ETV Bharat / state

କଟକଣାରେ ପାଳିତ ରଜ ଉତ୍ସବ: ତଥାପି କମିନି ଉତ୍ସାହ, ମାସ୍କ ପିନ୍ଧି ଖେଳୁଛନ୍ତି ଦୋଳି

ଢେଙ୍କାନାଳ ସହରର ଗୁଡ଼ିଆନାଳି ଚାନ୍ଦମାରି ସାହିରେ ରଜ ଉତ୍ସବ ପରମ୍ପରାର ଛାପ ଦେଖିବାକୁ ମିଳିଛି । କୋଭିଡ କଟକଣା ମଧ୍ୟରେ ଏହି ଉତ୍ସବକୁ ପାଳିବାକୁ ଯୁବତୀ ଓ ମହିଳାମାନେ ଭୁଲିନାହାନ୍ତି । ଅଧିକ ପଢନ୍ତୁ...

କଟକଣାରେ ପାଳିତ ରଜ ଉତ୍ସବ: ତଥାପି କମିନି ଉତ୍ସାହ

author img

By

Published : Jun 14, 2021, 4:07 PM IST

ଢେଙ୍କାନାଳ: ଉତ୍କଳୀୟ ପରମ୍ପରା ରଜ ଉତ୍ସବ ପାଇଁ ଆଜି ଘରେ ଘରେ ପିଠା ପଣାର ଆସର । ତେବେ ଚଳିତ ବର୍ଷ ମହାମାରୀ କୋରୋନାର ଦ୍ୱିତୀୟ ଲହର ଏହି ରଜ ଉତ୍ସବକୁ କଟକଣା ମଧ୍ୟରେ ସୀମିତ ରଖିଛି । ତଥାପି ଢେଙ୍କାନାଳରେ ଉତ୍ସାହ କମିନାହିଁ । ସେଥିପାଇଁ ଗାଁ ଠାରୁ ସହର ସବୁଆଡେ କୋରୋନା କଟକଣା ଭିତରେ ଘରେ ଘରେ ପାଳୁଛନ୍ତି ରଜପର୍ବ ।

କଟକଣାରେ ପାଳିତ ରଜ ଉତ୍ସବ: ତଥାପି କମିନି ଉତ୍ସାହ

ବିଶେଷ କରି ଢେଙ୍କାନାଳ ସହରର ଗୁଡ଼ିଆନାଳି ଚାନ୍ଦମାରି ସାହିରେ ରଜ ଉତ୍ସବ ପରମ୍ପରାର ଛାପ ଦେଖିବାକୁ ମିଳିଛି । କୋଭିଡ କଟକଣା ମଧ୍ୟରେ ଏହି ଉତ୍ସବକୁ ପାଳିବାକୁ ଯୁବତୀ ଓ ମହିଳାମାନେ ଭୁଲିନାହାନ୍ତି । ଏପରିକି ଆଜି ପହିଲି ରଜରେ ଝିଅମାନେ ପାଦରେ ଅଳତା ଲଗାଇବା ସହ ହାତରେ ମେହେନ୍ଦି ଆଉ ମୁହଁରେ ମାସ୍କ ଲଗାଇ ଏକାଠି ହୋଇଛନ୍ତି । ପରସ୍ପରକୁ ପାନ ଖୁଆଇ ରଜ ପରମ୍ପରା ପାଳିଛନ୍ତି । ତେବେ ଗୋଷ୍ଠୀ ହୋଇ ରଜ ଦୋଳି ଖେଳିବା ଉପରେ କଟକଣା ରହିଥିବାରୁ ଜଣ ଜଣ କରି ଦୋଳିର ମଜା ନେଉଥିବା ଦେଖାଯାଇଛି । କହିବାକୁ ଗଲେ ଢେଙ୍କାନାଳରେ ଉତ୍ସବ ଉପରେ କଟକଣା ରହିଥିଲେ ମଧ୍ୟ କୁମାରୀଙ୍କ ମନରୁ ଉତ୍ସାହ କମି ନଥିବା ଅନୁଭୂତ ହୋଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.