ETV Bharat / state

ବାଇକ-ସ୍କୁଟି ମୁହାଁମୁହିଁ ଧକ୍କା: କୋରାପୁଟ ୩ୟ ବାଟାଲିଅନର ହାବିଲଦାର ମୃତ

author img

By

Published : Dec 23, 2020, 5:16 PM IST

ଢେଙ୍କାନାଳ ଜିଲ୍ଲା ରାସୋଳ ବଜାରରେ ବାଇକ ଓ ସ୍କୁଟି ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ କୋରାପୁଟ ୩ୟ ବାଟାଲିଅନର ହାବିଲଦାର ମୃତ ଓ ସ୍କୁଟି ଆରୋହୀ ଗୁରୁତର । ଅଧିକ ପଢନ୍ତୁ...

ବାଇକ ଓ ସ୍କୁଟି ମୁହାଁମୁହିଁ ଧକ୍କା; ଜଣେ ମୃତ, ଅନ୍ୟ ଜଣେ ଗୁରୁତର

ଢେଙ୍କାନାଳ: ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାସୋଳ ବଜାରରେ ଏକ ବାଇକ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ବାଇକରେ ନିଜ ଗାଁ ଅନୁଗୋଳ ଜାରସିଂହ ଗ୍ରାମକୁ ଯାଉଥିବା ଜଣେ ପୋଲିସ ହାବିଲଦାରଙ୍କର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ସୁଶାନ୍ତ ସାହୁ ଓ ସେ କୋରାପୁଟ ସ୍ଥିତ ୩ୟ ବାଟାଲିଅନରେ ହାବିଲଦାର ଭାବେ କାର୍ଯ୍ୟରତ ଥିଲେ ।

ଅପରପକ୍ଷରେ ସ୍କୁଟି ଚାଳକ ସ୍ଥାନୀୟ ରାସୋଳର ଦିବ୍ୟଜ୍ୟୋତି ଧର । ଦୁର୍ଘଟଣାରେ ଦିବ୍ୟଜ୍ୟୋତି ଗୁରୁତର ଆହତ ହୋଇଥିବାରୁ ତାଙ୍କୁ ରାସୋଳ ପୋଲିସ ଉଦ୍ଧାର କରି ହିନ୍ଦୋଳ ଡାକ୍ତରଖାନାରେ ଭର୍ତ୍ତି କରିଛି । ସେପଟେ ପୋଲିସ ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.