ETV Bharat / state

ଆକ୍ସନମୁଡରେ ଢେଙ୍କାନାଳ ଟାଉନ ପୋଲିସ, ଟାର୍ଗେଟରେ ମଦ୍ୟପ ଡ୍ରାଇଭର

author img

By

Published : May 8, 2022, 2:17 PM IST

ସାବାଡ ହେଉଛନ୍ତି ଅମାନିଆ ଗାଡ଼ି ଚାଳକ । ଢେଙ୍କାନାଳ ଜିଲ୍ଲା ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ଚେକିଂ । ଅଧିକ ପଢନ୍ତୁ

ଆକ୍ସନମୁଡରେ ଢେଙ୍କାନାଳ ଟାଉନ ପୋଲିସ, ନଜରରେ ମଦ୍ୟପ ଡ୍ରାଇଭର

ଢେଙ୍କାନାଳ: ସାବାଡ ହେଉଛନ୍ତି ଅମାନିଆ ଗାଡ଼ି ଚାଳକ । ଢେଙ୍କାନାଳ ଜିଲ୍ଲା ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ଚେକିଂ । ମଦ୍ୟପାନ ଜନିତ ଦୁର୍ଘଟଣା ବୃଦ୍ଧି ପାଉଥିବା ବେଳେ ସେଥିରେ ପ୍ରତିବନ୍ଧକ ଲଗାଇବାକୁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି । ସୂଚନା ଅନୁସାରେ, ଦୀର୍ଘ ୨ ବର୍ଷ ପରେ ଢେଙ୍କାନାଳରେ ଚେକିଂ ଆରମ୍ଭ କରାଯାଇଛି ।

ଶନିବାର ସନ୍ଧ୍ୟାରୁ ଢେଙ୍କାନାଳ ଟାଉନ ପୁଲିସ ସ୍ଥାନୀୟ କଣ୍ଟା ନାଲି ଛକରେ ଜାତୀୟ ରାଜପଥର ବିଭିନ୍ନ ଗାଡି ଡ୍ରାଇଭରଙ୍କୁ ଯାଞ୍ଚ ଆରମ୍ଭ କରିଛି । ବ୍ରେଥ ଆନାଲାଇଜର ମାଧ୍ୟମରେ ଡ୍ରାଇଭର ମାନଙ୍କ ପାଟିରେ ପୁରାଇ ମଦ୍ୟପାନ ସମ୍ପର୍କରେ ଯାଞ୍ଚ କରାଯାଉଛି। ତେବେ ଧରା ପଡୁଥିବା ମଦ୍ୟପ ଡ୍ରାଇଭର ମାନଙ୍କୁ ଜୋରିମନା ସହ ତାଙ୍କ ବିରୁଦ୍ଧରେ ଆଇନ ମୁତାବକ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ସୂଚନା ରହିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.