ETV Bharat / state

କୋରୋନା ଯୋଦ୍ଧା ପୋଲିସକର୍ମୀଙ୍କୁ ଢେଙ୍କାନାଳରେ ସମ୍ବର୍ଦ୍ଧନା - ଢେଙ୍କାନାଳ ଲାଟେଷ୍ଟ ନ୍ୟୁଜ୍‌

କୋରୋନା ମହାମାରୀ ପାଇଁ ଚାରିଆଡେ ଜାରି ରହିଛି ଲକଡାଉନ । ଲୋକେ ଏନେଇ ଭୟଭୀତ ଥିବା ବେଳେ ପରିବାର ସହ ସମୟ ବିତାଇବା ବଦଳରେ ରାସ୍ତାକୁ ଓହ୍ଲାଇ ଆମ ପାଇଁ ପହରା ଦେଉଛନ୍ତି ପୋଲିସ କର୍ମଚାରୀ ।

corona fighters police officers, dhenkanal latest news, police officers felicitated in dhenkanal, କୋରୋନା ଯୋଦ୍ଧା ପୋଲିସ କର୍ମଚାରୀ, ଢେଙ୍କାନାଳ ଲାଟେଷ୍ଟ ନ୍ୟୁଜ୍‌, ଢେଙ୍କାନାଳରେ ପୋଲିସ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା
କୋରୋନା ଯୋଦ୍ଧା ପୋଲିସ କର୍ମଚାରୀଙ୍କୁ ଢେଙ୍କାନାଳରେ ସମ୍ବର୍ଦ୍ଧନା
author img

By

Published : Apr 25, 2020, 5:55 PM IST

ଢେଙ୍କାନାଳ: କୋରୋନା ମହାମାରୀ ପାଇଁ ଚାରିଆଡେ ଜାରି ରହିଛି ଲକଡାଉନ । ଢେଙ୍କାନାଳ ସହରରେ ମଧ୍ୟ କଡାକଡି ଭାବେ ଚାଲିଛି ଲକଡାଉନ ନିୟମ ପାଳନ । ଯେପରି ସଂକ୍ରମଣ କାହାକୁ ନ ବ୍ୟାପେ ସେନେଇ ଲୋକଙ୍କୁ ଘରୁ ନବାହାରିବାକୁ କଡା ନିୟମ କରାଯାଇଛି । ଲୋକେ ଏନେଇ ଭୟଭୀତ ଥିବା ବେଳେ ପରିବାର ସହ ସମୟ ବିତାଇବା ବଦଳରେ ରାସ୍ତାକୁ ଓହ୍ଲାଇ ଆମ ପାଇଁ ପହରା ଦେଉଛନ୍ତି ପୋଲିସ କର୍ମଚାରୀ ।

କୋରୋନା ଯୋଦ୍ଧା ପୋଲିସ କର୍ମଚାରୀଙ୍କୁ ଢେଙ୍କାନାଳରେ ସମ୍ବର୍ଦ୍ଧନା

ମହାମାରୀ କୋରୋନାକୁ ପ୍ରତିହତ କରିବା ପାଇଁ ଚାଲିଥିବା ଏହି ମହାସଂଗ୍ରାମର ଜଣେ ଜଣେ ପ୍ରମୁଖ ଯୋଦ୍ଧା ସାଜିଛନ୍ତି ପୋଲିସ କର୍ମଚାରୀ । ଯାହାଙ୍କୁ ମନେ ପକାଇଛନ୍ତି ଜିଲ୍ଲାର ବଜରଙ୍ଗ କ୍ଲବର ଯୁବ ଗୋଷ୍ଠୀ । ଏହି କ୍ଲବ ପକ୍ଷରୁ ସହରରେ କାର୍ଯ୍ୟରତ ଥିବା ସମସ୍ତ ପୋଲିସ କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧନା ଦେଇ ଉତ୍ସାହିତ କରିଛନ୍ତି । ଏଥିପାଇଁ ଢେଙ୍କାନାଳ ସାଂସଦ ମହେଶ ସାହୁ ସହରର ବିଭିନ୍ନ ଜାଗାରେ କାର୍ଯ୍ୟରତ ପୋଲିସ କର୍ମଚାରୀମାନଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରୁଥିବା ଦେଖିବାକୁ ମିଳିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.