ଢେଙ୍କାନାଳ: ସହରର ବଳରାମ ମନ୍ଦିରର ଜଣେ ପୂଜକଙ୍କର କୋରୋନା ପଜେଟିଭ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ତତ୍ପର ହୋଇପଡିଛି । ଏପରିକି ବଳରାମ ମଦିରକୁ ସାନିଟାଇଜ କରାଯାଇଛି । ପରେ ବଳରାମ ମନ୍ଦିର ଓ ପୂଜକଙ୍କ ଘର ସହରର ଶ୍ୟାମଚରଣପୁରର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ପ୍ରଶାସନ।
![ପୂଜକ କୋରୋନା ପଜିଟିଭ୍, ସାଂସଦଙ୍କ ସହ 52 ଜଣଙ୍କୁ ହୋମ କ୍ବାରେଣ୍ଟିନ ନିର୍ଦ୍ଦେଶ](https://etvbharatimages.akamaized.net/etvbharat/prod-images/od-dkl-03-balaram-temple-and-shyamacharanpur-containment-declared-after-priest-posetive-detected-avo-7208629-rtu_07072020093940_0707f_1594094980_1055.jpg)
ଅପରପକ୍ଷରେ ଗୁଣ୍ଡିଚା ଓ ବାହୁଡା ଅବସରରେ ଉକ୍ତ ପୂଜକ ବଳରାମ ମନ୍ଦିରକୁ ଯାଇଥିବା ଜଣାପଡିଛି । ଫଳରେ ମନ୍ଦିରର ସେବାୟତ, ଉକ୍ତ ପୂଜକଙ୍କ ପରିବାର ସମେତ ତାଙ୍କ ସଂସ୍ପର୍ଶରେ ଆସିଥିବା ୫୨ଜଣଙ୍କୁ ହୋମ କ୍ଵରେଣ୍ଟାଇନରେ ରହିବାକୁ ନିର୍ଦେଶ ଦେଇଛି ପ୍ରଶାସନ ।
ତେବେ ଚିହ୍ନଟ ହୋଇଥିବା ପୂଜକଙ୍କ ପୁଅ ଢେଙ୍କାନାଳ ସାଂସଦଙ୍କ ସଂସ୍ପର୍ଶରେ ଆସିଛନ୍ତି । ଫଳରେ ଢେଙ୍କାନାଳ ସାଂସଦ ମହେଶ ସାହୁ ହୋମ କ୍ଵରେଣ୍ଟାଇନରେ ରହିବାକୁ ପ୍ରଶାସନକୁ ଅନୁରୋଧ କରିଛନ୍ତି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର , ଇଟିଭି ଭାରତ