ETV Bharat / state

ଫାଣ୍ଡି ଅଧିକାରୀଙ୍କ ଦାଦାଗିରି, ଘରେ ପଶି ଅମାନୁଷିକ ଆକ୍ରମଣ - police tourtue alligation against

ଢେଙ୍କାନାଳ ଜିଲ୍ଲା ଜୋରନ୍ଦା ଫାଣ୍ଡି ଅଧିକାରୀଙ୍କ ଦାଦାଗିରି । ରାତିରେ ଘରେ ପଶି ଅମାନୁଷିକ ଆକ୍ରମଣ । ଫେରାଦ ପରେ ଢେଙ୍କାନାଳ ଏସପିଙ୍କ ତଦନ୍ତ ନିର୍ଦ୍ଦେଶ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଫାଣ୍ଡି ଅଧିକାରୀଙ୍କ ଦାଦାଗିରି
ଫାଣ୍ଡି ଅଧିକାରୀଙ୍କ ଦାଦାଗିରି
author img

By

Published : Sep 4, 2020, 11:01 PM IST

ଢେଙ୍କାନାଳ: ଗଁନ୍ଦିଆ ଥାନା ଅନ୍ତର୍ଗତ ଜୋରନ୍ଦା ଫାଣ୍ଡି ଅଧିକାରୀ ଶିବରଞ୍ଜନ ସିଙ୍ଘଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ । ସେ କୁଆଡେ ଗତ ୨ ତାରିଖ ରାତି ପ୍ରାୟ ସାଢ଼େ ୧୧ଟା ସମୟରେ ଜୋରନ୍ଦା ଫାଣ୍ଡି ଅନ୍ତର୍ଗତ ନେଉଳ ପୋଇ ଗ୍ରାମରେ ଘରେ ପଶି ରୁକୁନ ଗଡନାୟକଙ୍କୁ ମାଡ ମାରିଛନ୍ତି । ଏପରିକି ରୁକୁନଙ୍କୁ ଛଡାଇବାବେଳେ ତାଙ୍କ ପତ୍ନୀ ଅଞ୍ଜଳି ମଧ୍ୟ ଆକ୍ରୋଶର ଶିକାର ହୋଇଥିବା ଅଭିଯୋଗରେ ଦର୍ଶାଇଛନ୍ତି ।

ଫାଣ୍ଡି ଅଧିକାରୀଙ୍କ ଦାଦାଗିରି

ଏ ସଂକ୍ରାନ୍ତରେ ରୁକୁନଙ୍କ ପତ୍ନୀ ଅଞ୍ଜଳି ଗଡନାୟକ ଢେଙ୍କାନାଳ ଏସପିଙ୍କ ଦ୍ୱାରସ୍ଥ ହୋଇ ଗୁହାରୀ କରିଛନ୍ତି । ଫଳରେ ଢେଙ୍କାନାଳ ଏସପି ଅନୁପମା ଜେମ୍ସ ଘଟଣାର ତଦନ୍ତ ପାଇଁ ଗଁନ୍ଦିଆ ଥାନା ଅଧିଜରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ଗତ 2 ତାରିଖ ସନ୍ଧ୍ୟାରେ ଗାଁ ମଣ୍ଡପ ପାଖରେ ରୁକୁନ ଗଡନାୟକଙ୍କ ସହ ପୂର୍ବତନ ସମିତି ସଭ୍ୟ ଭଗବାନ ଗଡନେଙ୍କର ବଚସା ହୋଇଥିଲା । ତେବେ ଏହି ବଚଷାକୁ ନେଇ ଫାଣ୍ଡି ଅଧିକାରୀ ଶିବରଞ୍ଜନ ସିଙ୍ଘ ରୁକୁନ ଗଡନାୟକ ଘରକୁ ଯାଇଥିଲେ ବୋଲି ଜଣାପଡିଛି । ଅଭିଯୋଗର ସତ୍ୟତା ଆଧାରରେ ଗଁନ୍ଦିଆ ଥାନା ଅଧିକାରୀ ତଦନ୍ତ କରୁଥିବା ଜଣାପଡିଛି । ତଦନ୍ତ ପରେ ସଠିକ କାରଣ ଜଣାପଡିବ ବୋଲି ଗଁନ୍ଦିଆ ଥାନା ଅଧିକାରୀ ଫୋନରେ କହିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.