯାଇଛି । ଦୀର୍ଘ ଦୁଇ ଘଣ୍ଟା ଧରି ରାଜପଥ ଅବରୋଧ ଯୋଗୁଁ କଟକ ସମ୍ୱଲପୁର ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଯାଇଛି । ଫଳରେ ଘଟଣାସ୍ଥଳରେ ବେଶ ଉତ୍ତେଜନା ପ୍ରକାଶ ପାଇଛି ।

ଘଟଣାସ୍ଥଳରେ ଟାଉନ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ପରେ ଠିକା ସଂସ୍ଥା ଗାୟତ୍ରୀ କନଷ୍ଟ୍ରକସନ ଅଧିକାରୀ ମାନେ ପହଞ୍ଚିବା ସହ ପୋଲିସ ଉପସ୍ଥିତିରେ ବୁଝାସୁଝା ଜାରିରହିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.