ETV Bharat / state

ପଥର ମାଫିଆଙ୍କ ପ୍ରାଦୁର୍ଭାଵ ନେଇ ବଢୁଛି ଜନ ଅସନ୍ତୋଷ

ଦିନକୁ ଦିନ ପଥର ଚୋରି କରିବାରେ ପଥର ମାଫିଆଙ୍କ ଉତ୍ପାତ ବଢିବାରେ ଲାଗିଛି । ଏହାର ସ୍ଥାୟୀ ପ୍ରତିକାର ପାଇଁ ଅଞ୍ଚଳବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : Jun 22, 2021, 6:33 PM IST

ପଥର ମାଫିଆଙ୍କ ପ୍ରାଦୁର୍ଭାଵ ନେଇ ବଢୁଛି ଜନ ଅସନ୍ତୋଷ
ପଥର ମାଫିଆଙ୍କ ପ୍ରାଦୁର୍ଭାଵ ନେଇ ବଢୁଛି ଜନ ଅସନ୍ତୋଷ

ଢେଙ୍କାନାଳ: ମାତିଛନ୍ତି ପଥର ମାଫିଆ । ଆଉ ଏହି ପଥର ମାଫିଆଙ୍କ ପ୍ରାଦୁର୍ଭାବରେ ଅଣନିଶ୍ଵାସୀ ହୋଇପଡିଛନ୍ତି ଅଞ୍ଚଳବାସୀ । ବାରମ୍ବାର ବିଡ଼ିଓ ତହସିଲଦାରଙ୍କୁ ଅଭିଯୋଗ କଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନାହିଁ । ଫଳରେ ବାଧ୍ୟ ହୋଇ ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ତହସିଲ ଅନ୍ତର୍ଗତ ନୀହଲ ପ୍ରସାଦ ଅଞ୍ଚଳବାସୀ ଢେଙ୍କାନାଳ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ଗ୍ରାମବାସୀଙ୍କ ଅଭିଯୋଗ ହେଲା କେତେକ ପଥର ମାଫିଆ ନିହଲ ପ୍ରସାଦ ଗ୍ରାମ ପଞ୍ଚାୟତରେ ବେଆଇନ ଭାବେ ପଥର ଖୋଲି ଚାଲାଣ କରୁଛନ୍ତି । ଫଳରେ ଏହି ପଞ୍ଚାୟତର ବାସିନ୍ଦା ଚାଷଜମିକୁ ଗଲେ ବାଟରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଛି । ଫଳରେ ସେମାନେ ଚାଷ କରିବାକୁ ଯାଇପାରୁ ନଥିବା ବେଳେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ସେପଟେ ପଥର ଖୋଳା ଯୋଗୁଁ ବଡ ବଡ ଖାଲ ସବୁ ହୋଇ ଗାଈମାନେ ଚରିବାକୁ ଯାଉଥିବାବେଳେ ଅସୁରକ୍ଷିତ ହୋଇପଡୁଛନ୍ତି । ଏ ସଂକ୍ରାନ୍ତରେ ଅଞ୍ଚଳବାସୀ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.